ଗୁଜରାଟର ଝୁଲାପୋଲ ଭାଙ୍ଗିବା ଘଟଣା : ନଭେମ୍ବର ୧୪ରେ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗୁଜରାଟର ମୋରବିରେ ଝୁଲାପୋଲ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଦୁଃଖଦାୟକ ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୧୪ ରେ କରାଯିବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି। ଏବେସୁଦ୍ଧା ଘଟଣାରେ ମୃତକଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି। ସୂଚନା ଅନୁଯାୟୀ, ଜଣେ ଆଇନଜୀବୀଙ୍କ ଦ୍ଵାରା ସର୍ବୋଚ୍ଚ ନ୍ୟାୟାଳୟରେ ଏନେଇ ଏକ ଜନସ୍ଵାର୍ଥ ମାମଲା ଦାୟର କରାଯାଇଛି। ସୁପ୍ରିମକୋର୍ଟ ଯାଚିକାକୁ ସ୍ଵୀକାର କରି ମାମଲାର ଶୁଣାଣି […]

ନୂଆଦିଲ୍ଲୀ : ଗୁଜରାଟର ମୋରବିରେ ଝୁଲାପୋଲ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଦୁଃଖଦାୟକ ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୧୪ ରେ କରାଯିବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି। ଏବେସୁଦ୍ଧା ଘଟଣାରେ ମୃତକଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ଜଣେ ଆଇନଜୀବୀଙ୍କ ଦ୍ଵାରା ସର୍ବୋଚ୍ଚ ନ୍ୟାୟାଳୟରେ ଏନେଇ ଏକ ଜନସ୍ଵାର୍ଥ ମାମଲା ଦାୟର କରାଯାଇଛି। ସୁପ୍ରିମକୋର୍ଟ ଯାଚିକାକୁ ସ୍ଵୀକାର କରି ମାମଲାର ଶୁଣାଣି ନଭେମ୍ବର ୧୪ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ପୁରାତନ ସ୍ମାରକ ଏବଂ ସେତୁର ସର୍ବେକ୍ଷେଣ କରାଯାଇ ଏହାର ମୂଲ୍ୟାଙ୍କନ ନିମନ୍ତେ କମିଟି ଗଠନ କରିବାକୁ ଦାବି କରିଛନ୍ତି।

ଏଥି ସହିତ ପୋଲ ଭୁଶୁଡ଼ିବା ଯୋଗୁ ୧୩୪ ଜଣଙ୍କ ସଲୀଳ ସମାଧୀ ପଛରେ ଠିକା ସଂସ୍ଥାର ଅବହେଳା ରହିଥିବା ମାମଲାରେ ଦର୍ଶାଯାଇଛି।  ବିନା ଟେଣ୍ଡରରେ ଏଲଇଡି ବଲକ ନିର୍ମାଣକାରୀ କମ୍ପାନୀ ଅଜନ୍ତା ଓରବେକୁ ଦିଆଯାଇଥିଲା ମରାମତି ଦାୟିତ୍ବ । ଶତାୟୁ ପୋଲର ରକ୍ଷଣାବେକ୍ଷଣ, ମରାମତି ପାଇଁ ଓରେଭା କମ୍ପାନୀ ସହ ଚୁକ୍ତି କରିଥିଲା ମୋରବି ନଗର ନିଗମ । ୨୦୩୭ ପର୍ଯ୍ୟନ୍ତ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା ଓରେଭା । ୭ମାସ ଧରି ବ୍ରିଜ ମରାମତି କାମ ଚାଲିଥିବାରୁ ଏହାକୁ ବନ୍ଦ ରଖାଯାଇଥିଲା । ହେଲେ ମରାମତି କାମ କରୁଥିବା କମ୍ପାନୀ ପୋଲର ପୁରୁଣା ତାର ମଧ୍ୟ ବଦଳାଇ ନଥିଲା ।

କିନ୍ତୁ ପୋଲର ଆୟୂଷ ଆହୁରି ୮ବର୍ଷ ବଢ଼ିଯାଇଛି ବୋଲି କମ୍ପାନୀ କହିଥିଲା । ମାତ୍ର ୫ ଦିନ ତଳେ ପୋଲ ସର୍ବସାଧଧାରଣଙ୍କ ପାଇଁ ଖୋଲା ଯାଇଥିବା ବେଳେ କମ୍ପାନୀକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛି । ଘଟଣାରେ ଠିକା ସଂସ୍ଥା ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଓରେଭା ଫାର୍ମର ୨ ମ୍ୟାନେଜର, ୨ ଜଣ କଣ୍ଟ୍ରାକ୍ଟର, ୨ ଜଣ ଟିକେଟ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରାଯାଇଛି ।

ମରାମତି କାର୍ଯ୍ୟରେ ଓରେଭା କର୍ତ୍ତୃପକ୍ଷ ଅନେକ ଗାଇଡଲାଇନ ଉଲ୍ଲଂଘନ କରିଥିବା ସୂଚନା ମିଳିଛି । ଓରେଭା ମରାମତି କାମ ନିଜେ ନକରି ଦେବପ୍ରକାଶ ସଲ୍ୟୁସନ ନାମକ ଏକ ସଂସ୍ଥାକୁ କାର୍ଯ୍ୟଭାର ଦେଇଥିଲା । ୨୦୩୭ ମସିହା ଯାଏ ଓରେଭାକୁ ଏହି ବ୍ରିଜ ଦାୟିତ୍ବ ଦିଆଯାଇଥିବାବେଳେ ପ୍ରତିବର୍ଷ ଟିକେଟ ଦର ବଢାଇବା ଲାଗି ମଧ୍ୟ କୁହାଯାଇଥିଲା । ଫରେନସିକ ଲାବରେଟୋରୀର ରିପୋର୍ଟ ଅନୁସାରେ ବ୍ରିଜ ଉପରେ ପ୍ରବଳ ଜନସମାଗମ ହେବାରୁ ପୋଲଟି ଖସି ପଡିଥିଲା । ବଡ଼ କଥା ହେଉଛି ପୋଲର ଉଭୟ ମୁଣ୍ଡରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ଘଟିଥିଲା । କାରଣ ସେଠାରେ ପାଣି ନଥିବାରୁ ଲୋକ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ ।

ସୂଚନାଯୋଗ୍ୟ ଯେ, ରବିବାର ଗୁଜରାଟର ମୋରବିରେ ଝୁଲନ୍ତାପୋଲ ଭୁଶୁଡିବା ଘଟଣାରେ ଏ ପର୍ଯ୍ୟନ୍ତ ୧୪୧ଜଣଙ୍କ ପ୍ରାଣହାନୀ ଘଟି ସାରିଛି। ସାତ ମାସର ମରାମତି ପରେ ବିନା ଫିଟନେସ୍ ପ୍ରମାଣ ପତ୍ରରେ କିପରି ପୋଲ ଖୋଲିବାକୁ ଅନୁମତି ଦିଆଗଲା ସେ ନେଇ ପ୍ରଶ୍ନ ଉଠିଛି। ଘଟଣାରେ ଏ ପର୍ଯ୍ୟନ୍ତ ନଅ ଜଣଙ୍କୁ ଗିରଫ କରାଯାଇଛି। ଗିରଫକାରୀଙ୍କ ମଧ୍ୟରେ ଓରେଭା କମ୍ପାନିର ୨ ମ୍ୟାନେଜର, ୨ ଟିକେଟ୍ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡ ଏବଂ ୨ ମରାମତି କଣ୍ଟ୍ରାକ୍ଟର ସାମିଲ୍। ଆହୁରି ଲୋକ ଗିରଫ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ଏସଆଇଟି ନିଜର ତଦନ୍ତ ଚଳାଇଛି।

About The Author: The Sakala