ଗୁଜରାଟ ମାଛୁ ନଦୀ ଝୁଲା ପୋଲ ଭୁଶୁଡି ପଡ଼ିବା ଘଟଣା, ୪ ଗିରଫ

ଅହମ୍ମଦାବାଦ: ଗୁଜରାଟ ମାଛୁ ନଦୀ ଝୁଲା ପୋଲ ଭୁଶୁଡି ପଡ଼ିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୁଲିସ ଅଟକ ରଖିଥିବା ୯ ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି ।ଝୁଲାପୋଲ ରକ୍ଷଣାବେକ୍ଷଣ ସଂସ୍ଥାର ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଗୁଜରାଟର ମୋରବିରେ ଗତକାଲି ବଡ ଧରଣର ଅଘଟଣ ଘଟିଥିଲା। ମୋରବିର ମଛୁ ନଦୀ ଉପରେ ଥିବା କେବୁଲ ବ୍ରିଜ(ଝୁଲା ପୋଲ) ଭୁଶୁଡି ପଡିଥିଲା […]

ଅହମ୍ମଦାବାଦ: ଗୁଜରାଟ ମାଛୁ ନଦୀ ଝୁଲା ପୋଲ ଭୁଶୁଡି ପଡ଼ିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୁଲିସ ଅଟକ ରଖିଥିବା ୯ ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି ।ଝୁଲାପୋଲ ରକ୍ଷଣାବେକ୍ଷଣ ସଂସ୍ଥାର ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଗୁଜରାଟର ମୋରବିରେ ଗତକାଲି ବଡ ଧରଣର ଅଘଟଣ ଘଟିଥିଲା। ମୋରବିର ମଛୁ ନଦୀ ଉପରେ ଥିବା କେବୁଲ ବ୍ରିଜ(ଝୁଲା ପୋଲ) ଭୁଶୁଡି ପଡିଥିଲା । ଏହି ଘଟଣା ସମୟରେ ବ୍ରିଜ ଉପରେ ଠିଆ ହୋଇଥିବା ଅନେକ ଲୋକ ନଦୀରେ ପଡ଼ିଯାଇଥିଲେ। ବର୍ତ୍ତମାନ ସୁଦ୍ଧା ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଦୁର୍ଘଟଣା ପରେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୯ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି। ଉଦ୍ଧାର କାର୍ଯ୍ଯରେ ଆର୍ମି, ନେଭି ଓ ଏୟାରଫୋର୍ସ ତିନି ସେନାର ଶତାଧିକ ଯବାନ ସାମିଲ ଅଛନ୍ତି। ବାୟୁସେନା ପକ୍ଷରୁ ଗରୁଡ଼ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ରାତିସାରା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏବେ ବି ନଦୀ ମଧ୍ୟରେ ସର୍ଚ୍ଚ ଅପରେସନ କରାଯାଉଛି।

About The Author: The Sakala