ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ

ଇନ୍ଦୋର: କରୋନା ଚେନରେ ବ୍ରେକ ଲଗାଇବା ପାଇଁ  ସମଗ୍ର ଦେଶରେ ଟିକାକରଣ ଚାଲିଛି। ଏହାରି ମଧ୍ୟରେ ଟିକାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିର ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଦୁଃଖଦ ଘଟଣା ଆସିଛି। ଏକ ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ଏହି ଘଟଣା ଇନ୍ଦୋରର ଗୋଡାଉନ୍‌ ଭାରତ ସେରମ୍ ଏବଂ ଭ୍ୟାକ୍ସିନ୍ ଲିମିଟେଡରେ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି […]

ଇନ୍ଦୋର: କରୋନା ଚେନରେ ବ୍ରେକ ଲଗାଇବା ପାଇଁ  ସମଗ୍ର ଦେଶରେ ଟିକାକରଣ ଚାଲିଛି। ଏହାରି ମଧ୍ୟରେ ଟିକାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିର ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଦୁଃଖଦ ଘଟଣା ଆସିଛି। ଏକ ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି।

ଏହି ଘଟଣା ଇନ୍ଦୋରର ଗୋଡାଉନ୍‌ ଭାରତ ସେରମ୍ ଏବଂ ଭ୍ୟାକ୍ସିନ୍ ଲିମିଟେଡରେ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି। ନିଆଁରେ ବ୍ଲାକ୍ ଫଙ୍ଗସ୍ ପାଇଁ ଇଞ୍ଜେକ୍ସନ୍ ସହିତ ଗୋଡାଉନରେ ରଖାଯାଇଥିବା ଟିକା ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

About The Author: The Sakala