ତୁହିନକାନ୍ତ ପାଣ୍ଡେ ସେବି ଅଧ୍ୟକ୍ଷ

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ପ୍ରଦାନକାରୀ କମିଟି ଶ୍ରୀ ପାଣ୍ଡେଙ୍କର ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଥିବା ଜଣାପଡିଛି। ପରବର୍ତ୍ତି ଆଦେଶ କିମ୍ବା ୩ ବର୍ଷ ପର୍ଯ୍ୟନ୍ତ ଶ୍ରୀ ପାଣ୍ଡେ ଏହି ଦାୟିତ୍ୱରେ ରହିବେ। ୧୯୮୭ ବ୍ୟାଚ୍‌ର ଓଡିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଶ୍ରୀ ପାଣ୍ଡେ ଏବେ କେନ୍ଦ୍ରୀୟ ଡେପୁଟେସନରେ କେନ୍ଦ୍ର ଅର୍ଥ ସଚିବ ଭାବେ […]

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ପ୍ରଦାନକାରୀ କମିଟି ଶ୍ରୀ ପାଣ୍ଡେଙ୍କର ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଥିବା ଜଣାପଡିଛି। ପରବର୍ତ୍ତି ଆଦେଶ କିମ୍ବା ୩ ବର୍ଷ ପର୍ଯ୍ୟନ୍ତ ଶ୍ରୀ ପାଣ୍ଡେ ଏହି ଦାୟିତ୍ୱରେ ରହିବେ। ୧୯୮୭ ବ୍ୟାଚ୍‌ର ଓଡିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଶ୍ରୀ ପାଣ୍ଡେ ଏବେ କେନ୍ଦ୍ରୀୟ ଡେପୁଟେସନରେ କେନ୍ଦ୍ର ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେ ଓଡ଼ିଶାରେ ସ୍ବାସ୍ଥ୍ୟ, ସାଧାରଣ ପ୍ରଶାସନ, ବାଣିଜ୍ୟିକ ଟିକସ, ପରିବହନ ଓ ଅର୍ଥ ବିଭାଗରେ କାର୍ଯ୍ୟ କରିଥିଲେ। ସେ ଓଡ଼ିଶା ରାଜ୍ୟ ଅର୍ଥ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଧ୍ୟ ଥିଲେ। ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ବ୍ରିଟେନ୍‌ର ବର୍ମିଙ୍ଗହାମ୍‌ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ଶିକ୍ଷା ଗ୍ରହଣ କରିଥିବା ପାଣ୍ଡେ ଉଭୟ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରିଛନ୍ତି।

About The Author: The Sakala