ଆମେରିକା ଜଙ୍ଗଲରେ ନିଆଁ, ୬୭ ମୃତ

ନ୍ୟୁୟର୍କ: ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏହି ନିଆଁରେ  ୬୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଉଛି। ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସେଠାକାର ପ୍ରଶାସନ ତରଫରୁ ହେଉଥିବା ସବୁ ଉଦ୍ୟମ ଫେଲ୍‌ ମାରିଛି। ନିଆଁ ଦ୍ୱାରା କବଳିତ ହୋଇ ଏ ଯାଏ ହଜାରେରୁ ଅଧିକ ବଡ଼ ବଡ଼ ବିଲ୍ଡିଂ ଜଳି ଧ୍ୱସଂସ୍ତୁପରେ ପରିଣତ ହୋଇ […]

ନ୍ୟୁୟର୍କ: ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏହି ନିଆଁରେ  ୬୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଉଛି। ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସେଠାକାର ପ୍ରଶାସନ ତରଫରୁ ହେଉଥିବା ସବୁ ଉଦ୍ୟମ ଫେଲ୍‌ ମାରିଛି। ନିଆଁ ଦ୍ୱାରା କବଳିତ ହୋଇ ଏ ଯାଏ ହଜାରେରୁ ଅଧିକ ବଡ଼ ବଡ଼ ବିଲ୍ଡିଂ ଜଳି ଧ୍ୱସଂସ୍ତୁପରେ ପରିଣତ ହୋଇ ଯାଉଛି। ଏହି ଭୟଙ୍କର ନିଆଁ ଯୋଗୁ ଆମେରିକାର ଲାହୌନା ସହର ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଛି। ଯୁଆଡ଼େ ଦେଖିବ ସିଆଡ଼େ ଖାଲି ଗଦା ଗଦା ପାଉଁଶ ପଡ଼ିଛି। ଆଖି ପିଛୁଳାକେ ନିଆଁ ବ୍ୟାପିବାରେ ଲାଗିଥିବାରୁ ଏ ଯାବତ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲାଣି ।

About The Author: The Sakala