ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ବିଟର୍ CEO ପଦ ଛାଡିବେ ଏଲନ୍ ମସ୍କ । ପାଦ ଛାଡିବା ନେଇ ନିଜେ ଏଲନ୍ ମସ୍କ କରି ସୂଚନା ଦେଇଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ନୂତନ ସିଇଓ ନିଯୁକ୍ତି ହେବା ନେଇ ମସ୍କ ସୂଚନା ଦେଇଛନ୍ତି । ଏଥିସହ ଜଣେ ମହିଳା ଟ୍ୱିଟରର ପରବର୍ତ୍ତୀ ସିଇଓ ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ମସ୍କ । ନିଜେ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବେ ବୋଲି ମଧ୍ୟ ସେ ଟ୍ୱିଟ କରିଛନ୍ତି ।
ଗତ ଅକ୍ଟୋବର ମାସରେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ ଚର୍ଚ୍ଚାରେ ରହି ଆସୁଥିବା ମସ୍କ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏନେଇ ଟ୍ୱିଟ କରି ମସ୍କ କହିଛନ୍ତି, ମୁଁ ଏହା ଘୋଷଣା କରି ଖୁବ୍ ଉତ୍ସାହିତ ଯେ ଜଣେ ମହିଳା ଏହି ପଦ ସମ୍ଭାଳିବେ। ଉକ୍ତ ମହିଳାଙ୍କ ସନ୍ଧାନ ସରିଛି ଏବଂ ତାଙ୍କୁ ନିଯୁକ୍ତି ମଧ୍ୟ ଦିଆସରିଛି। ଆସନ୍ତା ୬ ସପ୍ତାହରେ ସମଗ୍ର ବିଶ୍ୱ ତାଙ୍କୁ ଦେଖିବ ଓ ସେ ହେବେ ଟ୍ୱିଟରର ନୂଆ ସିଇଓ ।