ବଦଳିଲେ ଟ୍ଵିଟର୍ ମାଲିକ; ୪୪ ବିଲିୟନ ଡଲାରରେ କିଣିଲେ ଏଲନ୍ ମସ୍କ

ମୁମ୍ବଇ: ମାଇକ୍ରୋ ବ୍ଲଗିଂ ସାଇଟ୍ ତଥା ସୋସିଆଲ ମିଡିଆ ସେବା ପ୍ରଦାନକାରୀ ଟ୍ଵିଟରକୁ ମିଳିଛି ନୂଆ ମାଲିକ। ଟେସ୍‌ଲା ସିଇଓ ଏଲନ୍ ମସ୍କ ଟ୍ଵିଟର ଅଧିଗ୍ରହଣ କରିଛନ୍ତି। ମସ୍କ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଏହି ଖବର ମଧ୍ୟରେ ଟ୍ୱିଟରର ଶେୟାର ପ୍ରୋମାର୍କେଟ ଟ୍ରେଣ୍ଡିଂରେ ୫.୩ ପ୍ରତିଶତ ବୃଦ୍ଧି ହୋଇଛି । ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଟ୍ଵିଟର ଏହାର ମାଲିକାନା ଏଲନ୍ ମସ୍କକୁ ଦେବାକୁ ପ୍ରସ୍ତୁତ ଅଛି। ମସ୍କ ଟ୍ଵିଟର କିଣିବା କ୍ଷେତ୍ରରେ ଅନେକ […]

ମୁମ୍ବଇ: ମାଇକ୍ରୋ ବ୍ଲଗିଂ ସାଇଟ୍ ତଥା ସୋସିଆଲ ମିଡିଆ ସେବା ପ୍ରଦାନକାରୀ ଟ୍ଵିଟରକୁ ମିଳିଛି ନୂଆ ମାଲିକ। ଟେସ୍‌ଲା ସିଇଓ ଏଲନ୍ ମସ୍କ ଟ୍ଵିଟର ଅଧିଗ୍ରହଣ କରିଛନ୍ତି। ମସ୍କ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଏହି ଖବର ମଧ୍ୟରେ ଟ୍ୱିଟରର ଶେୟାର ପ୍ରୋମାର୍କେଟ ଟ୍ରେଣ୍ଡିଂରେ ୫.୩ ପ୍ରତିଶତ ବୃଦ୍ଧି ହୋଇଛି । ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଟ୍ଵିଟର ଏହାର ମାଲିକାନା ଏଲନ୍ ମସ୍କକୁ ଦେବାକୁ ପ୍ରସ୍ତୁତ ଅଛି। ମସ୍କ ଟ୍ଵିଟର କିଣିବା କ୍ଷେତ୍ରରେ ଅନେକ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ଟ୍ଵିଟରରେ ମସ୍କଙ୍କର ୯.୨% ଅଂଶଧନ ରହିଛି। ଶୁକ୍ରବାର କମ୍ପାନୀର ଅନେକ ଅଂଶୀଦାରଙ୍କ ସହ ମସ୍କ ଏକ ବ୍ୟକ୍ତିଗତ ବୈଠକ କରିବା ପରେ ଟ୍ଵିଟରର ଆଭିମୁଖ୍ୟ ବଦଳିଥିବା ଜଣାଯାଇଛି।

About The Author: The Sakala