ଉପହାର ବିକ୍ରି ମାମଲା: ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ କମିଶନ,ଆଉ ଲଢିପାରିବେନି ନିର୍ବାଚନ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥିସହ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଆଉ ଜାତୀୟ ସଂସଦର ସଦସ୍ୟ ରହିପାରିବେ ନାହିଁ ବୋଲି କମିଶନ କହିଛନ୍ତି।କ୍ଷମତାରେ ଥିବା ବେଳେ ଇମ୍ରାନ ଖାନଙ୍କୁ ଅନେକ ଦେଶରୁ ଉପହାର ମିଳିଥିଲା। […]

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥିସହ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଆଉ ଜାତୀୟ ସଂସଦର ସଦସ୍ୟ ରହିପାରିବେ ନାହିଁ ବୋଲି କମିଶନ କହିଛନ୍ତି।କ୍ଷମତାରେ ଥିବା ବେଳେ ଇମ୍ରାନ ଖାନଙ୍କୁ ଅନେକ ଦେଶରୁ ଉପହାର ମିଳିଥିଲା। ହେଲେ ଏ ସମ୍ପର୍କରେ ସେ ସରକାରୀ ଅଧିକାରୀଙ୍କୁ ଉପଯୁକ୍ତ ସୂଚନା ଦେଇଥିଲେ। ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।

ରାୟରେ କମିଶନ କହିଛି, ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଏବେ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ନାହାନ୍ତି । ଏଥିସହିତ ଇମ୍ରାନ ଖାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନ ଆଦେଶ ଦେଇଛି । ପାକିସ୍ତାନର ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସଦସ୍ୟ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହି ନିଷ୍ପତ୍ତି ପରେ ନିର୍ବାଚନ କମିଶନ କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି କରାଯିବା ସତ୍ତ୍ବେ ମଧ୍ୟ ଗୁଳିମାଡ କରାଯାଇଛି। ଇମ୍ରାନଙ୍କ ସମର୍ଥକ ମାନେ ନିର୍ବାଚନ କମିଶନ ଅଫିସ ଆଗରେ ହୋହାଲ୍ଲା କରିବା ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି।

ପାକିସ୍ତାନରେ କ୍ଷମତାରେ ଥିବା ମେଣ୍ଟ ସରକାରର ଜଣେ ସାଂସଦ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ କି, ଇମ୍ରାନ ଖାନ ତୋଶଖାନାରେ ଥିବା ଉପହାରଗୁଡିକ ଶସ୍ତା ଦାମରେ କିଣି ଏହାକୁ ଅଧିକ ଦାମରେ ବିକ୍ରି କରିଦେଇଥିଲେ । ଏହି ଆବେଦନ ଉପରେ ନିର୍ବାଚନ ଆୟୋଗ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।

ଇମ୍ରାନ ଖାନ ୨୦୧୮ ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆରବଦେଶଗୁଡିକୁ ବୁଲିବାକୁ ଯିବା ବେଳେ ତାଙ୍କୁ ଅନେକ ଉପହାର ମିଳିଥିଲା । ଇମ୍ରାନ ଖାନ ସେହି ଉପହାରଗୁଡିକ ତୋଶଖାନାରେ ଜମା କରିଥିଲେ । ମାତ୍ର କିଛିଦିନ ପରେ ଇମ୍ରାନ ଖାନ ତୋଶଖାନାରୁ ଏହି ଉପହାରଗୁଡିକୁ ଶସ୍ତାଦାମରେ କିଣି ତାହାକୁ ଅଧିକ ଦାମରେ ବିକ୍ରି କରିଦେଇଥିଲେ । ଏହି ପୁରା ପକ୍ରିୟାକୁ ସେ ଆଇନଗତ ଅନୁମତି ପାଇଥିଲେ । ଏହି ମାମଲାରେ ଶୁଣାଣି ବେଳେ ଇମ୍ରାନ ଖାନ ନିର୍ବାଚନ କମିଶନଙ୍କୁ କହିଥିଲେ କି ରାଜ୍ୟ ରାଜକୋଷରୁ ଏହି ଉପହାରଗୁଡିକୁ ସେ ୨.୧୫ କୋଟି ଟଙ୍କାରେ କିଣି ତାହାକୁ ୫.୮ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ ।

ନିୟମ ଅନୁସାରେ ରାଷ୍ଟ୍ର ମୁଖ୍ୟଙ୍କୁ ମିଳିଥିବା ଦାମୀ ଉପହାର ତୋଶଖାନାକୁ ଯିବ। କିନ୍ତୁ ଶାସକ ଚାହିଁଲେ ଏହି ଉପହାରଗୁଡ଼ିକୁ ୫୦% ରିହାତିରେ କିଣି ପାରିବେ। ଇମ୍ରାନ ଖାନ ଦାମୀ ଘଣ୍ଟା, ଗହଣା, ଡିଜାଇନର ହ୍ୟାଣ୍ଡବ୍ୟାଗ ଓ ଅତରକୁ ରିହାତି ଦରରେ କିଣିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ଅଧିକ ଦାମରେ ସେ ବିକ୍ରି କରି ନିଜ ପଦପଦବୀର ଅପବ୍ୟବହାର କରିଥିଲେ। ତେଣୁ ଏହି ମାମଲାରେ ସେ ଅଯୋଗ୍ୟ ବିବେଚିତ ହୋଇଛନ୍ତି।

About The Author: The Sakala