ପାକିସ୍ତାନ ନିର୍ବାଚନକୁ ନେଇ ସଂଶୟ ଜାରି: ସରକାର ଗଠନ ପାଇଁ ନୱାଜ-ଇମ୍ରାନଙ୍କ ଦାବି

The Sakala Picture
Published On

ଇସଲାମାବାଦ: ପାକିସ୍ତାନ ନ୍ୟାସନାଲ ଆସେମବ୍ଲି ଏବଂ ପ୍ରାଦେଶିକ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଭୋଟ ଗଣତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରି ସମୟରେ ନିର୍ବାଚନ ଫଳାଫଳକୁ ନେଇ ସଂଶୟ ଜାରି ରହିଛି। ଏ ପର୍ଯ୍ୟନ୍ତ କାହାରିକୁ ବହୁମତ ମିଳିନାହିଁ। ଏହା ମଧ୍ୟରେ ନିର୍ବାଚନରେ ଜାଲିଆତି ହେଉଥିବା ଅଭିଯୋଗ ଲାଗିଛି। ନିର୍ବାଚନରେ ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ସମସ୍ତଙ୍କୁ ଚମକାଇ ଦେଇଛି। ୯୬ ଆସନ ଜିତି ଏହି ଦଳ ଆଗରେ ରହିଛି। […]

ଇସଲାମାବାଦ: ପାକିସ୍ତାନ ନ୍ୟାସନାଲ ଆସେମବ୍ଲି ଏବଂ ପ୍ରାଦେଶିକ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଭୋଟ ଗଣତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରି ସମୟରେ ନିର୍ବାଚନ ଫଳାଫଳକୁ ନେଇ ସଂଶୟ ଜାରି ରହିଛି। ଏ ପର୍ଯ୍ୟନ୍ତ କାହାରିକୁ ବହୁମତ ମିଳିନାହିଁ। ଏହା ମଧ୍ୟରେ ନିର୍ବାଚନରେ ଜାଲିଆତି ହେଉଥିବା ଅଭିଯୋଗ ଲାଗିଛି। ନିର୍ବାଚନରେ ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ସମସ୍ତଙ୍କୁ ଚମକାଇ ଦେଇଛି। ୯୬ ଆସନ ଜିତି ଏହି ଦଳ ଆଗରେ ରହିଛି। ଏହା ପଛକୁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ ଅଛି। ପିଏମଏଲଏନ ୬୬ ଆସନ ସହ ଦ୍ବିତୀୟ ଏବଂ ବିଲାୱଲ ଭୁଟ୍ଟୋଙ୍କ ପିପିପି ୫୧ ଆସନ ଜିତିଛି ତୃତୀୟ ସ୍ଥାନରେ ଅଛି। ସେହିପରି ଏମକ୍ୟୁଏମପି ୧୪, ପିଏମଏଲ ୩, ଆଇପିପି ୨, ଜେୟୁଆଇ-ପି ୨ ଏବଂ ପିଏନଏପି ଗୋଟିଏ ଆସନରେ ବିଜୟୀ ହୋଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ବହୁମତ ନ ଥାଇ ଇମ୍ରାନ ଏବଂ ନୱାଜ ଉଭୟେ ସରକାର ଗଠନ ପାଇଁ ଦାବି କରିଛନ୍ତି

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

। ଇମ୍ରାନଙ୍କ ଦଳର ପ୍ରାର୍ଥି ନୱାଜ ସରିଫଙ୍କ ଦଳକୁ ପଛରେ ପକାଇ ଦେଇଛନ୍ତି। ନିର୍ବାଚନଠାରୁ ଦୂରେଇ ରଖିବା ପାଇଁ ଇମ୍ରାନଙ୍କୁ ଜେଲ୍‌ରେ ରଖା ଯାଇଥିଲା। କିନ୍ତୁ ତାଙ୍କ ସମର୍ଥକ ଜିତି ପାକିସ୍ତାନ ସେନାର ଯୋଜନାକୁ ବିଫଳ କରିଦେଇଛନ୍ତି। ଏହା ମଧ୍ୟରେ ସେନାର ଏକ ଭିତିରିଆ ଯୋଜନା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ସେନା ଇମ୍ରାନଙ୍କୁ ଦୂରେଇ ରଖି ନୱାଜଙ୍କ ନେତୃତ୍ବରେ ମେଣ୍ଟ ସରକାର ଗଠନ କରିବାକୁ ଚାହୁଁଛି। ନିର୍ବାଚନ ଫଳାଫଳକୁ ପିଟିଆଇ ସମର୍ଥକ ସହଜରେ ଗ୍ରହଣ କରିପାରୁନାହାନ୍ତି। ନିର୍ବାଚନ ଜାଲିଆତି ଅଭିଯୋଗରେ ଦେଶର ୧୯ ସହରର ରିଟର୍ଣ୍ଣିଂ ଅଫିସ ବାହାରେ ପିଟିଆଇ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୁଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଗୁଳିମାଡ଼ କରିଛି। ଏଥିରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଖୈବର ପଖତୁନଖ୍ବାର ସେଙ୍ଗଲା ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ଉଗ୍ର ରୂପ ଧାରଣ କରିଛି। ଏହା ମଧ୍ୟରେ ଉଭୟ ଇମ୍ରାନ ଏବଂ ନୱାଜ ସରିଫଙ୍କ ଦଳ ବିଜୟ ଦାବି କରିଛି। ନୱାଜ ସରିଫ ସରକାର ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଚରମପନ୍ତୀ ଏଲଏଲପି ଦଳ ମଧ୍ୟ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ସୂଚନାଯୋଗ୍ୟ ଯେ ନ୍ୟାସନାଲ ଆସେମବ୍ଲିର ୩୩୬ରୁ ୨୬୫ ଆସନରେ ମତଦାନ ହୋଇଛି। ଗୋଟିଏ ଆସନର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଅନ୍ୟ ଆସନ ସଂରକ୍ଷିତ ରହିଛି। ସରକାର ଗଠନ ପାଇଁ ୧୩୪ରେ ବହୁମତ ରହିଛି।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

10 Feb 2024 By The Sakala

ପାକିସ୍ତାନ ନିର୍ବାଚନକୁ ନେଇ ସଂଶୟ ଜାରି: ସରକାର ଗଠନ ପାଇଁ ନୱାଜ-ଇମ୍ରାନଙ୍କ ଦାବି

ଇସଲାମାବାଦ: ପାକିସ୍ତାନ ନ୍ୟାସନାଲ ଆସେମବ୍ଲି ଏବଂ ପ୍ରାଦେଶିକ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଭୋଟ ଗଣତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରି ସମୟରେ ନିର୍ବାଚନ ଫଳାଫଳକୁ ନେଇ ସଂଶୟ ଜାରି ରହିଛି। ଏ ପର୍ଯ୍ୟନ୍ତ କାହାରିକୁ ବହୁମତ ମିଳିନାହିଁ। ଏହା ମଧ୍ୟରେ ନିର୍ବାଚନରେ ଜାଲିଆତି ହେଉଥିବା ଅଭିଯୋଗ ଲାଗିଛି। ନିର୍ବାଚନରେ ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ସମସ୍ତଙ୍କୁ ଚମକାଇ ଦେଇଛି। ୯୬ ଆସନ ଜିତି ଏହି ଦଳ ଆଗରେ ରହିଛି। ଏହା ପଛକୁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ ଅଛି। ପିଏମଏଲଏନ ୬୬ ଆସନ ସହ ଦ୍ବିତୀୟ ଏବଂ ବିଲାୱଲ ଭୁଟ୍ଟୋଙ୍କ ପିପିପି ୫୧ ଆସନ ଜିତିଛି ତୃତୀୟ ସ୍ଥାନରେ ଅଛି। ସେହିପରି ଏମକ୍ୟୁଏମପି ୧୪, ପିଏମଏଲ ୩, ଆଇପିପି ୨, ଜେୟୁଆଇ-ପି ୨ ଏବଂ ପିଏନଏପି ଗୋଟିଏ ଆସନରେ ବିଜୟୀ ହୋଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ବହୁମତ ନ ଥାଇ ଇମ୍ରାନ ଏବଂ ନୱାଜ ଉଭୟେ ସରକାର ଗଠନ ପାଇଁ ଦାବି କରିଛନ୍ତି

। ଇମ୍ରାନଙ୍କ ଦଳର ପ୍ରାର୍ଥି ନୱାଜ ସରିଫଙ୍କ ଦଳକୁ ପଛରେ ପକାଇ ଦେଇଛନ୍ତି। ନିର୍ବାଚନଠାରୁ ଦୂରେଇ ରଖିବା ପାଇଁ ଇମ୍ରାନଙ୍କୁ ଜେଲ୍‌ରେ ରଖା ଯାଇଥିଲା। କିନ୍ତୁ ତାଙ୍କ ସମର୍ଥକ ଜିତି ପାକିସ୍ତାନ ସେନାର ଯୋଜନାକୁ ବିଫଳ କରିଦେଇଛନ୍ତି। ଏହା ମଧ୍ୟରେ ସେନାର ଏକ ଭିତିରିଆ ଯୋଜନା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ସେନା ଇମ୍ରାନଙ୍କୁ ଦୂରେଇ ରଖି ନୱାଜଙ୍କ ନେତୃତ୍ବରେ ମେଣ୍ଟ ସରକାର ଗଠନ କରିବାକୁ ଚାହୁଁଛି। ନିର୍ବାଚନ ଫଳାଫଳକୁ ପିଟିଆଇ ସମର୍ଥକ ସହଜରେ ଗ୍ରହଣ କରିପାରୁନାହାନ୍ତି। ନିର୍ବାଚନ ଜାଲିଆତି ଅଭିଯୋଗରେ ଦେଶର ୧୯ ସହରର ରିଟର୍ଣ୍ଣିଂ ଅଫିସ ବାହାରେ ପିଟିଆଇ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୁଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଗୁଳିମାଡ଼ କରିଛି। ଏଥିରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଖୈବର ପଖତୁନଖ୍ବାର ସେଙ୍ଗଲା ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ଉଗ୍ର ରୂପ ଧାରଣ କରିଛି। ଏହା ମଧ୍ୟରେ ଉଭୟ ଇମ୍ରାନ ଏବଂ ନୱାଜ ସରିଫଙ୍କ ଦଳ ବିଜୟ ଦାବି କରିଛି। ନୱାଜ ସରିଫ ସରକାର ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଚରମପନ୍ତୀ ଏଲଏଲପି ଦଳ ମଧ୍ୟ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ସୂଚନାଯୋଗ୍ୟ ଯେ ନ୍ୟାସନାଲ ଆସେମବ୍ଲିର ୩୩୬ରୁ ୨୬୫ ଆସନରେ ମତଦାନ ହୋଇଛି। ଗୋଟିଏ ଆସନର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଅନ୍ୟ ଆସନ ସଂରକ୍ଷିତ ରହିଛି। ସରକାର ଗଠନ ପାଇଁ ୧୩୪ରେ ବହୁମତ ରହିଛି।

https://www.thesakala.in/national-international/pakistan-election-results-2024-imran-khan-claims-victory/article-29793
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର