ମହିଳା ଆଇଏଏସ ଅଧିକାରୀଙ୍କ ଉପରେ ଇଡି ନଜର : ସିଏଙ୍କ ଘରୁ ୨୫ କୋଟି ଜବତ

ରାଞ୍ଚି : ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ସାରା ଦେଶରେ ଚଢ଼ଉ କରିଛି। ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ ଅଧିକାରୀ ପୂଜା ସିଙ୍ଘଲ ଏବଂ ତାଙ୍କ ସହ ଘନିଷ୍ଠ ସମ୍ବନ୍ଧ ଥିବା ବ୍ୟକ୍ତିଙ୍କ ୨୦ଟି ଠିକଣାରେ ଏହି ଚଢ଼ଉ କରାଯାଇଛି। ପୂଜାଙ୍କ ଘନିଷ୍ଠ ଚାର୍ଟାଡ ଆକାଉଣ୍ଟାଣ୍ଟ (ସିଏ)ଙ୍କ ଘରୁ ୨୫ କୋଟି ଟଙ୍କା ଜବତ କରାଯାଇଛି। ଏତେ ଟଙ୍କା ଦେଖି ଇଡି ଅଧିକାରୀମାନେ ଚକିତ ହୋଇଯାଇଥିଲେ ଏବଂ ଟଙ୍କା ଗଣିବା ପାଇଁ ମେସିନ୍‌ […]

ରାଞ୍ଚି : ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ସାରା ଦେଶରେ ଚଢ଼ଉ କରିଛି। ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ ଅଧିକାରୀ ପୂଜା ସିଙ୍ଘଲ ଏବଂ ତାଙ୍କ ସହ ଘନିଷ୍ଠ ସମ୍ବନ୍ଧ ଥିବା ବ୍ୟକ୍ତିଙ୍କ ୨୦ଟି ଠିକଣାରେ ଏହି ଚଢ଼ଉ କରାଯାଇଛି। ପୂଜାଙ୍କ ଘନିଷ୍ଠ ଚାର୍ଟାଡ ଆକାଉଣ୍ଟାଣ୍ଟ (ସିଏ)ଙ୍କ ଘରୁ ୨୫ କୋଟି ଟଙ୍କା ଜବତ କରାଯାଇଛି। ଏତେ ଟଙ୍କା ଦେଖି ଇଡି ଅଧିକାରୀମାନେ ଚକିତ ହୋଇଯାଇଥିଲେ ଏବଂ ଟଙ୍କା ଗଣିବା ପାଇଁ ମେସିନ୍‌ ମଗାଇଥିଲେ। ତେବେ ତାଙ୍କ ଘରୁ କେତେ ଟଙ୍କା ମିଳିଛି ତାହାର ସୂଚନା ଅଧିକାରୀମାନେ ଦେଇନାହାନ୍ତି। ସେହିପରି ବିହାରର ମଧୁବନି ସ୍ଥିତି ଘରୁ ପୂଜାଙ୍କ ଶ୍ବଶୁର କାମେଶ୍ବର ଝାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଇଡି ଟିମ୍‌ ଏକାସଙ୍ଗରେ ଝାଡ଼ଖଣ୍ଡର ରାଞ୍ଚି, ଧାନବାଦ, ଖୁଣ୍ଟି, ରାଜସ୍ଥାନର ଜୟପୁର, ହରିୟାଣାର ଫରିଦାବାଦ ଏବଂ ଗୁରୁଗ୍ରାମ, ପଶ୍ଚିମବଙ୍ଗର କୋଲକାତା, ବିହାରର ମୁଜାଫରପୁର ଏବଂ ଦିଲ୍ଲୀ ଏନସିଆରରେ ଚଢ଼ଉ କରିଥିଲା। ରାଞ୍ଚିର କାଙ୍କେ ମାର୍ଗର ଚାନ୍ଦିନୀ ଚୌକ ସ୍ଥିତ ପଞ୍ଚୱଟି ରେସିଡେନ୍ସିର ୯ ନଂ ବ୍ଲକ, ଲାଲପୁରର ହରିଓମ ଟାୱାର ସ୍ଥିତ ନୂଆ ବିଲ୍ଡିଂ, ବରିୟାତୁର ପଲ୍ସ ହସ୍ପିଟାଲରେ ଚଢ଼ଉ ହୋଇଥିଲା। ଏହି ହସ୍ପିଟାଲ ପୂଜା ସିଙ୍ଘଲଙ୍କ ପତି ତଥା ବ୍ୟବସାୟୀ ଅଭିଷେକ ଝାଙ୍କର। ପୂଜାଙ୍କ ସରକାରୀ ବାସଭବନ ଏବଂ ତାଙ୍କ ସ୍ବାମୀଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି। ସେମାନଙ୍କ ଘରୁ ଅନେକ କାଗଜପତ୍ର ଏବଂ ଗୁରୁତ୍ବପୂର୍ଣ୍ଣ ଦଲିଲ ମିଳିଥିବା କୁହାଯାଉଛି।

ସେ ଆଇଏଏସ ଅଧିକାରୀ ରାହୁଲ ପୁରୱାରଙ୍କୁ ଛାଡପତ୍ର ଦେବାପରେ ଅଭିଷେକଙ୍କୁ ବିବାହ କରିଥିଲେ। ପୂଜା ୨୦୦୦ ବ୍ୟାଚର ଆଇଏଏସ ଅଧିକାରୀ। ସେ ଏବେ ଖଣି ଏବଂ ଭୂବିଜ୍ଞାନ ବିଭାଗର ସଚିବ ଅଛନ୍ତି। ସେ ପ୍ରଥମେ ଖୁଣ୍ଟି ଜିଲ୍ଲାର ଉପ-ଜିଲ୍ଲାପାଳ ଥିଲେ। ତାଙ୍କ ସମୟରେ ମନରେଗା ଦୁର୍ନୀତି ହୋଇଥିଲା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ତାଙ୍କର ଘନିଷ୍ଠ ସମ୍ବନ୍ଧ ଥିବା କୁହାଯାଉଛି। ସେ ମୁଖ୍ୟମନ୍ତ୍ରୀ, ତାଙ୍କ ଭାଇ ଏବଂ ଘନିଷ୍ଠ ସହଯୋଗୀଙ୍କୁ ଶାଗମାଛ ଦରରେ ଖଣି ଆବଣ୍ଟନ କରିଥିବା ଅଭିଯୋଗ ହୋଇଛି। ଝାଡ଼ଖଣ୍ଡ ହାଇକୋର୍ଟର ଜଣେ ବରିଷ୍ଠ ଓକିଲ ପୂଜା ସିଙ୍ଘଲଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିଥିଲେ।

About The Author: The Sakala