ରାଜ୍ୟରେ ଆଇ.ଏ.ଏସ୍ ପରୀକ୍ଷାରେ ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ

ଭୁବନେଶ୍ବର:  ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଯୁବକଯୁବତୀମାନଙ୍କର ସଫଳତା ହାର ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି । ଚଳିତ ୨୦୨୨ ବର୍ଷ ସଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଯୁବକଯୁବତୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଦିଗ୍ ଦର୍ଶନ ଓ ପରାମର୍ଶ […]

ଭୁବନେଶ୍ବର:  ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଯୁବକଯୁବତୀମାନଙ୍କର ସଫଳତା ହାର ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି । ଚଳିତ ୨୦୨୨ ବର୍ଷ ସଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଯୁବକଯୁବତୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଦିଗ୍ ଦର୍ଶନ ଓ ପରାମର୍ଶ ଦେବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି।

ଏଥିପାଇଁ ଅନ୍ଲାଇନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି। ସିଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏବଂ ଗୋପବନ୍ଧୁ ଏକାଡ଼େମୀର ଦିଗ୍ ଦର୍ଶନ ନେବାକୁ ଇଛୁକଥିବା ଆଶାୟୀ ପ୍ରାର୍ଥୀମାନେ ଚଳିତ ମାସ ଡ଼ିସେମ୍ବର ୧୬ ତାରିଖ ସୁଦ୍ଧା atiodisha@gmail.com ରେ ନିଜ ନିଜ ଇମେଲ୍ରୁ ଅନୁରୋଧ ପତ୍ର ପଠାଇବେ। ଇଛୁକ ପ୍ରାର୍ଥୀମାନଙ୍କଠାରୁ ଆଗ୍ରହ ପତ୍ର ମିଳିବା ପରେ ଏକାଡ଼େମୀ ତରଫରୁ ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି  ଜଣାପଡିଛି ।

 

About The Author: The Sakala