ସ୍ପଷ୍ଟ କଲେ ବୈଜ୍ଞାନିକ, ବିପରୀତ ଦିଗରେ ବୁଲୁଛି ପୃଥିବୀର କେନ୍ଦ୍ର

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବିପଦ ମଧ୍ୟରେ ପୃଥିବୀ ପ୍ରତି ଆଉ ଏକ ସଙ୍କଟ ସୃଷ୍ଟି ହୋଇଛି। ପୃଥିବୀର ଆଭ୍ୟନ୍ତରୀଣ କୋର (କେନ୍ଦ୍ର) ଆକସ୍ମିକ ଭାବେ ମନ୍ଥର ହୋଇଯାଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସ୍ବାଧୀନ ଭାବେ ଘୂରି ବୁଲୁଥିବା ଏହି କଠିନ ବଲ୍‌ ଆକୃତିର କୋର୍‌ ଏବେ ବିପରୀତ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ଦିନର ଅବଧି ହ୍ରାସ ପାଇପାରେ। ୧୯୩୬ରେ ଡେନ୍‌ମାର୍କ ଭୂକମ୍ପବିଜ୍ଞାନୀ ଇଙ୍ଗେ ଲେହମାନଙ୍କ ସନ୍ଧାନ ପରଠାରୁ ଆଭ୍ୟନ୍ତରୀଣ କୋର୍‌ ଗବେଷକଙ୍କୁ ଆକର୍ଷିତ କରିଆସୁଛି। […]

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବିପଦ ମଧ୍ୟରେ ପୃଥିବୀ ପ୍ରତି ଆଉ ଏକ ସଙ୍କଟ ସୃଷ୍ଟି ହୋଇଛି। ପୃଥିବୀର ଆଭ୍ୟନ୍ତରୀଣ କୋର (କେନ୍ଦ୍ର) ଆକସ୍ମିକ ଭାବେ ମନ୍ଥର ହୋଇଯାଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସ୍ବାଧୀନ ଭାବେ ଘୂରି ବୁଲୁଥିବା ଏହି କଠିନ ବଲ୍‌ ଆକୃତିର କୋର୍‌ ଏବେ ବିପରୀତ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ଦିନର ଅବଧି ହ୍ରାସ ପାଇପାରେ। ୧୯୩୬ରେ ଡେନ୍‌ମାର୍କ ଭୂକମ୍ପବିଜ୍ଞାନୀ ଇଙ୍ଗେ ଲେହମାନଙ୍କ ସନ୍ଧାନ ପରଠାରୁ ଆଭ୍ୟନ୍ତରୀଣ କୋର୍‌ ଗବେଷକଙ୍କୁ ଆକର୍ଷିତ କରିଆସୁଛି। ଏହାର ଘୂର୍ଣ୍ଣନ ଗତି ଏବଂ ଦିଗ ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ତେବେ ନିକଟରେ ମିଳିଥିବା ପ୍ରମାଣ ଅନୁଯାୟୀ ଗତ କିଛି ବର୍ଷ ହେଲା କୋର୍‌ର ଘୂର୍ଣ୍ଣନରେ ବହୁତ ପରିବର୍ତ୍ତନ ହୋଇଛି। କିନ୍ତୁ ବୈଜ୍ଞାନିକମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ‘ନେଚର’ ପତ୍ରିକାରେ ଗତ ୧୨ ତାରିଖରେ ପ୍ରକାଶିତ ଅଧ୍ୟୟନରେ କେବଳ କୋର ମନ୍ଥର ହୋଇଥିବା କୁହାଯାଇଛି। ଏଥିରେ ୨୦୨୩ରେ ପ୍ରକାଶିତ ଅଧ୍ୟୟନକୁ ସମର୍ଥନ ଦିଆଯାଇଛି। କୋର୍‌ର ମନ୍ଥର ଗତି ପୁରୁଣା ଧାରାର ଅଂଶବିଶେଷ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ ପୃଥିବୀ ମୁଖ୍ୟତଃ ତିନୋଟି ସ୍ତରରେ ବିଭକ୍ତ। ସବୁଠାରୁ ଉପରେ ଥିବା ସ୍ତରକୁ କ୍ରଷ୍ଟ କୁହାଯାଏ। ଏହା ଉପରେ ମନୁଷ୍ୟ ବସବାସ କରୁଛି। ଏହାର ତଳେ ମେଣ୍ଟାଲ ଏବଂ ସବୁଠାରୁ ତଳେ ଥିବା ସ୍ତରକୁ କୋର (କେନ୍ଦ୍ର) କୁହାଯାଏ। ଏହା ମଧ୍ୟ ଦୁଇ ଭାଗରେ ଆଭ୍ୟନ୍ତରୀଣ ଏବଂ ବାହ୍ୟରେ ବିଭକ୍ତ। ପୃଥିବୀର ଆଭ୍ୟନ୍ତରୀଣ କୋର୍‌ ବାହ୍ୟ ଅପେକ୍ଷା ସ୍ବତନ୍ତ୍ର ଭାବେ ଘୂରି ଥାଏ। ଏହା ଠିକ୍‌ ଏକ ବଡ଼ ନଟୁ ଭିତରେ ଆଉ ଏକ ନଟୁ ବୁଲୁଥିବା ଭଳି। ଏପରି କାହିଁକି ହେଉଛି ତାହା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ପୃଥିବୀ ପୃଷ୍ଠରୁ ୫, ୧୮୦ କିମି ଗଭୀରରେ ଥିବା କୋର ସୌରପୃଷ୍ଠ ଭଳି ଉତ୍ତପ୍ତ। ଏହର ତାପମାତ୍ରା ପ୍ରାୟ ୫,୪୦୦ ଡିଗ୍ରୀ ସେଲ୍‌ସିୟସ ହେବ। ଏହା ଲୁହା ଏବଂ ନିକେଲକୁ ନେଇ ଗଠିତ। ଗବେଷକଙ୍କ ଅନୁଯାୟୀ କୋର୍‌ ଧିରେ ଧିରେ ଘୂରିଲେ ମେଣ୍ଟାଲର ଗତି ବୃଦ୍ଧି ପାଇଥାଏ। ଏହି ପରିବର୍ତ୍ତନ ଲାଗି ପୃଥିବୀ ଜୋରରେ ଘୂରି ଥାଏ ଏବଂ ଦିନର ଅବଧି ହ୍ରାସ ପାଇଥାଏ।

About The Author: The Sakala