ଆଜି ବି ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ; ପୃଥିବୀର ଖୁବ୍‌‌ ନିକଟରେ ଦୃଶ୍ୟମାନ ହେବେ ଶୁକ୍ର ଏବଂ ବୃହସ୍ପତି ଗ୍ରହ

ଭୁବନେଶ୍ୱର: ଆଜି ମଧ୍ୟ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟାରେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ପୃଥିବୀର ଖୁବ୍‌‌ ନିକଟରେ ଦୃଶ୍ୟମାନ ହେବେ। ମାର୍ଚ୍ଚ ୧ ତାରିଖ ସନ୍ଧ୍ୟାରେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ଖୁବ୍‌‌ ନିକଟରେ ଦେଖାଯାଇଥିବା ବେଳେ ଫେବୃଆରି ମାସ ଶେଷ ସପ୍ତାହରେ ମଧ୍ୟ ପ୍ରାୟ ଏକ ଘଣ୍ଟା ଧରି ଉକ୍ତ ଗ୍ରହଦ୍ୱୟ ପଶ୍ଚିମ ଆକାଶରେ ଖାଲି ଆଖିରେ ଦୃଶ୍ୟମାନ ହୋଇଥିଲେ। ଏ […]

ଭୁବନେଶ୍ୱର: ଆଜି ମଧ୍ୟ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟାରେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ପୃଥିବୀର ଖୁବ୍‌‌ ନିକଟରେ ଦୃଶ୍ୟମାନ ହେବେ। ମାର୍ଚ୍ଚ ୧ ତାରିଖ ସନ୍ଧ୍ୟାରେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ଖୁବ୍‌‌ ନିକଟରେ ଦେଖାଯାଇଥିବା ବେଳେ ଫେବୃଆରି ମାସ ଶେଷ ସପ୍ତାହରେ ମଧ୍ୟ ପ୍ରାୟ ଏକ ଘଣ୍ଟା ଧରି ଉକ୍ତ ଗ୍ରହଦ୍ୱୟ ପଶ୍ଚିମ ଆକାଶରେ ଖାଲି ଆଖିରେ ଦୃଶ୍ୟମାନ ହୋଇଥିଲେ। ଏ ନେଇ ସୂଚନା ଦେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ବୁଧବାର ଶୁକ୍ର ଗ୍ରହର ଅଳ୍ପ ଉପରେ ବୃହସ୍ପତି ଗ୍ରହ ଦୃଶ୍ୟମାନ ହୋଇଥିଲା। ଉଭୟ ଗ୍ରହଙ୍କ ଭିତରେ କୌଣିକ ଦୂରତା ପ୍ରାୟ ୦.୮ ଡିଗ୍ରୀ ରହିଥିବା ବେଳେ ଆସନ୍ତା କାଲି ସେମାନଙ୍କ ଭିତରେ କୌଣିକ ଦୂରତା ପ୍ରାୟ ୦.୭ ଡିଗ୍ରୀ ରହିବ। ହେଲେ ଶୁକ୍ର ଗ୍ରହର ଅଳ୍ପ ତଳେ ବୃହସ୍ପତି ଗ୍ରହ ଦେଖାଯିବ। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ଯାଏ ଏହି ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେବ। ପଠାଣି ସାମନ୍ତ ପ୍ଲାନେଟରିୟମ୍‌‌ ପକ୍ଷରୁ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

About The Author: The Sakala