କେଜ୍ରିୱାଲଙ୍କ ବଡ଼ ଘୋଷଣା: ମହିଳାଙ୍କୁ ମାସକୁ ମିଳିବ ୨୧୦୦ ଟଙ୍କା…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ଖୁସି ଖବର ଆଣିଛି ଆପ । ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗୁରୁବାର ସକାଳେ ଦିଲ୍ଲୀ କ୍ୟାବିନେଟ୍ ମହିଳା ସମ୍ମାନ ଯୋଜନାକୁ ଅନୁମୋଦନ କରିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ଯୋଜନାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ କେଜ୍ରିୱାଲ […]

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ଖୁସି ଖବର ଆଣିଛି ଆପ । ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗୁରୁବାର ସକାଳେ ଦିଲ୍ଲୀ କ୍ୟାବିନେଟ୍ ମହିଳା ସମ୍ମାନ ଯୋଜନାକୁ ଅନୁମୋଦନ କରିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ଯୋଜନାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ କେଜ୍ରିୱାଲ । ତେବେ ନିର୍ବାଚନ ଜିତିଲେ ଏହି ରାଶିକୁ ବଢ଼ାଇ ୨୧୦୦ ଟଙ୍କା କରିଦିଆଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । ୧୮ ରୁ ୬୦ ବର୍ଷ ମହିଳାଙ୍କୁ ଏହି ଯୋଜନାରେ ଫାଇଦା ମିଳିବ ।ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ପାଇଁ ପଞ୍ଜୀକରଣ କରାଯିବ। ପଞ୍ଜୀକରଣ ପରେ ଆକାଉଣ୍ଟକୁ ପଇସା ଆସିବ।


କେଜ୍ରିୱାଲ କହିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଘୋଷଣା କରିଥିଲି ଏବଂ ଆଶା କରୁଥିଲି ଯେ ଏହା ମେ’ -ଜୁନ୍ ମାସରେ କାର୍ଯ୍ୟକାରୀ ହୋଇଯିବ। କିନ୍ତୁ ତାହା ହୋଇ ପାରିନଥିଲା । ଜେଲରୁ ଫେରିବା ପରଠାରୁ ମୁଁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସହ ଏହି ଯୋଜନାର କାର୍ଯ୍ୟକାରିତାରେ ବ୍ୟସ୍ତ ଥିଲି ଏବଂ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହୋଇଛି । ଅନେକ ମହିଳାମାନେ ନିଜ ପରିବାର ଚଳାନ୍ତି । ପିଲାମାନଙ୍କୁ ସଂସ୍କାର ଦିଅନ୍ତି ଓ ପାଳି ପୋଷି ବଡ଼ କରନ୍ତି ଏବଂ ସେହି ପିଲାମାନେ ହିଁ ଆମର ଭବିଷ୍ୟତ । ଏପରି ସ୍ଥିତିରେ, ଯଦି ଆମେ ମହିଳାମାନଙ୍କୁ କିଛି ସାହାଯ୍ୟ କରିପାରିବା, ତେବେ ଏହା ଆମର ସୌଭାଗ୍ୟ ।ପ୍ରତି ମାସରେ ୧୦୦୦ ଟଙ୍କା ଦେବୁ, ଆଉ ଆଜି ଆମେ ଏହାକୁ ଆରମ୍ଭ କରିଛୁ । ଆଜି ଦିଲ୍ଲୀ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ଏବଂ ଆଗାମୀ ୧୦-୧୫ ଦିନ ମଧ୍ୟରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି କାରଣରୁ ନିର୍ବାଚନ ପୂର୍ବରୁ ଟଙ୍କା ପଠାଯାଇପାରିବ ନାହିଁ । କିନ୍ତୁ ନିର୍ବାଚନ ପରେ ଆପଣଙ୍କ ଖାତାକୁ ୨୧୦୦ ଆସିବ ।

About The Author: The Sakala