ଦିଲ୍ଲୀ ପାଇଁ ସଙ୍କଟ ମୋଚନ ସାଜିଲେ ନବୀନ, ଅକ୍ସିଜେନ ଯୋଗାଇ ଦେବା ନେଇ କେଜ୍ରିୱାଲଙ୍କ ସହ ଫୋନରେ କଥା ହେଲେ ..

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ଯାୟ ଦେଶ ପାଇଁ ଚିନ୍ତା ବଢାଇଥିବା ବେଳେ ଦିଲ୍ଲୀରେ ପରସ୍ଥିତି ଅଣାୟତ୍ତ ହୋଇଛି। ଅକ୍ସିଜେନ ଅଭାବ ଭଳି ଉତ୍କଟ ସମସ୍ଯା ଦେଖାଦେଇଛି ଦିଲ୍ଲୀରେ। ଏପରି ପରିସ୍ଥିତରେ ଦିଲ୍ଲୀକୁ ସହାୟତାର ହାତ ବଢାଇଛି ଓଡ଼ିଶା। ଦିଲ୍ଲୀରେ ଅମ୍ଲଜାନ ଅଭାବ କାରଣରୁ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ସାଂଘାତିକ ହୋଇପଡ଼ିଛି। ଏହାରି ଭିତରେ ଓଡ଼ିଶା ଦିଲ୍ଲୀକୁ ଅମ୍ଲଜାନ ଯୋଗାଇ ଦେବା ବୋଲି ଘୋଷଣା କରିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ […]

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ଯାୟ ଦେଶ ପାଇଁ ଚିନ୍ତା ବଢାଇଥିବା ବେଳେ ଦିଲ୍ଲୀରେ ପରସ୍ଥିତି ଅଣାୟତ୍ତ ହୋଇଛି। ଅକ୍ସିଜେନ ଅଭାବ ଭଳି ଉତ୍କଟ ସମସ୍ଯା ଦେଖାଦେଇଛି ଦିଲ୍ଲୀରେ। ଏପରି ପରିସ୍ଥିତରେ ଦିଲ୍ଲୀକୁ ସହାୟତାର ହାତ ବଢାଇଛି ଓଡ଼ିଶା। ଦିଲ୍ଲୀରେ ଅମ୍ଲଜାନ ଅଭାବ କାରଣରୁ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ସାଂଘାତିକ ହୋଇପଡ଼ିଛି। ଏହାରି ଭିତରେ ଓଡ଼ିଶା ଦିଲ୍ଲୀକୁ ଅମ୍ଲଜାନ ଯୋଗାଇ ଦେବା ବୋଲି ଘୋଷଣା କରିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଅରବିନ୍ଦ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।


ସେ ଟ୍ୱିଟରେ ଲେଖିଛନ୍ତି ଯେ, କିଛି ସମୟ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋନ୍ କଲ ମୁଁ ଗ୍ରହଣ କରିଥିଲି। ଦିଲ୍ଲୀକୁ ଆବଶ୍ୟକ ଅମ୍ଲଜାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା ଦେଇଛନ୍ତି। ଏଥିପାଇଁ ସେ ଜଣେ ଅଧିକାରୀଙ୍କୁ ବିଶେଷ ଭାବେ ନିଯୁକ୍ତ କରିଛନ୍ତି। ଧନ୍ୟବାଦ ସାର। ଦିଲ୍ଲୀ ଆପଣଙ୍କ ପାଖରେ ଋଣି ବୋଲି କେଜ୍ରିୱାଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ସ୍ଥାନରେ ଅମ୍ଲଜାନ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ କାରଣରୁ ରାଜ୍ୟରେ ଯଥେଷ୍ଟ ପରିମାଣର ଅମ୍ଲଜାନ ମହଜୁଦ ରହିଛି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ମଧ୍ଯ ପ୍ରଂଶସା କରିଛନ୍ତି।

About The Author: The Sakala