ଦେଶର ୧୮ଟି ରାଜ୍ଯରେ କରୋନାର ନୂଆ ଷ୍ଟ୍ରେନ, ଓଡ଼ିଶାରୁ ୩ ୟୁକେ ଷ୍ଟ୍ରେନ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିଥିବା ବେଳେ ପୁଣି ଚିନ୍ତା ବଢ଼ାଉଛି କରୋନାର ନୂଆ ଷ୍ଟ୍ରେନ୍। ଦେଶର ୧୮ଟି ରାଜ୍ଯରୁ ୭୭୧ଟି ଏହି ନୂଆ ଷ୍ଟ୍ରନ ମାମଲା ଚିହ୍ନଟ ହୋଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଅଲଗା ଅଲଗା ଷ୍ଟ୍ରେନ୍ ମଧ୍ୟ ଚିହ୍ନଟ ହୋଇଛି । ସେଥିମଧ୍ୟରେ ଓଡିଶାରୁ ୩ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏନେଇ ଏନସିଡିସି ନିର୍ଦ୍ଦେଶକ ଡକ୍ଟର ଏସକେ ସିଂ ସୂଚନା ଦେଇଛନ୍ତି। ଦେଶରେ […]

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିଥିବା ବେଳେ ପୁଣି ଚିନ୍ତା ବଢ଼ାଉଛି କରୋନାର ନୂଆ ଷ୍ଟ୍ରେନ୍। ଦେଶର ୧୮ଟି ରାଜ୍ଯରୁ ୭୭୧ଟି ଏହି ନୂଆ ଷ୍ଟ୍ରନ ମାମଲା ଚିହ୍ନଟ ହୋଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଅଲଗା ଅଲଗା ଷ୍ଟ୍ରେନ୍ ମଧ୍ୟ ଚିହ୍ନଟ ହୋଇଛି । ସେଥିମଧ୍ୟରେ ଓଡିଶାରୁ ୩ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏନେଇ ଏନସିଡିସି ନିର୍ଦ୍ଦେଶକ ଡକ୍ଟର ଏସକେ ସିଂ ସୂଚନା ଦେଇଛନ୍ତି।

ଦେଶରେ ୧୦ ହଜାର ୭୮୭ଟି ଜିନୋମ ସିକ୍ୱେନସିଂ କରାଯାଇଥିବା ବେଳେ ୭୩୬ଟି ମାମଲା ବ୍ରିଟେନ୍ ଷ୍ଟ୍ରେନର ହୋଇଥିବା ବେଳେ ୩୪ଟି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର । ସେହିଭଳି ଗୋଟିଏ ମାମଲା ବ୍ରାଜିଲ ଷ୍ଟ୍ରେନର ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଜିନୋମ ସିକ୍ୱେନସିଂ ପରେ ହିଁ ସମ୍ପୂର୍ଣ୍ଣ ଜେନେଟିକ୍ ଅର୍ଗାନିଜମ ନେଇ ଜଣାପଡ଼ିବ। ଦେଶର ୧୦ଟି ଜାତୀୟ ଲାବରେ ଏନେଇ ଗବେଷଣା ଚାଲିଛି।ବିଦେଶରୁ ଆସିଥିବା କରୋନା ପଜିଟିଭ ଓ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ଜିନୋମ ଟେଷ୍ଟ କରାଯାଇଥାଏ।

About The Author: The Sakala