ଦେଶରେ ୨୪ ଘଣ୍ଟାରେ ୯୬ ହଜାର ୯୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୪୬ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ଯୁ ସଂଖ୍ଯା ମଧ୍ଯ ଚିନ୍ତା ବଢ଼ାଇଛି। ଭାରତରେ ୨୪ ଘଣ୍ଟାରେ ଆଉ ୯୬ ହଜାର ୯୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୬ ଆକ୍ରାନ୍ତଙ୍କ  ମୃତ୍ଯୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୬୫ ହଜାର ୫୪୭କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ଯା  ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯ରେ […]

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ଯୁ ସଂଖ୍ଯା ମଧ୍ଯ ଚିନ୍ତା ବଢ଼ାଇଛି। ଭାରତରେ ୨୪ ଘଣ୍ଟାରେ ଆଉ ୯୬ ହଜାର ୯୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୬ ଆକ୍ରାନ୍ତଙ୍କ  ମୃତ୍ଯୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୬୫ ହଜାର ୫୪୭କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ଯା  ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯ରେ ପହଞ୍ଚିଛି। ସେହିପରି ମୋଟ  ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ ଜଣ  ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ ଲକ୍ଷ ୮୮ ହଜାର ୨୨୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

About The Author: The Sakala