ଦେଶରେ ବଢୁଛି କରୋନା ମାମଲା; ଆସନ୍ତାକାଲି ସମସ୍ତ ରାଜ୍ୟ ସହ କେନ୍ଦ୍ରର ବୈଠକ…

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହ ମଧ୍ଯକେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହାଜରେ ପାର କଲାଣି। ଏହି ରୋଗୀଙ୍କ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ସର୍ବାଧିକ ସଂକ୍ରମିତ ସାମିଲ ଅଛନ୍ତି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ତିରୁଅନନ୍ତପୁରମ ଭଳି କରୋନା ମାମଲା ଦେଖିବାକୁ ମିଳିଛି।  ସେହିପରି ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀରେ କରୋନା ଚିନ୍ତା ବଢାଇ ଦେଇଛି । କରୋନା ମୁକାବିଲା ପାଇଁ ଆସନ୍ତାକାଲି ଦିନ […]

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହ ମଧ୍ଯକେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହାଜରେ ପାର କଲାଣି। ଏହି ରୋଗୀଙ୍କ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ସର୍ବାଧିକ ସଂକ୍ରମିତ ସାମିଲ ଅଛନ୍ତି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ତିରୁଅନନ୍ତପୁରମ ଭଳି କରୋନା ମାମଲା ଦେଖିବାକୁ ମିଳିଛି।  ସେହିପରି ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀରେ କରୋନା ଚିନ୍ତା ବଢାଇ ଦେଇଛି ।

କରୋନା ମୁକାବିଲା ପାଇଁ ଆସନ୍ତାକାଲି ଦିନ ୧୨ଟା ସମୟରେ ସବୁ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ ନେବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। ଯେଉଁ ଦୁଇଟି ଭାରିଆଣ୍ଟ କେନ୍ଦ୍ର ସରକାର କହୁଛନ୍ତି। ତାହା ଏତେ ମାରାତ୍ମକ ନୁହେଁ। ଓଡ଼ିଶାରେ ଗୋଟେ ହିଁ କେସ୍ ଆସିଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି। ପରିବାରରେ କାହାର ଲକ୍ଷଣ ନାହିଁ। ଗାଇଡଲାଇନ ପରିବର୍ତ୍ତନ ହୋଇଛି। ଲକ୍ଷଣ ନ ଥିଲେ ପରିବାର ଲୋକଙ୍କ ଟେଷ୍ଟ ହେବନି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  କେନ୍ଦ୍ର, ICMR, WHO ସହ ସମ୍ପର୍କରେ ଅଛି। ବ୍ୟସ୍ତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।

ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ କରୋନା ମହାରାଷ୍ଟ୍ରରେ ୪ ଜଣ କେରଳରେ ୨ ଓ କର୍ଣ୍ଣାଟକରେ ଜଣଙ୍କ ଜୀବନ ନେଲାଣି। ତେବେ ଅଧିକାଂଶ ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ଡାକ୍ତର କହିଛନ୍ତି। ଦେଶର ବିଭିନ୍ନ ସହରରେ ସକ୍ରିୟ ରୋଗୀ ସଂଖ୍ୟା ବଢୁଥିବ ବେଳେ ଦୁଇଟି ନୂଆ ଉପପ୍ରଜାତି ଏନ୍‌ବି୧.୮.୧ ଓ ଏଲ୍‌ଏଫ.୭ ଚିହ୍ନଟ କରାଯାଇଛି। ଏହି ଦୁଇ ପ୍ରଜାତି ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ନଜର ରଖିଛି।

About The Author: The Sakala