ଡିସେମ୍ବର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ: ପୁଣି ବଢ଼ିଲା କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ଖାଉଟିଙ୍କୁ ମହଙ୍ଗା ମାଡ । ପୁଣି ବଢ଼ିଲା କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର। ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଛି। କମର୍ସିଆଲ ସିଲିଣ୍ଡରର ବର୍ଦ୍ଦିତ ମୂଲ୍ୟ ଆଜିଠାରୁ ଦେଶରେ ଲାଗୁ ହୋଇଛି । ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ସୂଚନା ମୁତାବକ, ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଛି। ଫଳରେ ସିଲିଣ୍ଡର ପିଛା ଦାମ୍‌ […]

ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ଖାଉଟିଙ୍କୁ ମହଙ୍ଗା ମାଡ । ପୁଣି ବଢ଼ିଲା କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର। ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଛି। କମର୍ସିଆଲ ସିଲିଣ୍ଡରର ବର୍ଦ୍ଦିତ ମୂଲ୍ୟ ଆଜିଠାରୁ ଦେଶରେ ଲାଗୁ ହୋଇଛି । ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

ସୂଚନା ମୁତାବକ, ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଛି। ଫଳରେ ସିଲିଣ୍ଡର ପିଛା ଦାମ୍‌ ଦିଲ୍ଲୀରେ ୧୮୧୮.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୯ କିଲୋଗ୍ରାମର ସିଲିଣ୍ଡରର ଦାମ୍‌ ୧୯୨୭, ମୁମ୍ବାଇରେ ୧୭୭୧ ଓ ଚେନ୍ନାଇରେ ୧୯୮୦.୫୦ ଟଙ୍କାରେ ପହଞ୍ଚିଛି। ଲଗାତର ପଞ୍ଚମଥର ପାଇଁ ତୈଳ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି। ଗତ ମାସରେ ମଧ୍ୟ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ୬୨ଟଙ୍କା ଘଟିଥିଲା। ଏହାପୂର୍ବରୁ ଅକ୍ଟୋବରରେ ୪୮.୫୦, ସେପ୍ଟେମ୍ବରରେ ୩୯ ଏବଂ ଅଗଷ୍ଟରେ ୬.୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

About The Author: The Sakala