ନୂଆଦିଲ୍ଲୀ: ବଢିଲା କମର୍ସିଆଲ ଗ୍ୟାସ ଦର । କମର୍ସିଆଲ ଗ୍ୟାସ ଦର ୭ଟଙ୍କା ବୃଦ୍ଧି ହୋଇଛି । ପନିପରିବା ଦର ଆକାଶଛୁଆଁ ଥିବାବେଳେ ପୁଣି ଥରେ ଗରାଖଙ୍କ ଉପରେ ବାଜିଛି ମହଙ୍ଗା ଛାଟ। କମର୍ସିଆଲ ଏଲପିଜି ଦର ୭ଟଙ୍କା ବୃଦ୍ଧି ପାଇ ୧,୭୮୦ ଟଙ୍କାରେ ପହଞ୍ଚିଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି ।
ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ପୂର୍ବରୁ ୧୭୭୩ ଥିବା ବେଳେ ଆଜି ୭ଟଙ୍କା ବୃଦ୍ଧି ପାଇ ନୂଆ ଦର ଅନୁଯାୟୀ ୧୭୮୦ ଟଙ୍କା ହୋଇଛି। କୋଲକତାରେ ୧୯ କେଜି କମର୍ସିଆଲ ଗ୍ୟାସ୍ ଦାମ ୧୮୭୫.୫୦ ଟଙ୍କାରୁ ବଢ଼ି ୧୮୮୨.୫୦ ଟଙ୍କାରେ ପହଞ୍ଚିଛି। ଏହାବାଦ ମୁମ୍ବାଇରେ ଏହାର ଦାମ ୧୭୨୫ ଟଙ୍କାରୁ ୧୭୩୨ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି।