ଆଜି ସରିବ ଜଷ୍ଟିସ୍‌ ରମଣାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ପ୍ରଧାନବିଚାରପତି ଜଷ୍ଟିସ୍‌ ନୁଦାଲାପତି ଭେଙ୍କଟରମଣା ଶୁକ୍ରବାର ଅବସର ନେବେ। ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ସେ ୨୦୨୧ ଏପ୍ରିଲରେ ନିଯୁକ୍ତ ହୋଇଥିଲେ। ତେବେ ଆଜି ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ୨୭ ତାରିଖରେ ୪୯ତମ ପ୍ରଧାନବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତ ଶପଥ ନେବେ। ତେବେ ଅବସର ନେବା ପୂର୍ବରୁ ଜଷ୍ଟିସ୍‌ ରମଣା ବହୁ ଗୁରୁତ୍ବପୂର୍ଣ୍ଣ ମାମଲାରେ ଗୁରୁବାର ଶୁଣାଣି କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଭିତରେ ସେ ଯଥା ସମ୍ଭବ ନିଜର କର୍ତ୍ତବ୍ୟ […]

ନୂଆଦିଲ୍ଲୀ: ପ୍ରଧାନବିଚାରପତି ଜଷ୍ଟିସ୍‌ ନୁଦାଲାପତି ଭେଙ୍କଟରମଣା ଶୁକ୍ରବାର ଅବସର ନେବେ। ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ସେ ୨୦୨୧ ଏପ୍ରିଲରେ ନିଯୁକ୍ତ ହୋଇଥିଲେ। ତେବେ ଆଜି ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ୨୭ ତାରିଖରେ ୪୯ତମ ପ୍ରଧାନବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତ ଶପଥ ନେବେ। ତେବେ ଅବସର ନେବା ପୂର୍ବରୁ ଜଷ୍ଟିସ୍‌ ରମଣା ବହୁ ଗୁରୁତ୍ବପୂର୍ଣ୍ଣ ମାମଲାରେ ଗୁରୁବାର ଶୁଣାଣି କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଭିତରେ ସେ ଯଥା ସମ୍ଭବ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ପ୍ରୟାସ କରିଛନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ଜଷ୍ଟିସ୍‌ ରମଣା କହିଛନ୍ତି। ପେଗାସସ୍‌ ମାମଲା ଠାରୁ ଆରମ୍ଭ କରି ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଢିଲା ଏବଂ ‘ଫ୍ରିବିସ୍‌’ ଆଦି ପ୍ରସଙ୍ଗରେ ସେ ଗୁରୁବାର ଶୁଣାଣି ହୋଇଛି।

About The Author: The Sakala