ଛତିଶଗଡ଼ ଓ ମିଜୋରାମରେ ଆରମ୍ଭ ହୋଇଛି ମତଦାନ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ଆଦି ୫ ରାଜ୍ୟର ବହୁ ପ୍ରତୀକ୍ଷିତ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ମତଦାନ ସହିତ ମିଜୋରାମ ବିଧାନସଭା ପାଇଁ ମତଦାନ ଜାରି ରହିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାର ୨୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ବାକି ୭୦ଟି ଆସନ ପାଇଁ ଆସନ୍ତା ୧୭ ତାରିଖରେ ମତଦାନ ହେବା […]

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ଆଦି ୫ ରାଜ୍ୟର ବହୁ ପ୍ରତୀକ୍ଷିତ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ମତଦାନ ସହିତ ମିଜୋରାମ ବିଧାନସଭା ପାଇଁ ମତଦାନ ଜାରି ରହିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାର ୨୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଜାରି ରହିଛି।

ଦ୍ବିତୀୟ ପର୍ଯ୍ୟାୟରେ ବାକି ୭୦ଟି ଆସନ ପାଇଁ ଆସନ୍ତା ୧୭ ତାରିଖରେ ମତଦାନ ହେବା ସହିତ ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହେବ। ସେହିପରି ମିଜୋରାମର ୪୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆଜି ମତଦାନ ଶେଷ ହେବ। ଏହାପରେ ପରେ ଅନ୍ୟ ତିନି ରାଜ୍ୟରେ ମତଦାନ ଆରମ୍ଭ ହେବ। ଏହି ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସେମି ଫାଇନାଲ ହେବ ବୋଲି କୁହାଯାଉଛି। ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

About The Author: The Sakala