ଛତିଶଗଡ଼ ଏନ୍‌କାଉଣ୍ଟରରେ ୧୨ ନୁହେଁ ୧୮ଜଣ ମାଓବାଦୀ ନିହତ: ମାଓ ସଂଗଠନର ପ୍ରେସ୍‌ ବିଜ୍ଞପ୍ତି

ରାୟପୁର: ଛତିଶଗଡ଼ ବିଜାପୁର ଏନ୍‌କାଉଣ୍ଟରରେ ୧୨ ନୁହେଁ,  ୧୮ ମାଓବାଦୀ ନିହତ ହୋଇଥିଲେ । ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛି ମାଓ ସଙ୍ଗଠନ। ପ୍ରେସ୍‌ ରିଲିଜ୍‌ରେ ଦକ୍ଷିଣ ବସ୍ତର ଡିଭିଜିନାଲ୍ ସଚିବ ଏହି ସୂଚନା ଦେଇଛନ୍ତି । ଛତିଶଗଡ଼ ବିଜାପୁର ଏନ୍‌କାଉଣ୍ଟରରେ ୧୨ ଜଣ ମାଓବାଦୀ ନୁହେଁ ବରଂ ୧୮ଜଣ ମାଓବାଦୀ ନିହତ ହୋଇଥିଲେ । ଏହାସହିତ ଏନ୍‌କାଉଣ୍ଟରରେ ମାଓ ନେତା ଦାମଦରର ମଧ୍ୟ ମୃତ୍ୟୁ ହୋଇଛି । ଏନ୍‌କାଉଣ୍ଟରରେ ଦାମଦରର ମୃତ୍ୟୁ ହୋଇଥିବା ନେଇ ମାଓ […]

ରାୟପୁର: ଛତିଶଗଡ଼ ବିଜାପୁର ଏନ୍‌କାଉଣ୍ଟରରେ ୧୨ ନୁହେଁ,  ୧୮ ମାଓବାଦୀ ନିହତ ହୋଇଥିଲେ । ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛି ମାଓ ସଙ୍ଗଠନ। ପ୍ରେସ୍‌ ରିଲିଜ୍‌ରେ ଦକ୍ଷିଣ ବସ୍ତର ଡିଭିଜିନାଲ୍ ସଚିବ ଏହି ସୂଚନା ଦେଇଛନ୍ତି । ଛତିଶଗଡ଼ ବିଜାପୁର ଏନ୍‌କାଉଣ୍ଟରରେ ୧୨ ଜଣ ମାଓବାଦୀ ନୁହେଁ ବରଂ ୧୮ଜଣ ମାଓବାଦୀ ନିହତ ହୋଇଥିଲେ । ଏହାସହିତ ଏନ୍‌କାଉଣ୍ଟରରେ ମାଓ ନେତା ଦାମଦରର ମଧ୍ୟ ମୃତ୍ୟୁ ହୋଇଛି । ଏନ୍‌କାଉଣ୍ଟରରେ ଦାମଦରର ମୃତ୍ୟୁ ହୋଇଥିବା ନେଇ ମାଓ ସଂଗଠନର କହିଛି । ଗତ ୧୬ତାରିଖରେ ବିଜାପୁର- ସୁକୁମା ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଥିଲା ।

ସୂଚନାଯୋଗ୍ୟ, ୧୬ ତାରିଖରେ ବିଜାପୁର ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ଗୁଳି ବିନିମୟରେ ୧୮ ଜଣ ମାଓବାଦୀ ନିହତ ହୋଇଥିଲେ। ଦକ୍ଷିଣ ବସ୍ତର ମାଓ ସଂଗଠନ ପକ୍ଷରୁ ଏକ ଚିଠି ମାଧ୍ୟମରେ ସ୍ପଷ୍ଟ କରାଯାଇଛି । ଚିଠିରେ ଆହୁରି ଲେଖା ଅଛି ଯେ, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର ପରେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ, ବାକି ୬ ଜଣଙ୍କ ମୃତଦେହକୁ ଏନ୍‌କାଉଣ୍ଟର ପରେ ସାଥୀମାନେ ନେଇଯାଇଥିଲେ । ସେହିପରି ମାଓ ସଂଗଠନ ପକ୍ଷରୁ ମାଓନେତା ଦାମୋଦରଙ୍କ ଏକ ଫଟୋ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ପୋଲିସ ଗୁଳିରେ ଦାମୋଦର ନିହତ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି । କାଙ୍କେର ଲଙ୍କା ଜଙ୍ଗଲରୁ ଜବତ ହୋଇଥିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର।

About The Author: The Sakala