୮ ରାଷ୍ଟ୍ରାୟତ୍ତ କମ୍ପାନୀକୁ ବିକ୍ରି କରିଦେବେ କେନ୍ଦ୍ର ସରକାର, ୫ ବ୍ୟାଙ୍କରୁ କରିବେ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର କେତେଗୁଡ଼ିଏ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ୮ଟି ରାଷ୍ଟ୍ରାୟତ୍ତ କମ୍ପାନୀ ବିକ୍ରି ସହ ୫ଟି ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୮ଟି ବଡ଼ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବିକ୍ରି ସୂଚୀରେ ରଖାଯାଇଛି। ଏହା ମଧ୍ୟରେ ରହିଛି ଭାରତ ଆର୍ଥ ମୁଭର୍ସ ଲିମିଟେଡ୍‌(ବିଇଏମ୍‌ଏଲ୍‌), ସିପିଂ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(ସିପିଆଇ), ହିନ୍ଦୁସ୍ତାନ ଲାଟେକ୍ସ ଲିମିଟେଡ୍‌ (ଏଚ୍‌ଏଲ୍‌ଏଲ୍‌) ଲାଇଫକେୟାର୍‌ ଲିମିଟେଡ୍‌, ପ୍ରୋଜେକ୍ଟସ୍‌ ଆଣ୍ଡ୍‌ […]

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର କେତେଗୁଡ଼ିଏ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ୮ଟି ରାଷ୍ଟ୍ରାୟତ୍ତ କମ୍ପାନୀ ବିକ୍ରି ସହ ୫ଟି ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୮ଟି ବଡ଼ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବିକ୍ରି ସୂଚୀରେ ରଖାଯାଇଛି। ଏହା ମଧ୍ୟରେ ରହିଛି ଭାରତ ଆର୍ଥ ମୁଭର୍ସ ଲିମିଟେଡ୍‌(ବିଇଏମ୍‌ଏଲ୍‌), ସିପିଂ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(ସିପିଆଇ), ହିନ୍ଦୁସ୍ତାନ ଲାଟେକ୍ସ ଲିମିଟେଡ୍‌ (ଏଚ୍‌ଏଲ୍‌ଏଲ୍‌) ଲାଇଫକେୟାର୍‌ ଲିମିଟେଡ୍‌, ପ୍ରୋଜେକ୍ଟସ୍‌ ଆଣ୍ଡ୍‌ ଡେଭଲପମେଣ୍ଟ୍‌ ଇଣ୍ଡିଆ ଏବଂ ଇଣ୍ଡିଆନ୍‌ ମେଡିସିନ୍ସ ଫାର୍ମାସ୍ୟୁଟିକାଲ୍‌ କର୍ପୋରେସନ୍‌। ଏହି କମ୍ପାନୀଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ଦ୍ୱାରା କେନ୍ଦ୍ର ସରକାର ୮୦ ହଜାର କୋଟି ଟଙ୍କା ସଂଗ୍ରହ କରିବେ ବୋଲି ଅନୁମାନ କରାଯାଉଛି।

ସେହିପରି କେନ୍ଦ୍ର ସରକାର ୫ଟି ବ୍ୟାଙ୍କରେ ନିଜର ଅଂଶଧନ ହ୍ରାସ କରିବାକୁ ବିଚାର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ସୁଦ୍ଧା ଆଇଡିବିଆଇ ବ୍ୟାଙ୍କ ବିକ୍ରି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି), ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କରୁ ମଧ୍ୟ ସରକାର ନିଜର ଅଂଶଧନ ପ୍ରତ୍ୟାହାର କରିବେ ବୋଲି ସୂଚନା ମିଳିଛି। ଏହି ବ୍ୟାଙ୍କଗୁଡ଼ିକରୁ ସରକାରୀ ଅଂଶଧନ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବ ।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଡିବିଆଇ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ଜରିଆରେ ସରକାର ଓ ଏଲ୍‌ଆଇସିକୁ ୫୦,୦୦୦ କୋଟି ଟଙ୍କା ମିଳିବ। ଏହି ବ୍ୟାଙ୍କରେ ସରକାର ଓ ଏଲ୍‌ଆଇସିର ମୋଟ ୯୪ ପ୍ରତିଶତ ଅଂଶଧନ ରହିଛି। ଏବେ ଆଇଡିବିଆଇ ବ୍ୟାଙ୍କରୁ ସରକାର ନିଜର ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବେ। ସରକାର ବର୍ତ୍ତମାନ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ଚୂଡ଼ାନ୍ତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଫେୟାରଫ୍ୟାକ୍ସ ଇଣ୍ଡିଆ ହୋଲ୍ଡିଂସ୍‌, ଏମିରେଟ୍ସ ଏନ୍‌ବିଡି ଏବଂ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଏହି ବ୍ୟାଙ୍କକୁ କ୍ରୟ କରିବାକୁ ଆଶାବାଦୀ ଅଛନ୍ତି ବୋଲି କୁହାଯାଉଛି।

About The Author: The Sakala