ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ଖାଉଟିଙ୍କୁ ମହଙ୍ଗା ମାଡ। ମହଙ୍ଗା ହେଲା ଏଲପିଜି। ସରକାରୀ ତୈଳ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମରେ ୬ ଟଙ୍କା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ୧୪.୨ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ଦାମରେ କୌଣସି ବୃଦ୍ଧି ଘଟିନାହିଁ । ଏହାର ଅର୍ଥ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ଅନ୍ୟପଟେ ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୧୩ ଟଙ୍କା ହୋଇଛି। କୋଲକାତାରେ ୧୯ କିଲୋଗ୍ରାମ୍ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ବର୍ତ୍ତମାନ ୧୯୧୩ ଟଙ୍କାରେ ଉପଲବ୍ଧ ହେବ।