୪୧ କୁଟନୀତିଜ୍ଞଙ୍କୁ ଫେରାଇନେବା ସହ ଭାରତରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କଲା କାନାଡା

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ନିଜ୍ଜର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ଫେରାଇନେଇଛି କାନାଡ଼ା । ନିଜ୍ଜର ହତ୍ୟାକାଣ୍ଡ ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୀତିଜ୍ଞ ବିବାଦ କାରଣରୁ ନିଜ ଦେଶକୁ ୪୧ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। କାନାଡ଼ା କୁଟନୀତିଜ୍ଞ ମାନଙ୍କୁ ଶୁକ୍ରବାର ସୁଦ୍ଧା ଦେଶ ଛାଡିବାକୁ ଆଦେଶ ଦେଇଥିଲା ଭାରତ । ଭାରତରେ ଅବସ୍ଥାପିତ କାନାଡାର ୪୧ ଜଣ କୂଟନୀତିଜ୍ଞଙ୍କ ବହିଷ୍କାରକୁ […]

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ନିଜ୍ଜର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ଫେରାଇନେଇଛି କାନାଡ଼ା । ନିଜ୍ଜର ହତ୍ୟାକାଣ୍ଡ ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୀତିଜ୍ଞ ବିବାଦ କାରଣରୁ ନିଜ ଦେଶକୁ ୪୧ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। କାନାଡ଼ା କୁଟନୀତିଜ୍ଞ ମାନଙ୍କୁ ଶୁକ୍ରବାର ସୁଦ୍ଧା ଦେଶ ଛାଡିବାକୁ ଆଦେଶ ଦେଇଥିଲା ଭାରତ । ଭାରତରେ ଅବସ୍ଥାପିତ କାନାଡାର ୪୧ ଜଣ କୂଟନୀତିଜ୍ଞଙ୍କ ବହିଷ୍କାରକୁ ନେଇ କାନାଡା ସରକାର ଭାରତ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହା ଅନ୍ତର୍ଜାତୀୟ ଆଇନ ଓ ଭିଏନା କନଭେନସନର ଉଲ୍ଲଙ୍ଘନ ବୋଲି କାନାଡା କହିଛି ।

ଏହା ସହିତ ଭାରତରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି କାନାଡା । ଭାରତରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ହମଲାର ଆଶଙ୍କା ଥିବାରୁ କାନାଡାର ଲୋକମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରନ୍ତୁ ବୋଲି କାନାଡା କହିଛି। କାନାଡା ଓ ଭାରତରେ ନିକଟରେ ଘଟୁଥିବା ଘଟଣା ସ୍ଥିତିକୁ ବିଗାଡ଼ିଛି। କାନାଡା ବିରୋଧରେ ଆନ୍ଦୋଳନ ଡାକରା ଦିଆଯିବା ସହ ମିଡିଆ ଓ ସୋଶାଲ ମିଡିଆରେ ନାକାରାତ୍ମକ ପ୍ରଚାର କରାଯାଉଛି। ବିକ୍ଷୋଭ ସମେତ କାନାଡା ବିରୋଧୀ ଶୋଭାଯାତ୍ରା ମଧ୍ୟ ଦେଖାଯାଇପାରେ। କାନାଡା ଲୋକଙ୍କୁ ଭୟଭୀତ ଓ ହଇରାଣ କରାଯାଇ ପାରେ। ତେଣୁ ଦିଲ୍ଲୀ ଓ ଏନସିଆରରେ କାନାଡାର ଲୋକମାନେ ଅଧିକ ସତର୍କ ରହିବା ସହ ନିଜର ପରିଚୟ ସାର୍ବଜନୀନ କରନ୍ତୁ ନାହିଁ। ଅଜଣା ଲୋକଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ ବୋଲି କାନାଡା ସରକାର ଜାରି କରିଥିବା ସତର୍କ ସୂଚନାରେ ନିଜ ନିଜ ଦେଶର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏକ ବିବୃତିରେ କହିଛନ୍ତି, କାନାଡାର କୂଟନୀତିଜ୍ଞମାନେ ଭାରତରେ ଅଧିକ ସଂଖ୍ୟାରେ ଅଛନ୍ତି। ସେମାନେ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ କ୍ରମାଗତ ହସ୍ତକ୍ଷେପ କରୁଛନ୍ତି। ନୂଆଦିଲ୍ଲୀ ଏବଂ ଓଟାୱାରେ ଥିବା ଦୁଇ ଦେଶର କୂଟନୀତିଜ୍ଞ ସଂଖ୍ୟାରେ ସମାନତା ରହିବା ଆବଶ୍ୟକ । ଆମେ ଗତ ମାସରୁ ଏ ବିଷୟରେ କାନାଡା ପକ୍ଷ ସହ କଥା ବାର୍ତ୍ତା କରୁଛୁ । ଏହି ସମାନତାକୁ କାର୍ଯ୍ୟକାରୀ କରିବା ପାଇଁ ଆମର ପଦକ୍ଷେପ ଠିକ୍, ଆମେ ଯାହା କରିଛୁ ତାହା ଭିଏନା ଚୁକ୍ତିର ଧାରା ୧୧.୧ ଅଧୀନରେ ଅଛି ।

ସୂଚନାଯୋଗ୍ୟ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡା କହିବା ପରେ ଭାରତ ଏହାକୁ କଡ଼ା ଭାଷାରେ ବିରୋଧ କରିଛି। ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ଯତି ସତ୍ୟତା ଅଛି ତେବେ ପ୍ରମାଣ ଦେବାକୁ ମଧ୍ୟ କହିଥିଲା ଭାରତ। କିନ୍ତୁ କାନାଡା କୌଣସି ପ୍ରମାଣ ନ ଦେଇ, ପ୍ରଥମେ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିଥିଲା। ଏହାପରେ ନିଜ ଆଭିମୁଖ୍ୟ ପୋଷଣ କରୁଛି ଭାରତ।

About The Author: The Sakala