ରାଜସ୍ଥାନ: ରବିବାର ରାତିରେ ରାଜସ୍ଥାନର ମର୍ମନ୍ତୁଦ ଦୁର୍ଘଟଣା । ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍, ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି । ହରିଦ୍ୱାରରୁ ଜୟପୁର ଯାଉଥିବା ଏକ ବସ୍ ଗତ ରାତିରେ ୨୧ ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିଲା। ରାତି ପ୍ରାୟ ୨ଟା ପରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବଖସିପଡିଥିଲା । ଫଳରେ ବସ୍ଟି ବାଡ଼ାରେ ପିଟି ହୋଇ ତଳେ ଥିବା ରେଲୱେ ଟ୍ରାକ୍ରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣା ପରେ ବସ୍ଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି।ଖବର ପାଇ ତୁରନ୍ତ ପୁଲିସ୍, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍; ୪ ମୃତ, ୨୪ ଆହତ
ରାଜସ୍ଥାନ: ରବିବାର ରାତିରେ ରାଜସ୍ଥାନର ମର୍ମନ୍ତୁଦ ଦୁର୍ଘଟଣା । ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍, ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଆହତ ହୋଇଛନ୍ତି । ହରିଦ୍ୱାରରୁ ଜୟପୁର ଯାଉଥିବା ଏକ ବସ୍ ଗତ ରାତିରେ ୨୧ ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିଲା। ରାତି ପ୍ରାୟ ୨ଟା ପରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବଖସିପଡିଥିଲା । ଫଳରେ ବସ୍ଟି ବାଡ଼ାରେ ପିଟି ହୋଇ ତଳେ ଥିବା ରେଲୱେ ଟ୍ରାକ୍ରେ ଖସି ପଡ଼ିଥିଲା। ଏହି […]