ସିଏନଜି ଟ୍ରକ ସହ ଏଲପିଜି ଟ୍ୟାଙ୍କର ଧକ୍କା: ଜଳିଗଲା ୪୦ରୁ ଉର୍ଦ୍ଧ୍ବ ଗାଡ଼ି, ୫ ଜୀବନ୍ତ ଦଗ୍ଧ

ରାଜସ୍ଥାନ: ରାଜସ୍ଥାନ ଭାନକ୍ରୋଟାରେ ଭୟଙ୍କର ଦୁର୍ଘଟଣା। ଚାହୁଁ ଚାହୁଁ ଜଳିଗଲା ୪୦ରୁ ଉର୍ଦ୍ଧ୍ବ ଗାଡ଼ି। ଘଟଣାସ୍ଥଳରେ ୫ଜଣ ଜୀବନ୍ତ ଦଗ୍ଧ। ଆଜି ଭୋରରୁ ଭାନକ୍ରୋଟାସ୍ଥିତ ଜୟପୁର-ଅଜମେର ଜାତୀୟ ରାଜପଥ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପେଟ୍ରୋଲ ପମ୍ପ ନିକଟରେ ଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ବିସ୍ଫୋରଣ ହୋଇଛି। ସିଏନଜି ଟ୍ରକ ସହ ଏଲପିଜି ଟ୍ୟାଙ୍କର ଧକ୍କା ହେବା ଫଳରେ ଭୟଙ୍କର ବିସ୍ଫୋରଣରେ ୪୦ଟି ଗାଡ଼ି ଘଟଣାସ୍ଥଳରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି। […]

ରାଜସ୍ଥାନ: ରାଜସ୍ଥାନ ଭାନକ୍ରୋଟାରେ ଭୟଙ୍କର ଦୁର୍ଘଟଣା। ଚାହୁଁ ଚାହୁଁ ଜଳିଗଲା ୪୦ରୁ ଉର୍ଦ୍ଧ୍ବ ଗାଡ଼ି। ଘଟଣାସ୍ଥଳରେ ୫ଜଣ ଜୀବନ୍ତ ଦଗ୍ଧ। ଆଜି ଭୋରରୁ ଭାନକ୍ରୋଟାସ୍ଥିତ ଜୟପୁର-ଅଜମେର ଜାତୀୟ ରାଜପଥ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପେଟ୍ରୋଲ ପମ୍ପ ନିକଟରେ ଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ବିସ୍ଫୋରଣ ହୋଇଛି। ସିଏନଜି ଟ୍ରକ ସହ ଏଲପିଜି ଟ୍ୟାଙ୍କର ଧକ୍କା ହେବା ଫଳରେ ଭୟଙ୍କର ବିସ୍ଫୋରଣରେ ୪୦ଟି ଗାଡ଼ି ଘଟଣାସ୍ଥଳରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏକାଧିକ ଲୋକ ଘଟଣାସ୍ଥଳରେ ଆହତ ହୋଇଥିବାବେଳେ ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀସ ଆଜି ସକାଳ ପ୍ରାୟ ୫ଟା ୩୦ରେ ଭାନ୍‌କ୍ରୋଟାରେ ଏକ ଏଲପିଜି ବୋଝେଇ ଟ୍ରକ୍‌ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ସିଏନଜି ଟ୍ୟାଙ୍କରରେ ଜୋରଦାର ବ୍ଲାଷ୍ଟ ହେବା ସହ ଆଖପାଖରେ ଥିବା ଗାଡ଼ିଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା। ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିବା ବେଳେ ଯାତ୍ରୀମାନେ ପ୍ରାଣ ବିକଳରେ ବାହାରି ନିଜ ଜୀବନ ବଞ୍ଚାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ୨୨ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିସହ ଗୁରୁତରଙ୍କୁ ହସ୍ପିଟାଲରେ ପହଞ୍ଚାଇବା ନିମନ୍ତେ  ଆମ୍ବୁଲାନ୍ସ ବି ପହଞ୍ଚିଛି।

About The Author: The Sakala