ରାହୁଲ୍‌ ନ‌ର୍ବେକର୍‌ ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ ନିମନ୍ତେ ମତଦାନ ଆରମ୍ଭ ହୋଇଥିଲା। ବାଚସ୍ପତି ପଦ ନିମନ୍ତେ ‘ସେନା’ ବିଧାୟକ ତଥା ଉଦ୍ଧବ ଠାକ୍‌ରେଙ୍କ ଅନୁଗାମୀ ରାଜନ ସାଲ୍‌ୱି ‘ଶିବସେନା-ଏନ୍‌ସିପି-କଂଗ୍ରେସ’ର ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ ୪୫ ବର୍ଷିୟ ‘ବିଜେପି’ ବିଧାୟକ ରାହୁଲ୍‌ ନ‌ର୍ବେକର୍‌। ନର୍ବେକର ୧୬୪ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସାଲ୍‌ୱି ୧୦୭ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏଥିସହ ୨୮୮ ସଦସ୍ୟବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ଆଜି ବିଜେପି ବିଧାୟକ […]

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ ନିମନ୍ତେ ମତଦାନ ଆରମ୍ଭ ହୋଇଥିଲା। ବାଚସ୍ପତି ପଦ ନିମନ୍ତେ ‘ସେନା’ ବିଧାୟକ ତଥା ଉଦ୍ଧବ ଠାକ୍‌ରେଙ୍କ ଅନୁଗାମୀ ରାଜନ ସାଲ୍‌ୱି ‘ଶିବସେନା-ଏନ୍‌ସିପି-କଂଗ୍ରେସ’ର ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ ୪୫ ବର୍ଷିୟ ‘ବିଜେପି’ ବିଧାୟକ ରାହୁଲ୍‌ ନ‌ର୍ବେକର୍‌। ନର୍ବେକର ୧୬୪ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସାଲ୍‌ୱି ୧୦୭ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏଥିସହ ୨୮୮ ସଦସ୍ୟବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ଆଜି ବିଜେପି ବିଧାୟକ ରାହୁଲ୍‌ ନର୍ବେକର୍‌ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟୀ ହୋଇଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମେ ବିଜେପି ପକ୍ଷରୁ ରାହୁଲ ନର୍ଭେକରଙ୍କ ନାମ ଘୋଷଣା କରାଯିବା ପରେ ମହାଅଘାଡି ମେଣ୍ଟ ପକ୍ଷରୁ ଶିବସେନା ରତ୍ନଗିରି ଜିଲ୍ଲାର ରାଜାପୁର ବିଧାୟକ ରାଜନ ସାଲଭିଙ୍କ ନାମ ଘୋଷଣା କରାଯାଇଥିଲା। ଉଭୟ ଶନିବାର ପ୍ରାର୍ଥୀପତ୍ର ଦାକଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ନିଜ ଦଳର ସମସ୍ତ ବିଧାୟକଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ହ୍ବିପ୍‌ ଜାରି କରିଥିଲା। ଏଥିସହିତ ମହାଅଘାଡି ମେଣ୍ଟରେ ରହିଥିବା କଂଗ୍ରେସ ଏବଂ ଏନସିପି ବିଧାୟକମାନେ ମଧ୍ୟ ରାଜନଙ୍କ ସପକ୍ଷରେ ଭୋଟ ଦେବେ।

ସୂଚନାଅନୁଯାୟୀ , କଂଗ୍ରେସର ନାନା ପାଟୋଲେ କଂଗ୍ରେସ ପରିତ୍ୟାଗ କରିବା ପରେ ଗତ ଫେବ୍ରୁଆରୀ ମାସରୁ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ବଦବୀ ଖାଲି ପଡ଼ିଥିଲା। ଫେବ୍ରୁଆରୀ ମାସରୁ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ବଦବୀ ଖାଲି ପଡ଼ିଥିଲା।

 

About The Author: The Sakala