ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିଛନ୍ତି। ହିମାଚଳ ପ୍ରଦେଶରୁ ଇସ୍ତଫା ଦେଇଛନ୍ତି ଜେପି ନଡ୍ଡା । ନିକଟରେ ନଡ୍ଡା ମଧ୍ୟ ଗୁଜୁରାଟରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଣୁ ସେ ଗୁଜରାଟରୁ ରାଜ୍ୟସଭା ସାଂସଦ ପଦ ବଜାୟ ରଖିବାକୁ ହିମାଚଳ ଆସନକୁ ଛାଡ଼ିଦେଇଛନ୍ତି । ନଡ୍ଡା ଗତ ଫେବୃଆରୀ ୨୦ ରେ ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ […]

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିଛନ୍ତି। ହିମାଚଳ ପ୍ରଦେଶରୁ ଇସ୍ତଫା ଦେଇଛନ୍ତି ଜେପି ନଡ୍ଡା । ନିକଟରେ ନଡ୍ଡା ମଧ୍ୟ ଗୁଜୁରାଟରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଣୁ ସେ ଗୁଜରାଟରୁ ରାଜ୍ୟସଭା ସାଂସଦ ପଦ ବଜାୟ ରଖିବାକୁ ହିମାଚଳ ଆସନକୁ ଛାଡ଼ିଦେଇଛନ୍ତି ।

ନଡ୍ଡା ଗତ ଫେବୃଆରୀ ୨୦ ରେ ଗୁଜରାଟରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଫ​ଳରେ ସେ ହିମାଚଳ ପ୍ରଦେଶ ଆସନରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିବା ଆଶା କରାଯାଉଥିଲା । ଆଶାନୁରୂପଭାବେ ସେ ଇସ୍ତଫା ଦେଇଛନ୍ତି । ତେବେ ହିମାଚଳରୁ ନଡ୍ଡାଙ୍କ କାର୍ୟ୍ୟକାଳ ଆଉ ୧୪ ଦିନ ବାକି ଥିଲା, କିନ୍ତୁ ଏହା ପୂର୍ବରୁ ନଡ୍ଡା ରାଜ୍ୟସଭା ସଭାପତିଙ୍କ ନିକଟରେ ସେ ନିଜର ଇସ୍ତଫା ପତ୍ର ଦାଖଲ କରିସାରିଛନ୍ତି।

About The Author: The Sakala