ବିହାର: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନୀତୀଶ କୁମାର ଏନଡିଏ ସହ ମିଶି ନୂଆ ସରକାର ଗଠନ ପାଇଁ ଦାବି କରିବା ସମ୍ଭାବନା ରହିଛି । ନବମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ଆଜି ସନ୍ଧ୍ୟା ସୁଦ୍ଧା ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତାଙ୍କ ସହ ବିଜେପିର ଦୁଇଜଣ ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇପାରନ୍ତି । ବିଜେପି-ଜେଡିୟୁରୁ ୧୪ ଜଣ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ସୁଶୀଲ ମୋଦୀ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି ।
ତେବେ ନୀତୀଶଙ୍କ ଇସ୍ତଫା ପରେ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ଜୋରଦାର ଝଟକା । ଦେଶରେ ୨୮ ବିରୋଧୀ ଦଳ ମିଶି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହଟାଇବାକୁ କରିଥିବା ମେଣ୍ଟ ଏକ ପ୍ରକାର ଭାଙ୍ଗିବା ପରି ହୋଇଯାଇଛି । ୨୦୧୯ ନିର୍ବାଚନରେ ଏନଡିଏ ମେଣ୍ଟରୁ ଜିତି ସରକାର ଗଢ଼ିଥିବା ଜେଡିୟୁ ନେତା ନୀତୀଶ, ବିଜେପିକୁ ବାଏ ବାଏ କହି ଆରଜେଡି ସାଙ୍ଗରେ ମିଶି ସରକାର ଗଢ଼ିଥିଲେ । ଏବେ ପୁଣି ଆରଜେଡିକୁ ଛାଡି ପୁରୁଣା ମେଣ୍ଟ ଦଳ ବିଜେପି ସମର୍ଥନରେ ସରକାର ଗଢ଼ିବାକୁ ଯାଉଛନ୍ତି ।