ପରୀକ୍ଷା ହଲରେ ଏକାଧିକ ଛାତ୍ରୀଙ୍କୁ ଦେଖି ଅଚେତ ହୋଇଗଲେ ଛାତ୍ର

ବିହାର: ବିହାରରେ ଏକ ଆଶ୍ଚର୍ଯ୍ଯ କର ଘଟଣା ଦେଖିବାକୁ ମିଳିଛି। ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହୋଇପଡିଲେ ଜଣେ ଛାତ୍ର। ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇ ପଡିଥିଲେ। ଏହି ଘଟଣା ଏବେ ବେସ ଭାଇରାଲ ହେବାରେ ଲାଗିଛି। ଛାତ୍ର ଜଣକ ହେଲେ ୧୭ ବର୍ଷୀୟ ବାଳକ । ତାଙ୍କ ନାଁ ମନୀଷ ଶଙ୍କର। ବୁଧବାର ଦିନ ନାଲନ୍ଦାର ଏକ ପରୀକ୍ଷା କେନ୍ଦ୍ରରେ ମନୀଷ ଯୁକ୍ତ […]

ବିହାର: ବିହାରରେ ଏକ ଆଶ୍ଚର୍ଯ୍ଯ କର ଘଟଣା ଦେଖିବାକୁ ମିଳିଛି। ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହୋଇପଡିଲେ ଜଣେ ଛାତ୍ର। ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇ ପଡିଥିଲେ। ଏହି ଘଟଣା ଏବେ ବେସ ଭାଇରାଲ ହେବାରେ ଲାଗିଛି। ଛାତ୍ର ଜଣକ ହେଲେ ୧୭ ବର୍ଷୀୟ ବାଳକ । ତାଙ୍କ ନାଁ ମନୀଷ ଶଙ୍କର। ବୁଧବାର ଦିନ ନାଲନ୍ଦାର ଏକ ପରୀକ୍ଷା କେନ୍ଦ୍ରରେ ମନୀଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଇଥିଲେ । ୫୦୦ ଛାତ୍ରୀଙ୍କ ମଧ୍ୟରେ ସେ ଜଣେ ଛାତ୍ର ଥିଲେ । ତେଣୁ ସେ ନିଜକୁ ଏକୁଟିଆ ଭାବି ପରୀକ୍ଷା କେନ୍ଦ୍ରରେ ବେହୋସ ହୋଇପଡିଥିଲେ। ନାଲନ୍ଦାର ଏକ ପରୀକ୍ଷା କେନ୍ଦ୍ରରେ ଏଭଳି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପରେ ମନୀଷକୁ ବିହାର ସରିଫ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ବିହାରର ସରିଫ ଆଲମ୍‌ ଇକ୍‌ବାଲ କଲେଜରେ ଏହା ଘଟିଥିବା ସୂଚନା ରହିଛି। ଶଙ୍କରଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଅଚେତ ହେବା ପରେ ଛାତ୍ରଙ୍କୁ ଜ୍ୱର ମଧ୍ୟ ଆସିଥିଲା। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ପରୀକ୍ଷା ହଲ୍‌ରେ ଏତେ ପରିମାଣର ଝିଅ ଦେଖି ଛାତ୍ର ଜଣକ ନର୍ଭସ ହୋଇଯାଇଥିଲେ। ଯାହାଫଳରେ ତାଙ୍କର ଚେତା ବୁଡ଼ିଗଲା ବୋଲି ପରିବାର ଲୋକ ମଧ୍ୟ କହିଛନ୍ତି।

About The Author: The Sakala