କେଜରିୱାଲଙ୍କ କ୍ୟାବିନେଟରେ ନୂଆ ମନ୍ତ୍ରୀ ଭାବେ ଶପଥ ନେଲେ ଆତିସୀ ମାର୍ଲେନା ଓ ସୌରଭ ଭରଦ୍ୱାଜ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଆମ୍ ଆଦମୀ ପାର୍ଟି (ଆପ) ନେତା ଆତିଶ ଏବଂ ସୌରଭ ଭରଦ୍ୱାଜ ଶପଥ ଗ୍ରହଣ କରିଛନ୍ତି। ଏନେଇ ରାଜଭବନରେ ଏକ ଶପଥଗ୍ରହଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ରାଜ୍ୟପାଳ ଭି.କେ ସକସେନା ଓ କ୍ୟାବିନେଟର ଅନ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଉପ ରାଜ୍ୟପାଳ ଭିକେ ସକସେନା ଏହି ଦୁଇମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ […]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଆମ୍ ଆଦମୀ ପାର୍ଟି (ଆପ) ନେତା ଆତିଶ ଏବଂ ସୌରଭ ଭରଦ୍ୱାଜ ଶପଥ ଗ୍ରହଣ କରିଛନ୍ତି। ଏନେଇ ରାଜଭବନରେ ଏକ ଶପଥଗ୍ରହଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ରାଜ୍ୟପାଳ ଭି.କେ ସକସେନା ଓ କ୍ୟାବିନେଟର ଅନ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଉପ ରାଜ୍ୟପାଳ ଭିକେ ସକସେନା ଏହି ଦୁଇମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଶପଥ ଗ୍ରହଣ ପରେ ଉଭୟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଅତିଶୀଙ୍କୁ ଶିକ୍ଷା ବିଭାଗ ଦିଆଯାଇଛି। ତାଙ୍କ ପୂର୍ବରୁ ମନୀଷ ସିସୋଦିଆଙ୍କ ପାଖରେ ଏହି ବିଭାଗ ଥିଲା। ଶିକ୍ଷା ସହ ଅତିଶୀଙ୍କୁ ପୁର୍ତ୍ତବିଭାଗ, ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ବ ମଧ୍ୟ ଦିଆଯାଇଛି । ସୌରଭ ଭରଦ୍ୱାଜଙ୍କୁ ସ୍ୱାସ୍ଥ୍ୟ, ଜଳ ଏବଂ ଶିଳ୍ପ ଏବଂ ସହରାଞ୍ଚଳ ବିକାଶ ଦିଆଯାଇଛି। ମନ୍ତ୍ରୀ ପଦ ମିଳିବାମାତ୍ରେ ଆତିସୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଜେଲରୁ ଫେରିବା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ନେବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ଗ୍ରହଣ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁପାରିସ କ୍ରମେ ଅତିଶୀ ଓ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଥିଲେ ।

About The Author: The Sakala