କେଜ୍ରିଓ୍ବାଲଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି, ଏପ୍ରିଲ ୩ରେ ହେବ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ କୌଣସି ଆଶ୍ୱସ୍ତି ଦେଇନାହାନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ ହେବ। ଅରବିନ୍ଦ କେଜ୍ରିୱାଲ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ଇଡି ହେପାଜତରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। କେଜ୍ରିୱାଲ ଯୁକ୍ତି ବାଢ଼ିଥିଲେ ଯେ ନିର୍ବାଚନ ସମୟରେ ତାଙ୍କୁ ଗିରଫ କରିବା ସମ୍ବିଧାନର ମୌଳିକ ଢାଞ୍ଚା ବିରୁଦ୍ଧରେ। ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ […]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ କୌଣସି ଆଶ୍ୱସ୍ତି ଦେଇନାହାନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ ହେବ। ଅରବିନ୍ଦ କେଜ୍ରିୱାଲ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ଇଡି ହେପାଜତରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। କେଜ୍ରିୱାଲ ଯୁକ୍ତି ବାଢ଼ିଥିଲେ ଯେ ନିର୍ବାଚନ ସମୟରେ ତାଙ୍କୁ ଗିରଫ କରିବା ସମ୍ବିଧାନର ମୌଳିକ ଢାଞ୍ଚା ବିରୁଦ୍ଧରେ।

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ବାଢ଼ିଥିଲେ, “ଗିରଫର ଉଦ୍ଦେଶ୍ୟ ସାମଗ୍ରୀ ଖୋଜିବା ନୁହେଁ ବରଂ ମୋତେ ଏବଂ ମୋ ଦଳକୁ ଅକ୍ଷମ କରିବା ଥିଲା। ମୋର ପ୍ରାର୍ଥନା ହେଉଛି, ଏବେ ମୋତେ ଜାମିନ ଦିଆଯାଉ। ସିଙ୍ଘଭି ଦାବି କରିଛନ୍ତି ଯେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ କେଜ୍ରିୱାଲଙ୍କ ଗିରଫଦାରୀ ‘ଜରୁରୀ’ ନୁହେଁ ଏବଂ ‘ଅସହଯୋଗ’ର ଆଧାରକୁ ଇଡି ଦ୍ୱାରା ସର୍ବାଧିକ ଅପବ୍ୟବହାର କରାଯାଇଛି।

About The Author: The Sakala