ପାଙ୍ଗୋଙ୍ଗ୍‌ରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କଲେ ଉଭୟ ଚୀନ ଓ ଭାରତ : ଶନିବାର କର୍ପସ କମାଣ୍ଡରସ୍ତରୀୟ ବୈଠକ

The Sakala Picture
Published On

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଦିର୍ଘ ଦିନ ଧରି ଚାଲି ଆସୁଥିବା ସଂଘର୍ଷରେ ଏବେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ପାଙ୍ଗୋଙ୍ଗ୍‌ରୁ ଶେଷ ହୋଇଛି ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା । ଉଭୟ ଭାରତ ଓ ଚୀନ ନିଜ ନିଜ ସୈନ୍ୟଙ୍କୁ ପଛକୁ ହଟାଇ ଦେଇଛନ୍ତି । ସେନା ସୂତ୍ରରୁ ସୂଚନା ଅନୁଯାୟୀ, ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ଓ ପୂର୍ବ କୂଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇଛି । ସୈନ୍ୟ ପ୍ରତ୍ୟାହାର ପରେ ଭାରତୀୟ ଯବାନ […]

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଦିର୍ଘ ଦିନ ଧରି ଚାଲି ଆସୁଥିବା ସଂଘର୍ଷରେ ଏବେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ପାଙ୍ଗୋଙ୍ଗ୍‌ରୁ ଶେଷ ହୋଇଛି ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା । ଉଭୟ ଭାରତ ଓ ଚୀନ ନିଜ ନିଜ ସୈନ୍ୟଙ୍କୁ ପଛକୁ ହଟାଇ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ସେନା ସୂତ୍ରରୁ ସୂଚନା ଅନୁଯାୟୀ, ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ଓ ପୂର୍ବ କୂଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇଛି । ସୈନ୍ୟ ପ୍ରତ୍ୟାହାର ପରେ ଭାରତୀୟ ଯବାନ ନିଜର ଯଥାପୂର୍ବ ସ୍ଥାନକୁ ଫେରି ଆସିଛନ୍ତି । ତେବେ ପୂର୍ବରୁ ନିର୍ଦ୍ଧାରିତ ଚୁକ୍ତି ଅନୁଯାୟୀ ଚୀନ ଓ ଭାରତ ମଧ୍ୟରେ ଶନିବାର କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିବ । ଉଭୟ ପକ୍ଷ ଲଦାଖର ୩ଟି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା କରିପାରନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

୧୧ ଫେବୃଆରୀରେ ଉଭୟ ଚୀନ ଓ ଭାରତ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏନେଇ ବଜେଟ ଅଧିବେଶନ ସମୟରେ ରାଜ୍ୟସଭାରେ ସୂଚନା ଦେଇଥିଲେ ପ୍ରତିରକ୍ଷାମନ୍ତ୍ରୀ ରଜନାଥ ସିଂହ । ସୈନ୍ୟ ପ୍ରତ୍ୟାହାରର ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ପୋଙ୍ଗୟାଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରେ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର କରିବେ । ଚୀନ ଉତ୍ତରକୂଳର ଫିଙ୍ଗର ୮ରୁ ପୂର୍ବକୁ ଯିବା ବେଳେ ଭାରତୀୟ ଫିଙ୍ଗର ୩ ପାଖରେ ଥିବା ମେଜର ଧ୍ୟାନସିଂହ ଥାପ୍ପା ପୋଷ୍ଟ ପାଖକୁ ଆସିବେ ।

ପାଙ୍ଗୋଙ୍ଗ ହ୍ରଦକୁ ନେଇ ହୋଇଥିବା ଚୁକ୍ତି ଆଧାରରେ ଚୀନ ନିଜ ସେନାକୁ ଫିଙ୍ଗର ୮ରୁ ପୂର୍ବ ଆଡକୁ ରଖିବ । ଏହିପରି ଭାରତ ମଧ୍ୟ ନିଜ ସେନାକୁ ଫିଙ୍ଗର ୩ ପାଖରେ ସ୍ଥାୟୀ ବେସ୍‌ରେ ରଖିବ । ତେବେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରର ୪୮ ଘଣ୍ଟା ଭିତରେ ଉଭୟ ଦେଶର କମାଣ୍ଡର ସ୍ତରୀୟ ବୈଠକ ବସିବ ବୋଲି କୁହାଯାଇଥିଲା ।

19 Feb 2021 By The Sakala

ପାଙ୍ଗୋଙ୍ଗ୍‌ରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କଲେ ଉଭୟ ଚୀନ ଓ ଭାରତ : ଶନିବାର କର୍ପସ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଦିର୍ଘ ଦିନ ଧରି ଚାଲି ଆସୁଥିବା ସଂଘର୍ଷରେ ଏବେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ପାଙ୍ଗୋଙ୍ଗ୍‌ରୁ ଶେଷ ହୋଇଛି ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା । ଉଭୟ ଭାରତ ଓ ଚୀନ ନିଜ ନିଜ ସୈନ୍ୟଙ୍କୁ ପଛକୁ ହଟାଇ ଦେଇଛନ୍ତି ।

ସେନା ସୂତ୍ରରୁ ସୂଚନା ଅନୁଯାୟୀ, ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ଓ ପୂର୍ବ କୂଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇଛି । ସୈନ୍ୟ ପ୍ରତ୍ୟାହାର ପରେ ଭାରତୀୟ ଯବାନ ନିଜର ଯଥାପୂର୍ବ ସ୍ଥାନକୁ ଫେରି ଆସିଛନ୍ତି । ତେବେ ପୂର୍ବରୁ ନିର୍ଦ୍ଧାରିତ ଚୁକ୍ତି ଅନୁଯାୟୀ ଚୀନ ଓ ଭାରତ ମଧ୍ୟରେ ଶନିବାର କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିବ । ଉଭୟ ପକ୍ଷ ଲଦାଖର ୩ଟି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା କରିପାରନ୍ତି ।

୧୧ ଫେବୃଆରୀରେ ଉଭୟ ଚୀନ ଓ ଭାରତ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏନେଇ ବଜେଟ ଅଧିବେଶନ ସମୟରେ ରାଜ୍ୟସଭାରେ ସୂଚନା ଦେଇଥିଲେ ପ୍ରତିରକ୍ଷାମନ୍ତ୍ରୀ ରଜନାଥ ସିଂହ । ସୈନ୍ୟ ପ୍ରତ୍ୟାହାରର ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ପୋଙ୍ଗୟାଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରେ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର କରିବେ । ଚୀନ ଉତ୍ତରକୂଳର ଫିଙ୍ଗର ୮ରୁ ପୂର୍ବକୁ ଯିବା ବେଳେ ଭାରତୀୟ ଫିଙ୍ଗର ୩ ପାଖରେ ଥିବା ମେଜର ଧ୍ୟାନସିଂହ ଥାପ୍ପା ପୋଷ୍ଟ ପାଖକୁ ଆସିବେ ।

ପାଙ୍ଗୋଙ୍ଗ ହ୍ରଦକୁ ନେଇ ହୋଇଥିବା ଚୁକ୍ତି ଆଧାରରେ ଚୀନ ନିଜ ସେନାକୁ ଫିଙ୍ଗର ୮ରୁ ପୂର୍ବ ଆଡକୁ ରଖିବ । ଏହିପରି ଭାରତ ମଧ୍ୟ ନିଜ ସେନାକୁ ଫିଙ୍ଗର ୩ ପାଖରେ ସ୍ଥାୟୀ ବେସ୍‌ରେ ରଖିବ । ତେବେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରର ୪୮ ଘଣ୍ଟା ଭିତରେ ଉଭୟ ଦେଶର କମାଣ୍ଡର ସ୍ତରୀୟ ବୈଠକ ବସିବ ବୋଲି କୁହାଯାଇଥିଲା ।

https://www.thesakala.in/national-international/both-china-and-india-withdraw-completely-from-pangong/article-96
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର