ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଏୟାର ଇଣ୍ଡିଆ ବିମାନ

The Sakala Picture
Published On

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା। ସମସ୍ତ ପ୍ରସ୍ତୁତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଏଠାରେ କହିରଖୁ କି, ଋଷ ସେନା ୟୁକ୍ରେନ ଉପରେ […]

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା। ସମସ୍ତ ପ୍ରସ୍ତୁତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଏଠାରେ କହିରଖୁ କି, ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ୟୁକ୍ରେନର ଅନେକ ସହର ଓ ବିମାନବନ୍ଦରକୁ ଧ୍ୱଂସ କରିଦେଇଛନ୍ତି । ଏହି କ୍ରମରେ ସେଠରେ ରହିଥିବା ହଜାର ହଜାର ଭାରତୀୟଙ୍କ ଜୀବନ ଏବେ ବିପଦରେ ପଡିଛି ।

ଆହୁରି ପଢ଼ନ୍ତୁ: ପିଓକେ ହିଂସା: ବ୍ରିଟେନର ୫୦ ସାଂସଦଙ୍କ ଚିଠି, ଶାହବାଜ ସରକାରଙ୍କ ଉପରେ ବଢୁଛି ଚାପ

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ସେମାନଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସ୍ୱାଗତ କରିବେ । ୟୁକ୍ରେନ୍ ଉପରେ ଋଷ ସେନା ଆକ୍ରମଣ କରି ସବୁକିଛି ଛାରଖାର କରୁଥିବା ବେଳେ ଏହା ଭିତରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ।

ଆହୁରି ପଢ଼ନ୍ତୁ: ଅଭିନେତ୍ରୀ ତ୍ରିଶାଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଗିରଫ

ୟୁକ୍ରେନର ବିମାନ ବନ୍ଦର ବନ୍ଦ ହେବା ପୂର୍ବରୁ ଗତ ଫେବୃଆରୀ ୨୨ରେ ଏୟାର ଇଣ୍ଡିଆ ୟୁକ୍ରେନର ରାଜଧାନୀ କିଏଭକୁ ଏକ ବିମାନ ପଠାଇଥିଲା । ଯେଉଁଥିରେ ୨୪୦ ଜଣ ଭାରତୀୟଙ୍କୁ ଅଣାଯାଇଥିଲା ।

ଆହୁରି ପଢ଼ନ୍ତୁ: ଭଦୋଦରାରେ ଅନ୍ତଃରାଜ୍ୟ ଲୁଟେରା ଅନିଲ ରାଜଭର ଗିରଫ: ସୟାଜୀଗଞ୍ଜରୁ ୫୧ ତୋଳା ସୁନା ଚୋରି ଘଟଣାର ପର୍ଦ୍ଦାଫାସ

26 Feb 2022 By The Sakala

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା। ସମସ୍ତ ପ୍ରସ୍ତୁତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଏଠାରେ କହିରଖୁ କି, ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ୟୁକ୍ରେନର ଅନେକ ସହର ଓ ବିମାନବନ୍ଦରକୁ ଧ୍ୱଂସ କରିଦେଇଛନ୍ତି । ଏହି କ୍ରମରେ ସେଠରେ ରହିଥିବା ହଜାର ହଜାର ଭାରତୀୟଙ୍କ ଜୀବନ ଏବେ ବିପଦରେ ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ସେମାନଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସ୍ୱାଗତ କରିବେ । ୟୁକ୍ରେନ୍ ଉପରେ ଋଷ ସେନା ଆକ୍ରମଣ କରି ସବୁକିଛି ଛାରଖାର କରୁଥିବା ବେଳେ ଏହା ଭିତରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ।

ୟୁକ୍ରେନର ବିମାନ ବନ୍ଦର ବନ୍ଦ ହେବା ପୂର୍ବରୁ ଗତ ଫେବୃଆରୀ ୨୨ରେ ଏୟାର ଇଣ୍ଡିଆ ୟୁକ୍ରେନର ରାଜଧାନୀ କିଏଭକୁ ଏକ ବିମାନ ପଠାଇଥିଲା । ଯେଉଁଥିରେ ୨୪୦ ଜଣ ଭାରତୀୟଙ୍କୁ ଅଣାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର