ଯାହାକୁ ରଖିବେ ଅନନ୍ତ….ତିନିଟି ହସ୍ପିଟାଲ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ସମୟରେ ହଠାତ ଫେରିଲା ଜୀବନ

The Sakala Picture
Published On

ନୂଆଦିଲ୍ଲୀ: ବ୍ୟକ୍ତିଙ୍କର ସଡକ ଦୁର୍ଘଟଣା ପରେ ପରିବାର ଲୋକେ ହସ୍ପିଟାଲକୁ ନେଲେ । ହସ୍ପିଟାଲ ମୃତ ଘୋଷଣା କଲେ । ହସ୍ପିଟାଲ ମୃତ ଘୋଷଣା କରିବାର ୭ ଘଣ୍ଟା ପରେ ବ୍ୟବଚ୍ଛେଦ ସମୟରେ ପୁଣି ଜୀବନ ଫେରିପାଇଲେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଜିଲ୍ଲାର ମୁରଦାବାଦ ଅଞ୍ଚଳରେ । ଏଠାରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ […]

ନୂଆଦିଲ୍ଲୀ: ବ୍ୟକ୍ତିଙ୍କର ସଡକ ଦୁର୍ଘଟଣା ପରେ ପରିବାର ଲୋକେ ହସ୍ପିଟାଲକୁ ନେଲେ । ହସ୍ପିଟାଲ ମୃତ ଘୋଷଣା କଲେ । ହସ୍ପିଟାଲ ମୃତ ଘୋଷଣା କରିବାର ୭ ଘଣ୍ଟା ପରେ ବ୍ୟବଚ୍ଛେଦ ସମୟରେ ପୁଣି ଜୀବନ ଫେରିପାଇଲେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଜିଲ୍ଲାର ମୁରଦାବାଦ ଅଞ୍ଚଳରେ । ଏଠାରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ପରିବାର ଲୋକେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଥିଲେ ମାତ୍ର ସେଠାରେ ହସ୍ପିଟାଲ ତାଙ୍କୁ ମୃତ ଘୋଷଣା କରିଥିଲା । ପୁଲିସ ମୃତବ୍ୟକ୍ତିଙ୍କ ଶବକୁ ଜବତ କରି ଶବଗୃହକୁ ପଠାଇ ଦେଇଥିଲେ। ମାତ୍ର ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ଆହତ ବ୍ୟକ୍ତି ୭ଘଣ୍ଟା ଶବଗୃହରେ ରହିବା ପରେ ମଧ୍ୟ ତାଙ୍କ ନିଶ୍ବାସ ଚାଲୁଥିବା ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ୧୭ ମାସ ପରେ ବି ସିନ୍ଧୁ ଜଳ ଚୁକ୍ତିର ସ୍ଥିତାବସ୍ଥା: ପଶ୍ଚିମ ନଦୀରୁ ଜଳ ବ୍ୟବହାର ବଢ଼ାଇ ପାରିନାହିଁ ଭାରତ

ସୂଚନାନୁସାରେ, ଉତ୍ତରପ୍ରଦେଶର ମଝୋଲା ଥାନା ଅନ୍ତର୍ଗତ ଶ୍ରୀକେଶଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ତାଙ୍କ ପରିବାର ଲୋକ ତିନିଟି ହସ୍ପିଟାଲ ନେଇଥିଲେ । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କର ବ୍ୟବଚ୍ଛେଦ କରିବାକୁ ଶବକୁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା ଏବଂ ଶବଗୃହରେ ରଖି ଦିଆଯାଇଥିଲା । ତା’ପର ଦିନ ପୁଲିସ ଉପସ୍ଥିତିରେ ଶ୍ରୀକେଶଙ୍କ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ଶ୍ରୀକେଶଙ୍କ ନିଶ୍ବାସ ଚାଲୁଥିବା ଭଳି ଜଣାପଡ଼ିଥିଲା। ବ୍ୟବଚ୍ଛେଦ କରିବାକୁ ଥିବା ଡାକ୍ତର ତାଙ୍କୁ ଚେକ୍ ଅପ୍ କରିବା ପରେ ସେ ଜୀବିତ ଥିବା ସୁନିଶ୍ଚିତ କରିଥିଲେ । ଏହି ଖବର ପାଇ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । ଡାକ୍ତରମାନେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଆହୁରି ପଢ଼ନ୍ତୁ: ଫ୍ଲାଏ ଦୁବାଇ ବିମାନ କ୍ରାସ୍ ଉଦ୍ୟମ ପଣ୍ଡ: ଛୁରାମାଡ଼ ସତ୍ତ୍ୱେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ହିରୋ ସାଜିଲେ ମୁମ୍ବାଇର ପାଇଲଟ୍ ସ୍ମିତ୍ ମଚ୍ଛର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର