ଭାଙ୍ଗ ବିକି ଦେଶ ଚଲାଇବେ ଇମ୍ରାନ୍

The Sakala Picture
Published On

ଇସଲାମାବାଦ : ଅର୍ଥିକ କ୍ଷେତ୍ରରେ କାଙ୍ଗାଳ ହୋଇଯାଇଥିବା ପାକିସ୍ତାନର ଅସଲ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଏବେ ସରକାର ଅର୍ଥ ସଂଗ୍ରହ କରିବା ପାଇଁ ବିଭିନ୍ନ ଉପାୟ ଉପରେ ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନିବାସକୁ ଭଡାରେ ଲଗାଇବା ପରେ ଏବେ ଭାଙ୍ଗ ବିକି ଦେଶ ଚଲାଇବାକୁ ଇମ୍ରାନ ଖାନ୍ ସରକାର ଯୋଜନା କରୁଛନ୍ତି । ଏହି କ୍ରମରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଦେଶର ପ୍ରଥମ ଗଞ୍ଜେଇ କ୍ଷେତକୁ ଉଦ୍‌ଘାଟନ କରିଛନ୍ତି । ଗଞ୍ଜେଇ ବିକ୍ରିରୁ […]

ଇସଲାମାବାଦ : ଅର୍ଥିକ କ୍ଷେତ୍ରରେ କାଙ୍ଗାଳ ହୋଇଯାଇଥିବା ପାକିସ୍ତାନର ଅସଲ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଏବେ ସରକାର ଅର୍ଥ ସଂଗ୍ରହ କରିବା ପାଇଁ ବିଭିନ୍ନ ଉପାୟ ଉପରେ ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନିବାସକୁ ଭଡାରେ ଲଗାଇବା ପରେ ଏବେ ଭାଙ୍ଗ ବିକି ଦେଶ ଚଲାଇବାକୁ ଇମ୍ରାନ ଖାନ୍ ସରକାର ଯୋଜନା କରୁଛନ୍ତି । ଏହି କ୍ରମରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଦେଶର ପ୍ରଥମ ଗଞ୍ଜେଇ କ୍ଷେତକୁ ଉଦ୍‌ଘାଟନ କରିଛନ୍ତି । ଗଞ୍ଜେଇ ବିକ୍ରିରୁ ଦେଶର ଅର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପ୍ରୟାସ କରାଯାଉଛି। ସୂଚନାଯୋଗ୍ୟ ଯେ ପାକିସ୍ତାନର ଘନିଷ୍ଠ

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ସହଯୋଗୀ ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟ ନିଶା ଦ୍ରବ୍ୟ ବିକ୍ରି କରୁଛି। ଭାଙ୍ଗ ଏକ ନିଶାଦ୍ରବ୍ୟ ହୋଇଥିଲେ ମଧ୍ୟ ବିଶ୍ବର ଅନେକ ରାଷ୍ଟ୍ରରେ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଉଛି। ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଇ ଅନ୍ତର୍ଜାତୀୟ ବଜାରରେ ଏହାକୁ ବିକି ମୋଟା ଅଙ୍କର ଅର୍ଥ ଆୟ କରିବାକୁ ପାକିସ୍ତାନ ସରକାର ଲକ୍ଷ୍ୟ ରଖୁଛନ୍ତି। ଏହି ପ୍ରକଳ୍ପ ବୃଦ୍ଧିକୁ ଦେଖୁ । ଖୁସି ଲାଗୁଛି ବୋଲି ଫୱାଦ ଚୌଧୁରୀ ଓ କହିଛନ୍ତି। କୋଟି କୋଟି ଡଲାରର ଗଞ୍ଜେଇ ଉଦ୍ୟୋଗରେ ପାକିସ୍ତାନ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ହେବାକୁ ଯାଉଛି। ଅଗଷ୍ଟରେ ଆସିଥିବା ଖବର ଅନୁଯାୟୀ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

(ଆଇଏମଏଫ) ରୁ 9.98 ବିଲିୟନ ଡଲାର(ଭାରତୀୟ ଟଙ୍କରା ପ୍ରାୟ ୨୦ ହଜାର କୋଟିରୁ ଉର୍ଦୁ) ର ଋଣ ନେଇଛନ୍ତି। ପୂର୍ବରୁ ପ୍ରତ୍ୟେକ ପାକିସ୍ତାନୀଙ୍କ ଉପରେ ଏକ ଲକ୍ଷ ୭୫ ହଜାରରୁ ଊଦ୍ଧ ଟଙ୍କାର ଋଣଭାର ରହିଛି। ଏପରି ସ୍ଥିତିରେ ଇମ୍ରାନ ଖାନ ନୂଆ ଋଣ ନେଇ ଦେଶରୁ ସ୍ଥିତିକୁ ଅଧିକ ଖରାପ କରିଦେଇଛନ୍ତି। ଗତ ୨ ବର୍ଷରେ ଋଣ ଭାର ଅଧିକ ବୃଦ୍ଧି ପାଇଛି। ଅର୍ଥାତ ଇମ୍ରାନ ଦାୟିତ୍ବ ନେବା ସମୟରେ ପ୍ରତ୍ୟେକ ନାଗରିକଙ୍କ ଉପରେ ୧୨୦୦୯୯ ଟଙ୍କା ଋଣ ଥିଲା।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର