ପାକିସ୍ତାନକୁ ଭଡା ବନ୍ଧୁକ ଭଳି ବ୍ୟବହାର କରାଯାଉଛି, ଏଥି ପାଇଁ ଆମ ସରକାର ଦାୟୀ : ଇମ୍ରାନ ଖାନ୍‌

The Sakala Picture
Published On

ଇସଲାମାବାଦ : କ୍ଷମତାରୁ ହଟିବା ପରେ ପୁଣିଥରେ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ବିଦେଶୀ ଷଡଯନ୍ତ୍ର ହୋଇଥିବା ନେଇ ଅଭିଯୋଗ କରିଆସୁଥିବା ଇମ୍ରାନ କହିଛନ୍ତି ଯେ ତାଙ୍କୁ କ୍ଷମତାକୁ ହଟାଇବା ପାଇଁ ସେ ଆଉ ଆମେରିକା ପ୍ରଶାସନକୁ ଦାୟୀ କରୁନାହାଁନ୍ତି। ଆମେରିକା ସହିତ ଆମର ସମ୍ପର୍କ ଚାକର ଓ ମାଲିକ ଭଳି ରହିଛି।ପାକିସ୍ତାନକୁ ଭଡ଼ା ବନ୍ଧୁକ ଭାବେ ବ୍ୟବହାର କରାଯାଉଛ॥ ଆଉ ଏଥିପାଇଁ ଆମ ପାକିସ୍ତାନ […]

ଇସଲାମାବାଦ : କ୍ଷମତାରୁ ହଟିବା ପରେ ପୁଣିଥରେ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ବିଦେଶୀ ଷଡଯନ୍ତ୍ର ହୋଇଥିବା ନେଇ ଅଭିଯୋଗ କରିଆସୁଥିବା ଇମ୍ରାନ କହିଛନ୍ତି ଯେ ତାଙ୍କୁ କ୍ଷମତାକୁ ହଟାଇବା ପାଇଁ ସେ ଆଉ ଆମେରିକା ପ୍ରଶାସନକୁ ଦାୟୀ କରୁନାହାଁନ୍ତି। ଆମେରିକା ସହିତ ଆମର ସମ୍ପର୍କ ଚାକର ଓ ମାଲିକ ଭଳି ରହିଛି।ପାକିସ୍ତାନକୁ ଭଡ଼ା ବନ୍ଧୁକ ଭାବେ ବ୍ୟବହାର କରାଯାଉଛ॥ ଆଉ ଏଥିପାଇଁ ଆମ ପାକିସ୍ତାନ ସରକାର ହିଁ ଦାୟୀ ବୋଲି ଇମ୍ରାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଫାଇନାନ୍ସିଆଲ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଓ୍ବାଶିଂଟନ୍ ଓ ଇସଲାମାବାଦ ଭିତରେ ଏକ ‘ଗାରିମାପୂର୍ଣ୍ଣ’ ସମ୍ପର୍କ ଚାହାନ୍ତି। ପୂର୍ବରୁ ତାଙ୍କୁ ଗାଦିରୁ ହଟାଇବା ପାଇଁ କରାଯାଇଥିବା ଷଡଯନ୍ତ୍ରରେ ଆମେରିକାର ଭୂମିକା ଉପରେ ନିଜର ପୁରୁଣା ଟିପ୍ପଣୀ ନେଇ ଇମ୍ରାନ୍ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ମୋର ପ୍ରଶ୍ନ,ଏହା ଶେଷ ହୋଇଯାଇଛି, ଏହା ମୋ ପାଇଁ ଏବେ ପୁରୁଣା କଥା।’ ଇମାନ୍ କହିଛନ୍ତି,ଆମେରିକା ସହିତ ଆମର ସମ୍ପର୍କ ମାଲିକ ଓ ଚାକର ଭଳି ରହିଛି। ଆମକୁ ଭଡାରେ ବନ୍ଧୁକ ଭଳି ବ୍ୟବହାର କରାଯାଇଛି। କିନ୍ତୁ ଏଥିପାଇଁ ମୁଁ ଆମେରିକାଠାରୁ ଅଧିକ ନିଜର ସରକାରଙ୍କୁ ଦାୟୀ କରୁଛି।’ ରୁଷ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ କରିବାର ପୂର୍ବ ସନ୍ଧ୍ୟାରେ ଇମ୍ରାନ୍ ଖାନ୍ ମସ୍କୋ ଯାତ୍ରା କରିଥିଲେ। ଇମ୍ରାନଙ୍କ ମସ୍କୋ ଗସ୍ତକୁ ଯୁଦ୍ଧ ସହିତ ଯୋଡା ଯିବାପରେ ଇମ୍ରାନ୍ ଖାନ୍ କହିଛନ୍ତି, ଏହା ଲଜ୍ୟାଜନକ ଥିଲା। କାରଣ ମାସକ ପୂର୍ବରୁ ତାଙ୍କର ଯାତ୍ରା ଧାର୍ଯ୍ୟ ହୋଇସାରିଥିଲା।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଇମ୍ରାନ୍ ଖାନ୍ ଏହା ମଧ୍ୟ କହିଛନ୍ତି ଯେ, ସେନା ପାକିସ୍ତାନ ପାଇଁ ତାଙ୍କର ଭବିଷ୍ୟତ ଯୋଜନାରେ ରଚନାତ୍ମକ ଭୂମିକା ଗ୍ରହଣ କରିପାରେ। ନାଗରିକ ଓ ସେନା ସମ୍ପର୍କରେ ସନ୍ତୁଳନ ନେଇ ଇମ୍ରାନ୍ କହିଛନ୍ତି, ଆପଣଙ୍କ ପାଖରେ ଏବେ ଏକ ନିର୍ବାଚନ ସରକାର ନାହାନ୍ତି। ଏଭଳି ସମୟରେ ସେନା ପାଖରେ ଲୋକଙ୍କର ବଡ ଦାୟିତ୍ବ ରହିଛି। ନଓ୍ବାଜ ସରିଫଙ୍କ ବିଷୟରେ ଇମ୍ରାନ୍ କହିଛନ୍ତି, ଏହା ପୁରା ପାକିସ୍ତାନ ପାଇଁ ଚିନ୍ତାର ବିଷୟ ଯେ, ସୁପ୍ରିମକୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ପାକିସ୍ତାନର ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ ଅଛନ୍ତି,ଯେଉଁଥିରେ ନୂଆ ସେନା ମୁଖ୍ୟଙ୍କ ନିଯୁକ୍ତି ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର