ସୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା: ପ୍ରତ୍ୟକ୍ଷଦର୍ଶୀ କହିଲେ 'ଏହା ପୂର୍ବ ଯୋଜନାବଦ୍ଧ ଆକ୍ରମଣ'

Madhusudan Das Picture
Published On

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ମଧ୍ୟମଗ୍ରାମ ନିକଟରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ବଡ଼ ଖୁଲାସା କରିଛନ୍ତି। ତାଙ୍କ ମତରେ ଆତତାୟୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ ଏବଂ ଏହି ଆକ୍ରମଣ ସମ୍ପୂର୍ଣ୍ଣ ରୂପେ "ପୂର୍ବ ଯୋଜନାବଦ୍ଧ" ଥିଲା ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗରେ 'ପଦ୍ମ' ରାଜ୍: ଟିଏମସିର ପତନ ହେଲେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା?

ଗଣମାଧ୍ୟମ ଏଜେନ୍ସି ଏଏନଆଇ (ANI) ଅନୁଯାୟୀ, ପ୍ରତ୍ୟକ୍ଷଦର୍ଶୀ ଜଣକ କହିଛନ୍ତି, "ଚନ୍ଦ୍ରନାଥଙ୍କ କାର୍ ମୋ କାର୍ ଅତିକ୍ରମ କରିବା ମାତ୍ରେ ହଠାତ୍ ଅଧା ରାସ୍ତାରେ ଅଟକି ଯାଇଥିଲା। ଏହାପରେ ବାଇକ୍‌ରେ ଆସିଥିବା ଜଣେ ବ୍ୟକ୍ତି କାର୍‌ର ବାମ ପାର୍ଶ୍ୱରୁ ଗୁଳି ଚଳାଇବା ଆରମ୍ଭ କରିଥିଲେ।" ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଖୁବ୍ ପାରଙ୍ଗମ ଥିଲେ ଏବଂ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲେ। ରାତି ୧୦:୩୦ ରୁ ୧୧ ଟା ମଧ୍ୟରେ ଡାକ୍ତରଖାନାରୁ ପ୍ରାୟ ୨୦୦ ରୁ ୩୦୦ ମିଟର ଦୂରରେ ଏହି ଘଟଣା ଘଟିଥିଲା। ସେ ଦୁଇ ରାଉଣ୍ଡ ଗୁଳି ଶବ୍ଦ ଶୁଣିଥିଲେ। ଲୋକମାନେ ତୁରନ୍ତ ପୀଡ଼ିତଙ୍କୁ ଡାକ୍ତରଖାନା ନେଇଥିଲେ। ଏହି ଆକ୍ରମଣରେ କାର୍‌ର ଡ୍ରାଇଭର ମଧ୍ୟ ଗୁଳିମାଡ଼ର ଶିକାର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରେଳ ଷ୍ଟେସନରେ କାକୁଡ଼ିରେ ସବୁଜ ରଙ୍ଗ ଦେଉଛନ୍ତି ମହିଳା ଦେଖନ୍ତୁ ଭାଇରାଲ୍ ଭିଡିଓ

ଏହି ଘଟଣା ପରେ ପଶ୍ଚିମବଙ୍ଗ ବିଜେପି ନେତ୍ରୀ ଅଗ୍ନିମିତ୍ରା ପଲ୍ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରାଯାଉଛି। ଭବାନୀପୁରରେ ମମତା ବାନାର୍ଜୀଙ୍କ ପରାଜୟର ଏହା ଏକ ପରିଣାମ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଅଗ୍ନିମିତ୍ରା ପଲ୍ କହିଛନ୍ତି ଯେ, ଚନ୍ଦ୍ରନାଥ ଜଣେ ବିଶ୍ୱସ୍ତ ବ୍ୟକ୍ତି ଥିଲେ ଏବଂ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟର ସମସ୍ତ ଦାୟିତ୍ୱ ତୁଲାଉଥିଲେ। ସାଧାରଣ ଜନତା ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ସେହିପରି ବିଜେପି ନେତା ସୁଭେନ୍ଦୁ ଅଧିକାରୀ ଏହାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ବର୍ଣ୍ଣନା କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଦଳୀୟ କର୍ମୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ମୋଦୀଙ୍କ ଅପିଲ୍‌ର ବଡ଼ ପ୍ରଭାବ: ସୁନା ଦରରେ ବ୍ରେକ୍‌, ରୁପା ବଜାରରେ ଆସିଲା ଚମକ

ଅନ୍ୟପକ୍ଷରେ, ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛି ଏବଂ ଏହାର ସିବିଆଇ (CBI) ତଦନ୍ତ ଦାବି କରିଛି। ଟିଏମସି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ 'ଏକ୍ସ' (X) ରେ ଲେଖିଛି ଯେ, "ମଧ୍ୟମଗ୍ରାମରେ ଚନ୍ଦ୍ରନାଥ ରଥଙ୍କ ନୃଶଂସ ହତ୍ୟାକାଣ୍ଡକୁ ଆମେ କଡ଼ା ନିନ୍ଦା କରୁଛୁ।" ଏହା ସହ ଟିଏମସି ଅଭିଯୋଗ କରିଛି ଯେ ଗତ ତିନି ଦିନ ମଧ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବିଜେପି ସମର୍ଥିତ ଦୁର୍ବୃତ୍ତଙ୍କ ଦ୍ୱାରା ନିର୍ବାଚନ ପରବର୍ତ୍ତୀ ହିଂସାରେ ଅନ୍ୟ ତିନିଜଣ ଟିଏମସି କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏହି ଘଟଣାରେ କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଟିଏମସି ଦାବି କରିଛି।

07 May 2026 By Madhusudan Das

ସୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା: ପ୍ରତ୍ୟକ୍ଷଦର୍ଶୀ କହିଲେ 'ଏହା ପୂର୍ବ ଯୋଜନାବଦ୍ଧ ଆକ୍ରମଣ'

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ମଧ୍ୟମଗ୍ରାମ ନିକଟରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ବଡ଼ ଖୁଲାସା କରିଛନ୍ତି। ତାଙ୍କ ମତରେ ଆତତାୟୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ ଏବଂ ଏହି ଆକ୍ରମଣ ସମ୍ପୂର୍ଣ୍ଣ ରୂପେ "ପୂର୍ବ ଯୋଜନାବଦ୍ଧ" ଥିଲା ବୋଲି ସନ୍ଦେହ କରାଯାଉଛି।

ଗଣମାଧ୍ୟମ ଏଜେନ୍ସି ଏଏନଆଇ (ANI) ଅନୁଯାୟୀ, ପ୍ରତ୍ୟକ୍ଷଦର୍ଶୀ ଜଣକ କହିଛନ୍ତି, "ଚନ୍ଦ୍ରନାଥଙ୍କ କାର୍ ମୋ କାର୍ ଅତିକ୍ରମ କରିବା ମାତ୍ରେ ହଠାତ୍ ଅଧା ରାସ୍ତାରେ ଅଟକି ଯାଇଥିଲା। ଏହାପରେ ବାଇକ୍‌ରେ ଆସିଥିବା ଜଣେ ବ୍ୟକ୍ତି କାର୍‌ର ବାମ ପାର୍ଶ୍ୱରୁ ଗୁଳି ଚଳାଇବା ଆରମ୍ଭ କରିଥିଲେ।" ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଖୁବ୍ ପାରଙ୍ଗମ ଥିଲେ ଏବଂ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲେ। ରାତି ୧୦:୩୦ ରୁ ୧୧ ଟା ମଧ୍ୟରେ ଡାକ୍ତରଖାନାରୁ ପ୍ରାୟ ୨୦୦ ରୁ ୩୦୦ ମିଟର ଦୂରରେ ଏହି ଘଟଣା ଘଟିଥିଲା। ସେ ଦୁଇ ରାଉଣ୍ଡ ଗୁଳି ଶବ୍ଦ ଶୁଣିଥିଲେ। ଲୋକମାନେ ତୁରନ୍ତ ପୀଡ଼ିତଙ୍କୁ ଡାକ୍ତରଖାନା ନେଇଥିଲେ। ଏହି ଆକ୍ରମଣରେ କାର୍‌ର ଡ୍ରାଇଭର ମଧ୍ୟ ଗୁଳିମାଡ଼ର ଶିକାର ହୋଇଛନ୍ତି।

ଏହି ଘଟଣା ପରେ ପଶ୍ଚିମବଙ୍ଗ ବିଜେପି ନେତ୍ରୀ ଅଗ୍ନିମିତ୍ରା ପଲ୍ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରାଯାଉଛି। ଭବାନୀପୁରରେ ମମତା ବାନାର୍ଜୀଙ୍କ ପରାଜୟର ଏହା ଏକ ପରିଣାମ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଅଗ୍ନିମିତ୍ରା ପଲ୍ କହିଛନ୍ତି ଯେ, ଚନ୍ଦ୍ରନାଥ ଜଣେ ବିଶ୍ୱସ୍ତ ବ୍ୟକ୍ତି ଥିଲେ ଏବଂ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟର ସମସ୍ତ ଦାୟିତ୍ୱ ତୁଲାଉଥିଲେ। ସାଧାରଣ ଜନତା ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ସେହିପରି ବିଜେପି ନେତା ସୁଭେନ୍ଦୁ ଅଧିକାରୀ ଏହାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ବର୍ଣ୍ଣନା କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଦଳୀୟ କର୍ମୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ, ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛି ଏବଂ ଏହାର ସିବିଆଇ (CBI) ତଦନ୍ତ ଦାବି କରିଛି। ଟିଏମସି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ 'ଏକ୍ସ' (X) ରେ ଲେଖିଛି ଯେ, "ମଧ୍ୟମଗ୍ରାମରେ ଚନ୍ଦ୍ରନାଥ ରଥଙ୍କ ନୃଶଂସ ହତ୍ୟାକାଣ୍ଡକୁ ଆମେ କଡ଼ା ନିନ୍ଦା କରୁଛୁ।" ଏହା ସହ ଟିଏମସି ଅଭିଯୋଗ କରିଛି ଯେ ଗତ ତିନି ଦିନ ମଧ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବିଜେପି ସମର୍ଥିତ ଦୁର୍ବୃତ୍ତଙ୍କ ଦ୍ୱାରା ନିର୍ବାଚନ ପରବର୍ତ୍ତୀ ହିଂସାରେ ଅନ୍ୟ ତିନିଜଣ ଟିଏମସି କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏହି ଘଟଣାରେ କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଟିଏମସି ଦାବି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର