ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

Suryakanta Picture
Published On

ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ବିପ୍ଳବ ଆସିବାକୁ ଯାଉଛି। ଘରୋଇ ପ୍ରତିରକ୍ଷା ଟେକ୍ନୋଲୋଜି କମ୍ପାନୀ ଆଇଜି ଡିଫେନ୍ସ (IG Defence) ନିଜର ବହୁପ୍ରତୀକ୍ଷିତ ‘ପ୍ରୋଜେକ୍ଟ କାଲ୍’ (Project KAL) ବିଷୟରେ ଘୋଷଣା କରିଛି। ଏହି ପ୍ରକଳ୍ପ ଅଧୀନରେ କମ୍ପାନୀ ଏକ ଶକ୍ତିଶାଳୀ ଲଙ୍ଗ୍-ରେଞ୍ଜ୍ ଷ୍ଟ୍ରାଇକ୍ ଡ୍ରୋନ୍ ବା ଆତ୍ମଘାତୀ ଡ୍ରୋନ୍ ବିକଶିତ କରୁଛି, ଯାହା ଶତ୍ରୁ ପକ୍ଷର ଗୁରୁତ୍ୱପୂର୍ଣ୍ଣ ଠିକଣାକୁ ଧ୍ୱଂସ କରିବାର କ୍ଷମତା ରଖିବ।

ଆହୁରି ପଢ଼ନ୍ତୁ: ବିହାର ପୋଲିସ ଦାରୋଗା ନିଯୁକ୍ତି ଓ BPSC ପରୀକ୍ଷାରେ ଜାଲିଆତି ଅଭିଯୋଗ: ପାଟନାରେ ଛାତ୍ରଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

୧୦୦୦ କିମି ପର୍ଯ୍ୟନ୍ତ ଭେଦିବ ଲକ୍ଷ୍ୟ

ରିପୋର୍ଟ ଅନୁଯାୟୀ, ‘ପ୍ରୋଜେକ୍ଟ କାଲ୍’ ଅଧୀନରେ ନିର୍ମିତ ହେଉଥିବା ଏହି ଡ୍ରୋନର ରେଞ୍ଜ୍ ବା ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୦୦୦ କିଲୋମିଟର ରହିବ। ଏହା ୩ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ି ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହ ସୁଯୋଗ ଦେଖି ଆକ୍ରମଣ କରିପାରିବ। ବିଶେଷ କରି ଶତ୍ରୁର ରାଡାର୍ ଷ୍ଟେସନ୍, ଲଜିଷ୍ଟିକ୍ ହବ୍ ଏବଂ ଅନ୍ୟାନ୍ୟ ରଣନୈତିକ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ଆଧୁନିକ ଯୁଦ୍ଧକ୍ଷେତ୍ର ପାଇଁ ବ୍ରହ୍ମାସ୍ତ୍ର

ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିରେ ଇରାନର ସାହେଦ୍-୧୩୬ ଭଳି କାମିକାଜେ ଡ୍ରୋନର ଚାହିଦା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଭାରତର ‘ପ୍ରୋଜେକ୍ଟ କାଲ୍’ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ। ଏହା ବ୍ୟୟବହୁଳ କ୍ଷେପଣାସ୍ତ୍ର ତୁଳନାରେ ଶସ୍ତା ହୋଇଥିବାରୁ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରି ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମକୁ ଅଚଳ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

ଓଡ଼ିଶା ସହିତ ରହିଛି ସ୍ୱତନ୍ତ୍ର ସମ୍ପର୍କ

ଉଲ୍ଲେଖଯୋଗ୍ୟ ଯେ, ଆଇଜି ଡିଫେନ୍ସ ନିକଟରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ୩୦୦ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ଡ୍ରୋନ୍ ନିର୍ମାଣ ୟୁନିଟ୍ ସ୍ଥାପନ କରିବାକୁ ଘୋଷଣା କରିଛି। ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ସଫଳ କରିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କମ୍ପାନୀର ବରିଷ୍ଠ ଅଧିକାରୀ ମେଜର ଜେନେରାଲ୍ (ଅବସରପ୍ରାପ୍ତ) ଆର.ସି. ପାଢୀ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର