ଥାଇଲ୍ୟାଣ୍ଡରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: କ୍ରେନ୍‌ ଖସିପଡ଼ିବାରୁ ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍, ୨୨ ମୃତ

Madhusudan Das Picture
Published On

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ବୁଧବାର ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ନିର୍ମାଣାଧୀନ କ୍ରେନ୍ ଭୁଶୁଡି ପଡିବାରୁ ଅତିକମରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବ୍ୟାଙ୍କକ୍ ଠାରୁ ପ୍ରାୟ ୨୩୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ନଖୋନ୍ ରାଚାସିମା ପ୍ରଦେଶର ସିଖିଓ ଜିଲ୍ଲାରେ ଏହି ଅଘଟଣ ଘଟିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସୂଚନା ଅନୁଯାୟୀ, ଟ୍ରେନ୍‌ଟି ବ୍ୟାଙ୍କକ୍‌ରୁ ଉବୋନ୍ ରାଚାଥାନୀ ପ୍ରଦେଶ ଅଭିମୁଖେ ଯାଉଥିଲା। ଶିଖିଓ ଜିଲ୍ଲା ନିକଟରେ ଏକ ବିଶାଳ କ୍ରେନ୍ ଟ୍ରେନ୍ ଉପରେ ଖସି ପଡିଥିଲା। ସ୍ଥାନୀୟ ପୋଲିସ ମୁଖ୍ୟ ଥାଚାପୋନ୍ ଚିନ୍ନାୱଙ୍ଗଙ୍କ ସୂଚନା ମୁତାବକ, ଏଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୮୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଚିତ୍ରରେ ଦେଖିବାକୁ ମିଳିଛି ଯେ ଟ୍ରେନ୍‌ର ବଗିଗୁଡିକ ଓଲଟି ପଡିଛି ଏବଂ ସେଥିରୁ ଧୂଆଁ ବାହାରୁଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଦୁର୍ଘଟଣା ପରେ ସେଠାରେ ନିଆଁ ଲାଗିଯାଇଥିଲା, ଯାହାକୁ ପରେ ଆୟତ୍ତ କରାଯାଇଛି। ତେବେ ଘଟଣାସ୍ଥଳରେ 'ରାସାୟନିକ ଲିକ୍' ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଟ୍ରାନ୍ସପୋର୍ଟ ମନ୍ତ୍ରୀ ଫିଫାଟ୍ ରାଚାକିଟପ୍ରକର୍ଣ୍ଣ କହିଛନ୍ତି ଯେ ଟ୍ରେନ୍‌ରେ ମୋଟ ୧୯୫ ଜଣ ଯାତ୍ରୀ ଥିଲେ ଏବଂ ମୃତକଙ୍କ ପରିଚୟ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। 

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ "ସକାଳ ପ୍ରାୟ ୯ଟା ସମୟରେ ମୁଁ ଏକ ପ୍ରଚଣ୍ଡ ଶବ୍ଦ ଶୁଣିଲି, ଯେମିତି କିଛି ଜିନିଷ ଉପରୁ ଖସୁଛି। ଏହା ପରେ ଦୁଇଟି ବିସ୍ଫୋରଣ ଶବ୍ଦ ହୋଇଥିଲା। ମୁଁ ଯାଇ ଦେଖିଲା ବେଳକୁ ଏକ କ୍ରେନ୍ ଟ୍ରେନ୍‌ର ତିନୋଟି ବଗି ଉପରେ ପଡିଥିଲା। କ୍ରେନ୍‌ର ଧାତବ ଅଂଶ ଦ୍ୱିତୀୟ ବଗିର ମଝି ଭାଗକୁ ଦୁଇ ଫାଳ କରି କାଟି ଦେଇଥିଲା।"

ଯେଉଁ କ୍ରେନ୍‌ଟି ଦୁର୍ଘଟଣା ଘଟାଇଛି, ତାହା ଥାଇଲ୍ୟାଣ୍ଡର ଏକ ହାଇ-ସ୍ପିଡ୍ ରେଳ ପ୍ରକଳ୍ପର ଅଂଶବିଶେଷ ଥିଲା। ଚୀନ୍‌ର 'ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍' (Belt and Road Initiative) ଅଧୀନରେ ୨୦୨୮ ସୁଦ୍ଧା ଲାଓସ୍ ଦେଇ ବ୍ୟାଙ୍କକ୍‌କୁ ଚୀନ୍‌ର କୁନମିଙ୍ଗ ସହ ଯୋଡିବା ପାଇଁ ଏହି ରେଳ ନେଟୱାର୍କ ନିର୍ମାଣ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର