ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବ କେନ୍ଦ୍ର

Madhusudan Das Picture
Published On

ଭୁବନେଶ୍ୱର: ତୁଟିଲା ଅରୁଆ, ଉଷୁନା ବିବାଦ । ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ କେନ୍ଦ୍ର । ୫ ଲକ୍ଷ ଟନ ଉଷୁନା ଚାଉଳ ଓ ୧ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ଉଠାଇବ କେନ୍ଦ୍ର । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ମୋଟ ୭ ଲକ୍ଷ ମେଟ୍ରିକ ଟନ ଚାଉଳ ଅଛି। କେନ୍ଦ୍ର ୬ ଲକ୍ଷ ଟନ ଚାଉଳ ଉଠାଇବ। ବାକି ୧ ଲକ୍ଷ ମେଟ୍ରିକ ଟନ ଚାଉଳ ନିଲାମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖରିଫ ଏପର୍ଯ୍ୟନ୍ତ ୧୦ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଧାନ କିଣିଲେଣି। ୧୮ ଜିଲ୍ଲାରେ ଚାଲିଛି ଧାନ କିଣା। ୨ ଲକ୍ଷ ୩୦ ହଜାର ଚାଷୀ ଧାନ ବିକିଛନ୍ତି। ୨୩୫୦ କୋଟି ଟଙ୍କା ଚାଷୀ ଙ୍କ ଆକଉଣ୍ଟକୁ ଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

୧୧ ଲକ୍ଷ ଚାଷୀଙ୍କୁ ଟୋକନ ଦିଆ ସରିଛି। ସବୁ ଚାଷୀଙ୍କ ଧାନ କିଣିବୁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ସେପଟେ ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଅରୁଆ, ଉଷୁନା, ସାର, ଧାନ ମଣ୍ଡି, ସବୁଥିରେ ସରକାର ଫେଲ ମାରିଛନ୍ତି । ନୂତନ ବର୍ଷରେ ଏସବୁ ସୁଧାରି ଲୋକଙ୍କ ନିକଟତର ହେବାକୁ ଅନ୍ତତଃ ଚେଷ୍ଟା କରନ୍ତୁ ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର