ଅଣାୟତ୍ତ ବଜାର ଦର : ଡାଲି, ଚାଉଳ, ଅଟା ଓ ତେଲ ଦର ଉପରମୁହାଁ

The Sakala Picture
Published On

ଭୁବନେଶ୍ବର : ପ୍ରତିଦିନ ବଢ଼ିଚାଲିଛି ଖାଉଟି ସାମଗ୍ରୀ ମୂଲ୍ୟ। ଅଣାୟତ୍ତ ହୋଇପଡ଼ିଛି ବଜାର ଦର। ଦର ବୃଦ୍ଧିର ଚାପରେ ସାଧାରଣ ଖାଉଟି ଅସ୍ତବ୍ୟସ୍ତ। ଖାଦ୍ୟ ସାମଗ୍ରୀ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ପେଟ୍ରୋଲ-ଡିଜେଲ, ଔଷଧ ସବୁର ମୂଲ୍ୟ ବୃଦ୍ଧି ନିମ୍ନ ଓ ମଧ୍ୟବିତ୍ତ ପରିବାର ପାଇଁ ଅସହ୍ୟ ହେଲାଣି୤ ଏଭଳି ସମୟରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥା ଖାଉଟିଙ୍କ ପାଇଁ କାଳ ସାଜିଛି। କେନ୍ଦ୍ର ସରକାର ନିକଟରେ ଗହମ ଜାତୀୟ ଦ୍ରବ୍ୟଗୁଡିକୁ ଜିଏସ୍‌ଟି ପରିସରଭୁକ୍ତ କରି ତାହା […]

ଭୁବନେଶ୍ବର : ପ୍ରତିଦିନ ବଢ଼ିଚାଲିଛି ଖାଉଟି ସାମଗ୍ରୀ ମୂଲ୍ୟ। ଅଣାୟତ୍ତ ହୋଇପଡ଼ିଛି ବଜାର ଦର। ଦର ବୃଦ୍ଧିର ଚାପରେ ସାଧାରଣ ଖାଉଟି ଅସ୍ତବ୍ୟସ୍ତ। ଖାଦ୍ୟ ସାମଗ୍ରୀ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ପେଟ୍ରୋଲ-ଡିଜେଲ, ଔଷଧ ସବୁର ମୂଲ୍ୟ ବୃଦ୍ଧି ନିମ୍ନ ଓ ମଧ୍ୟବିତ୍ତ ପରିବାର ପାଇଁ ଅସହ୍ୟ ହେଲାଣି୤ ଏଭଳି ସମୟରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥା ଖାଉଟିଙ୍କ ପାଇଁ କାଳ ସାଜିଛି। କେନ୍ଦ୍ର ସରକାର ନିକଟରେ ଗହମ ଜାତୀୟ ଦ୍ରବ୍ୟଗୁଡିକୁ ଜିଏସ୍‌ଟି ପରିସରଭୁକ୍ତ କରି ତାହା ଉପରେ ୫% ଜିଏସ୍‌ଟି ଲାଗୁ କରିବା ପରେ ମାତ୍ର ମାସକ ମଧ୍ୟରେ ବଜାରରେ ଅଟା,ସୁଜି,ମଇଦା,ବିସ୍କୁଟ୍‌ ଏବଂ ଅଟା ଓ ମଇଦା ପ୍ରସ୍ତୁତ ସାମଗ୍ରୀର ଦର ଅତ୍ୟଧିକ ବଢ଼ିଛି। ବର୍ଷକ ମଧ୍ୟରେ ବଜାରରେ ଅଟା ଦର ୨୦% ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଅରପପକ୍ଷେ ମାସକ ମଧ୍ୟରେ କ୍ଷୀର ଲିଟର ୨ ଟଙ୍କା ବଢ଼ିଛି। ଏଭଳି ଦର ବୃଦ୍ଧିରୁ ବାଦ୍‌ପଡ଼ିନି ବିସ୍କୁଟ୍,ନୁଡୁଲ୍ସ ଏବଂ ସାବୁନ୍‌। ବଜାରରେ ବର୍ତ୍ତମାନ ସାଧାରଣ କିସମର ଉଷୁନା ଚାଉଳ ମୂଲ୍ୟ କିଲୋ ପିଛା ପ୍ରାୟ ୮ଟଙ୍କା ବୃଦ୍ଧି ପାଇ ୩୫ ଟଙ୍କା ଟପିଛି। ଏହାଛଡା ଅଟା କିଲୋ ପିଛା ମଧ୍ୟ ୩୫ ଟଙ୍କା ହୋଇଛି। ବଜାରରେ ୫ କେଜିଆ ଅଟା ପ୍ୟାକେଟ୍‌ ଏବେ ୨୦୦ ଟଙ୍କା ଛୁଇଁବାକୁ ବସିଛି। ସେହିପରି ଚୂଡା କିଲୋ ୪୦ ଟଙ୍କାରେ ପହଞ୍ଚିଛି। ସୁଜି କିଲୋ ୫ ଟଙ୍କା ବୃଦ୍ଧି ପାଇ ୩୫ ଟଙ୍କା ଏବଂ ମଇଦା ୩୫ରୁ ୪୦ ଟଙ୍କା ଛୁଇଁଛି। ଅପରପକ୍ଷେ ଗହମଜାତ ଅନ୍ୟ ଉତ୍ପାଦ ମଧ୍ୟରେ ବିସ୍କୁଟ ଏବଂ ନୁଡୁଲ୍ସ ଦର ମାସକ ମଧ୍ୟରେ ପ୍ୟାକେଟ୍‌ ପିଛା ୫ ଟଙ୍କା ବଢ଼ିଛି। ୪୦ ଟଙ୍କା ପ୍ୟାକ୍‌ର ମେରିଗୋଲ୍ଡ ଏବେ ବଜାରରେ ୪୫ ଟଙ୍କାରେ ବିକ୍ରି ହେଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସେହିପରି ୪୦ ଗ୍ରାମ ପ୍ୟାକ୍‌ର ମ୍ୟାଗି ନୁଡୁଲ୍ସ ପ୍ୟାକେଟ୍ ୭୮ ଟଙ୍କାରୁ ୮୨ ଟଙ୍କାରେ ପହଞ୍ଚିଛି। ହରଡ ଡାଲି ଦର କିଲୋ ପିଛା ୧୦ ଟଙ୍କା ବୃଦ୍ଧି ପାଇ ୧୧୦ ଟଙ୍କା ହୋଇଥÒବାବେଳେ ବିରି ଡାଲି ୧୫ ଟଙ୍କା ବଢ଼ି ୧୦୫ ଟଙ୍କାରେ ପହଞ୍ଚିଛି। ଖାଦ୍ୟ ସାମଗ୍ରୀ ପରେ ବଜାରରେ ବର୍ତ୍ତମାନ ସମୟରେ ସାବୁନ ଦର ମଧ୍ୟ ବଢ଼ିଛି। ଦୀର୍ଘ ଦିନ ହେବ ଖାଉଟିଙ୍କୁ ଉଚ୍ଚ ଦରରେ ଅଣନିଶ୍ବାସୀ କରିପକାଇଥିବା ଖାଇବା ତେଲ ଦର ଏଯାଏ କମିବାର ନାମ ଧରୁନାହିଁ। ଯଦିଓ କେନ୍ଦ୍ର ସରକାର ନିକଟରେ ଖାଇବା ତେଲ କମ୍‌ ହେବା ନେଇ ବାରମ୍ବାର ଘୋଷଣା କରିଚାଲିଥିଲେ ତଥାପି ବଜାରରେ ଦର ପୁଣି ଥରେ ବୃଦ୍ଧି ପାଇଛି। କରୋନା ମହାମାରୀ ପରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ସାରା ବିଶ୍ବରେ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିଛି।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

ଏଭଳି ସ୍ଥଳେ ଉତ୍ପାଦନକାରୀ ଦେଶ ହୋଇଥିଲେ ସୁଦ୍ଧା ଭାରତ ଉପରେ ଏହାର ପ୍ରଭାବ ବିଶେଷ ଭାବେ ପଡିଛି। ୟୁକ୍ରେନ୍‌ରୁ ସୂର୍ଯ୍ୟମୁଖୀ ତେଲର ଯୋଗାଣ ବନ୍ଦ ହୋଇଯିବା ପରେ ଘରୋଇ ବଜାରରେ ଏହାର ଦରବୃଦ୍ଧି ଘଟିଛି। ଇଣ୍ଡୋନେସିଆରୁ ଆସୁଥିବା ପାମୋଲିନ୍‌ ତେଲ ଦର ଏବେ ପୁନର୍ବାର ଲିଟର ପିଛା ୧୦ ଟଙ୍କା ବଢ଼ି ୧୩୫ ଟଙ୍କା ଛୁଇଁଛି। ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଇଣ୍ଡୋନେସିଆରୁ ଭାରତକୁ ରପ୍ତାନୀ କଟକଣା ଉଠିବା ପରେ ଦର କମିଯିବା ଭୟରେ ଅନେକ ବଡ଼ ବ୍ୟବସାୟୀ ସେଠାରୁ ଦେଶକୁ ପାମୋଲିନ୍‌ ତେଲ ଆମଦାନୀ କଲେ ନାହିଁ। ଯାହା ଫଳରେ ବଜାରରେ ଅଭାବ ଯୋଗୁ ପାମୋଲିନ୍‌ ତେଲ, ଅଟା, ମଇଦା ଓ ସୁଜି ସବୁର କ୍ବିଣ୍ଟାଲ ପିଛା ୪୦୦-୫୦୦ ଟଙ୍କା ଯାଏ ବୃଦ୍ଧି ପାଇଛି।

ଜିଏସ୍‌ଟି ବୃଦ୍ଧିର ଫଳ ଏବେ ଖାଉଟିଙ୍କ ସହ ବ୍ୟବସାୟୀ ଭୋଗୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି କ୍ରମାଗତ ଦରବୃଦ୍ଧି ଯୋଗୁଁ ପରିବାରର ଖର୍ଚ୍ଚ ଗତ ୨ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ଗୁଣ ବୃଦ୍ଧି ପାଇଛି୤ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଇତିମଧ୍ୟରେ ଦୁଇଗୁଣ ହୋଇ ହଜାରେ ଟଙ୍କା ଟପିଲାଣି। ସଡ଼କରୁ ସଂସଦ ପର୍ଯ୍ୟନ୍ତ ଦରବୃଦ୍ଧିର ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଗତକାଲି ସଂସଦର ଉଭୟ ଗୃହରେ ଦରଦାମ ବୃଦ୍ଧିର ଉଷ୍ଣତା ଅନୁଭୂତ ହୋଇଛି। ବିରୋଧୀ ଦଳର ସଦସ୍ୟମାନେ ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଅନ୍ୟପକ୍ଷରେ ଦରଦାମ ବୃଦ୍ଧିକୁ ବିରୋଧ କରି ଆସନ୍ତା ୫ ତାରିଖରୁ ସାରା ଓଡ଼ିଶାରେ ଆନ୍ଦୋଳନ ଆରମ୍ଭ କରିବ ବୋଲି ରାଜ୍ୟ କଂଗ୍ରେସ ଚେତାବନୀ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର