ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଗସ୍ତ ନକରିବାକୁ ଭାରତୀୟଙ୍କୁ ପରାମର୍ଶ, ଆଡଭାଇଜରୀ ଜାରି

The Sakala Picture
Published On

ନୂଆଦିଲ୍ଲୀ: ସିରିଆ ନଯିବାକୁ ଭାରତୀୟଙ୍କୁ ପରାମର୍ଶ । ସିରିଆ ଗସ୍ତ ନେଇ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଗସ୍ତ ନକରିବାକୁ ପରାମର୍ଶ ଦିଆଯାଇଛି । ସିରିଆରେ ଥିବା ଭାରତୀୟ ଦୂତାବାସ ସମ୍ପର୍କରେ ରହିବାକୁ ପରାମର୍ଶ ଦେଇଛି ଭାରତ ସରକାର । ସିରିଆରେ ଗୃହଯୁଦ୍ଧ ଯୋଗୁଁ ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ […]

ନୂଆଦିଲ୍ଲୀ: ସିରିଆ ନଯିବାକୁ ଭାରତୀୟଙ୍କୁ ପରାମର୍ଶ । ସିରିଆ ଗସ୍ତ ନେଇ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଗସ୍ତ ନକରିବାକୁ ପରାମର୍ଶ ଦିଆଯାଇଛି । ସିରିଆରେ ଥିବା ଭାରତୀୟ ଦୂତାବାସ ସମ୍ପର୍କରେ ରହିବାକୁ ପରାମର୍ଶ ଦେଇଛି ଭାରତ ସରକାର । ସିରିଆରେ ଗୃହଯୁଦ୍ଧ ଯୋଗୁଁ ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି ସିରିଆରେ ଥିବା ଭାରତୀୟ ଦୂତାବାସ। ଏହି ନମ୍ବରରେ ହ୍ବାଟ୍ସ ଆପ୍ କରିବାକୁ ବି କୁହାଯାଇିଛି। ଯେଉଁମାନେ ସିରିଆରୁ ନିହାତି ଫେରି ପାରିବେ ନାହିଁ ସେମାନେ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ନିହାତି ଜରୁରୀ ନହେଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସିରିଆରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ଭୟଙ୍କର ହେଉଛି ଗୃହ ଯୁଦ୍ଧ । ସିରିଆରେ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ସତ୍ତାରୁ ହଟାଇ କବଜା କରିବାକୁ ଚାହୁଁଛି ହୟାତ। ବିଦ୍ରୋହୀ ସମୁହ ହୟାତ ତହରିର ଅଲ ଶାମ, ଦେଶର ଦୁଇଟି ପ୍ରମୁଖ ସହର ଅଲପ୍ପା ଓ ହମା ଉପରେ କବଜା କରି ନେଇଛନ୍ତି। ଏବେ ହୋମ୍ସ ସହର କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି। ସିରିଆ ସେନା ବିଦ୍ରୋହୀଙ୍କୁ ଅଟକାଇବାକୁ ଚେଷ୍ଟା ଚଳାଇଛି। ଏଥିରେ ଭୟଙ୍କର ହିଂସା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର