ସିକ୍କିମ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା: ଏଣିକି ବର୍ଷେ ମିଳିବ ମାତୃତ୍ବ ଛୁଟି, ପୁରୁଷଙ୍କୁ ମାସେ ମିଳିବ ପିତୃତ୍ବ ଛୁଟି

The Sakala Picture
Published On

ଗାଙ୍ଗଟକ: ସିକ୍କିମ ସରକାରଙ୍କ ତରଫରୁ ବଡ଼ ଘୋଷଣା । ଏଣିକି ୬ ମାସ ନୁହେଁ ବର୍ଷେ ଯାଏଁ ମିଳିବ ମାତୃତ୍ୱ ଛୁଟି । ସିକ୍କିମ ସରକାରଙ୍କ ତରଫରୁ ଏ ନେଇ ନୋଟିଫିକେସନ ଜାରି କରାଯାଇଛି । କେବଳ ମହିଳାଙ୍କୁ ନୁହେଁ ପୁରୁଷ ମାନଙ୍କୁ ୧ ମାସ ପର୍ଯ୍ୟନ୍ତ ପିତୃତ୍ବ ଛୁଟି ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବୁଧବାର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସରକାର କହିଛନ୍ତି, ଏହି ନିୟମକୁ ପରିବର୍ତ୍ତନ କରାଯିବ ଏବଂ […]

ଗାଙ୍ଗଟକ: ସିକ୍କିମ ସରକାରଙ୍କ ତରଫରୁ ବଡ଼ ଘୋଷଣା । ଏଣିକି ୬ ମାସ ନୁହେଁ ବର୍ଷେ ଯାଏଁ ମିଳିବ ମାତୃତ୍ୱ ଛୁଟି । ସିକ୍କିମ ସରକାରଙ୍କ ତରଫରୁ ଏ ନେଇ ନୋଟିଫିକେସନ ଜାରି କରାଯାଇଛି । କେବଳ ମହିଳାଙ୍କୁ ନୁହେଁ ପୁରୁଷ ମାନଙ୍କୁ ୧ ମାସ ପର୍ଯ୍ୟନ୍ତ ପିତୃତ୍ବ ଛୁଟି ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବୁଧବାର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ସରକାର କହିଛନ୍ତି, ଏହି ନିୟମକୁ ପରିବର୍ତ୍ତନ କରାଯିବ ଏବଂ ଏହି ଯୋଜନାକୁ ଲାଗୁକରାଯିବ । ଯେଉଁଥିରେ ହଜାର ହଜାର ମହିଳା ଉପକୃତ ହେବେ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ଖବର ଅନୁଯାୟୀ, ସିକ୍କିମ୍ ଷ୍ଟେଟ୍ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏପରି କହିଛନ୍ତି। ଏହି ସୁବିଧା ଯୋଗାଇବା ପାଇଁ ନିୟମରେ ପରିବର୍ତ୍ତନ କରାଯିବ ବୋଲି ଘୋଷଣା କରାଯିବ । ଏହି ଲାଭ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ପିଲା ଏବଂ ପରିବାରର ଉତ୍ତମ ଯତ୍ନ ନେବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍‌, CJP ଏବଂ ଦେଶର ଜେନ୍‌ Zଙ୍କୁ ଅଭିନନ୍ଦନ ଜଣାଇଲେ

ମାତୃତ୍ୱ ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ୟ୍ୟରତ ମହିଳା ୬ ମାସ କିମ୍ବା ୨୬ ସପ୍ତାହ ବେତନ ପ୍ରାପ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର। ତେବେ ଏହି ରାଜ୍ୟର ଜନସଂଖ୍ୟା ସବୁଠାରୁ କମ୍‌ ୬.୩୨ ଲକ୍ଷ ଲୋକ ଅଛନ୍ତି।

27 Jul 2023 By The Sakala

ସିକ୍କିମ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା: ଏଣିକି ବର୍ଷେ ମିଳିବ ମାତୃତ୍ବ ଛୁଟି, ପୁରୁଷଙ୍କୁ ମାସେ ମିଳିବ ପିତୃତ୍ବ ଛୁଟି

ଗାଙ୍ଗଟକ: ସିକ୍କିମ ସରକାରଙ୍କ ତରଫରୁ ବଡ଼ ଘୋଷଣା । ଏଣିକି ୬ ମାସ ନୁହେଁ ବର୍ଷେ ଯାଏଁ ମିଳିବ ମାତୃତ୍ୱ ଛୁଟି । ସିକ୍କିମ ସରକାରଙ୍କ ତରଫରୁ ଏ ନେଇ ନୋଟିଫିକେସନ ଜାରି କରାଯାଇଛି । କେବଳ ମହିଳାଙ୍କୁ ନୁହେଁ ପୁରୁଷ ମାନଙ୍କୁ ୧ ମାସ ପର୍ଯ୍ୟନ୍ତ ପିତୃତ୍ବ ଛୁଟି ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବୁଧବାର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

ସରକାର କହିଛନ୍ତି, ଏହି ନିୟମକୁ ପରିବର୍ତ୍ତନ କରାଯିବ ଏବଂ ଏହି ଯୋଜନାକୁ ଲାଗୁକରାଯିବ । ଯେଉଁଥିରେ ହଜାର ହଜାର ମହିଳା ଉପକୃତ ହେବେ।

ଖବର ଅନୁଯାୟୀ, ସିକ୍କିମ୍ ଷ୍ଟେଟ୍ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏପରି କହିଛନ୍ତି। ଏହି ସୁବିଧା ଯୋଗାଇବା ପାଇଁ ନିୟମରେ ପରିବର୍ତ୍ତନ କରାଯିବ ବୋଲି ଘୋଷଣା କରାଯିବ । ଏହି ଲାଭ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ପିଲା ଏବଂ ପରିବାରର ଉତ୍ତମ ଯତ୍ନ ନେବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ମାତୃତ୍ୱ ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ୟ୍ୟରତ ମହିଳା ୬ ମାସ କିମ୍ବା ୨୬ ସପ୍ତାହ ବେତନ ପ୍ରାପ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର। ତେବେ ଏହି ରାଜ୍ୟର ଜନସଂଖ୍ୟା ସବୁଠାରୁ କମ୍‌ ୬.୩୨ ଲକ୍ଷ ଲୋକ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର