ପୂର୍ବ ସିକ୍କିମର ନାଥୁଲାରେ ଭୟଙ୍କର ହିମସ୍ଖଳନ; ୬ ମୃତ, ୧୫୦ରୁ ଅଧିକ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା

The Sakala Picture
Published On

ଗାଙ୍ଗଟକ୍: ପୂର୍ବ ସିକ୍କିମର ନାଥୁଲାରେ ଘଟିଛି ଭୟଙ୍କର ହିମସ୍ଖଳନ । ହିମସ୍ଖଳନ ଯୋଗୁଁ ବରଫ ତଳେ ଚାପି ହୋଇ ୬ ଜଣ ପର୍ଯ୍ୟଟକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୫୦ ରୁ ଅଧିକ ଫସି ରହିଛନ୍ତି । ତେବେ ବରଫ ତଳେ ଫସି ରହିଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୩୦ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ […]

ଗାଙ୍ଗଟକ୍: ପୂର୍ବ ସିକ୍କିମର ନାଥୁଲାରେ ଘଟିଛି ଭୟଙ୍କର ହିମସ୍ଖଳନ । ହିମସ୍ଖଳନ ଯୋଗୁଁ ବରଫ ତଳେ ଚାପି ହୋଇ ୬ ଜଣ ପର୍ଯ୍ୟଟକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୫୦ ରୁ ଅଧିକ ଫସି ରହିଛନ୍ତି । ତେବେ ବରଫ ତଳେ ଫସି ରହିଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୩୦ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ମୃତକଙ୍କ ମଧ୍ୟରେ ୪ ପୁରୁଷ ଥିବାବେଳେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଝଡ଼ ପରେ ଆହତମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ଗ୍ୟାଙ୍ଗଟୋକ୍‌ରୁ ସୋମଗୋ ହ୍ରଦ ଏବଂ ନାଥୁଲା ବର୍ଡରୁ ଯୋଡ଼ୁଥିବା ଜବାହାରଲାଲ୍‌ ନେହରୁ ମାର୍ଗରେ ଏହି ହିମସ୍ଖଳନ ହୋଇଥିଲା ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ସିକ୍କିମ୍‌ରେ ଗତ ମାସରୁ ଲଗାତାର ବରଫପାତ ହେଉଛି। ଏହାଯୋଗୁଁ ପର୍ଯ୍ୟଟକଙ୍କୁ ଜବାହାରଲାଲ ନେହରୁ ରୋଡ୍‌ ସ୍ଥିତ ୧୩ ମିଲ୍‌ ପଏଣ୍ଟ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଥିବାବେଳେ ପର୍ଯ୍ୟଟକମାନେ କଟକଣା ନ ମାନି ୧୫ ମିଲ୍‌ ପଏଣ୍ଟ ପର୍ଯ୍ୟନ୍ତ ଯାଇଥିଲେ ଯେଉଁଠାରେ ଏମାନେ ଭୂସ୍ଖଳନର ଶିକାର ହୋଇଥିଲେ। ଏଭଳି ସୂଚନା ପାଇବା ପରେ ସିକ୍କିମ୍ ପୋଲିସ ସହିତ ସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

04 Apr 2023 By The Sakala

ପୂର୍ବ ସିକ୍କିମର ନାଥୁଲାରେ ଭୟଙ୍କର ହିମସ୍ଖଳନ; ୬ ମୃତ, ୧୫୦ରୁ ଅଧିକ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା

ଗାଙ୍ଗଟକ୍: ପୂର୍ବ ସିକ୍କିମର ନାଥୁଲାରେ ଘଟିଛି ଭୟଙ୍କର ହିମସ୍ଖଳନ । ହିମସ୍ଖଳନ ଯୋଗୁଁ ବରଫ ତଳେ ଚାପି ହୋଇ ୬ ଜଣ ପର୍ଯ୍ୟଟକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୫୦ ରୁ ଅଧିକ ଫସି ରହିଛନ୍ତି । ତେବେ ବରଫ ତଳେ ଫସି ରହିଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୩୦ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଯାଇଛି ।

ମୃତକଙ୍କ ମଧ୍ୟରେ ୪ ପୁରୁଷ ଥିବାବେଳେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଝଡ଼ ପରେ ଆହତମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ଗ୍ୟାଙ୍ଗଟୋକ୍‌ରୁ ସୋମଗୋ ହ୍ରଦ ଏବଂ ନାଥୁଲା ବର୍ଡରୁ ଯୋଡ଼ୁଥିବା ଜବାହାରଲାଲ୍‌ ନେହରୁ ମାର୍ଗରେ ଏହି ହିମସ୍ଖଳନ ହୋଇଥିଲା ।

ସିକ୍କିମ୍‌ରେ ଗତ ମାସରୁ ଲଗାତାର ବରଫପାତ ହେଉଛି। ଏହାଯୋଗୁଁ ପର୍ଯ୍ୟଟକଙ୍କୁ ଜବାହାରଲାଲ ନେହରୁ ରୋଡ୍‌ ସ୍ଥିତ ୧୩ ମିଲ୍‌ ପଏଣ୍ଟ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଥିବାବେଳେ ପର୍ଯ୍ୟଟକମାନେ କଟକଣା ନ ମାନି ୧୫ ମିଲ୍‌ ପଏଣ୍ଟ ପର୍ଯ୍ୟନ୍ତ ଯାଇଥିଲେ ଯେଉଁଠାରେ ଏମାନେ ଭୂସ୍ଖଳନର ଶିକାର ହୋଇଥିଲେ। ଏଭଳି ସୂଚନା ପାଇବା ପରେ ସିକ୍କିମ୍ ପୋଲିସ ସହିତ ସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର