ବେଜୋସ୍‍ ପୁଣି ଏକ ନମ୍ବର ଅରବପତି

The Sakala Picture
Published On

ନୂଆଦିଲ୍ଲୀ:ବିଶ୍ୱର ଏକ ନମ୍ବର ବିତ୍ତଶାଳୀ ଭାବେ ପ୍ରଖ୍ୟାତ ଟେସଲା କମ୍ପାନୀର ମାଲିକ ଏଲନ ମସ୍କଙ୍କ ସ୍ଥାନ ତଳକୁ ଖସିଛି। ପୂର୍ବରୁ ଏହି ସ୍ଥାନରେ ରହିଥିବା ବିଶ୍ୱର ସର୍ବବୃହତ ଅନ ଲାଇନ କମ୍ପାନୀ ଆମାଜନ୍‍ର ପ୍ରତିଷ୍ଠାତା ଜେଫ୍‍ ବେଜୋସ୍‍ ପୁଣିଥରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଗତ ସୋମବାର ଟେସ୍‍ଲା କମ୍ପାନୀର ଶେୟାର ମୂଲ୍ୟ ଭାରି ମାତ୍ରାରେ ହ୍ରାସ ପାଇବା ସହିତ ମୋଟ ଶେୟାର ମୂଲ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ଘଟିଥିଲା ବେଳେ ଏଲନ ମସ୍କଙ୍କ ସମ୍ପତ୍ତି […]

ନୂଆଦିଲ୍ଲୀ:ବିଶ୍ୱର ଏକ ନମ୍ବର ବିତ୍ତଶାଳୀ ଭାବେ ପ୍ରଖ୍ୟାତ ଟେସଲା କମ୍ପାନୀର ମାଲିକ ଏଲନ ମସ୍କଙ୍କ ସ୍ଥାନ ତଳକୁ ଖସିଛି। ପୂର୍ବରୁ ଏହି ସ୍ଥାନରେ ରହିଥିବା ବିଶ୍ୱର ସର୍ବବୃହତ ଅନ ଲାଇନ କମ୍ପାନୀ ଆମାଜନ୍‍ର ପ୍ରତିଷ୍ଠାତା ଜେଫ୍‍ ବେଜୋସ୍‍ ପୁଣିଥରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଗତ ସୋମବାର ଟେସ୍‍ଲା କମ୍ପାନୀର ଶେୟାର ମୂଲ୍ୟ ଭାରି ମାତ୍ରାରେ ହ୍ରାସ ପାଇବା ସହିତ ମୋଟ ଶେୟାର ମୂଲ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ଘଟିଥିଲା ବେଳେ ଏଲନ ମସ୍କଙ୍କ ସମ୍ପତ୍ତି ମୂଲ୍ୟରେ ୧୫.୨ ବିଲିୟନ ଡଲାର( ପ୍ରାୟ ୧ଲକ୍ଷ ୧୦ ହଜାର କୋଟି ଟଙ୍କା) ଘଟିଛି। ଯାହାକୁ ନେଇ ଏଲନ ଏକ ନମ୍ବର ସ୍ଥାନରୁ ତଳକୁ ଖିସିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବ୍ଲମବର୍ଗ ବିଲିୟନର ଇଣ୍ଡେକ୍ସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ବିଶ୍ୱର ୫୦୦ ଶ୍ରେଷ୍ଠ ଅରବପତିଙ୍କ ତାଲିକାରେ ଏଲନଙ୍କ ସ୍ଥାନ ଏକ ନମ୍ବରରେ ରହିଥିଲା ବେଳେ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୮୩.୪ ବିଲିୟନ ଡଲାର ରହିଥିଲା। ଗତ ଜାନୁଆରୀରେ ଏହି ପରିମାଣ ୨୧୦ ବିଲିୟନ ଡଲାର ରହିଥିଲା ବେଳେ ପରବର୍ତ୍ତୀ ସମୟରେ ଏଲନଙ୍କ ସମ୍ପତ୍ତି ମୂଲ୍ୟରେ ହ୍ରାସ ଘଟିଥିଲା। ଏହାସତ୍ତ୍ବେ ସେ ବିଶ୍ୱ ଅରବପତିଙ୍କ ତାଲିକାରେ ଏକ ନମ୍ବରରେ ରହିଥିଲେ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କିନ୍ତୁ ସୋମବାରର ହ୍ରାସ ପରେ ଜେଫ୍‍ ବେଜୋସଙ୍କ ସମ୍ପତ୍ତି ମୂଲ୍ୟ ଏଲନଙ୍କ ଠାରୁ ବୃଦ୍ଧି ପାଇଛି। ବିଗତ କିଛି ଦିନ ମଧ୍ୟରେ ତାଙ୍କର ସମ୍ପତ୍ତି ମୂଲ୍ୟରେ ୩.୭ ବିଲିୟନ ଡଲାର ହ୍ରାସ ଘଟିବା ସତ୍ତ୍ବେ ବେଜୋସଙ୍କ ସାମ୍ପ୍ରତିକ ସମ୍ପତ୍ତି ମୂଲ୍ୟ ୧୮୬.୩ ବିଲିୟନ ଡଲାର ରହିଥିବାରୁ ସେ ତାଲିକାର ଶୀର୍ଷରେ ରହିଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଭାବିତ ଅର୍ଥନୀତିର ପରିବର୍ତ୍ତିତ ସ୍ଥିତିକୁ ନେଇ ବର୍ତ୍ତମାନ ବିଶ୍ୱ ଅରବପତିଙ୍କ ସମ୍ପତ୍ତି ମୂଲ୍ୟ ଦିନକୁ ଦିନ ଅସ୍ଥିର ହେବାରେ ଲାଗିଛି। ଏହାବ୍ୟତୀତ ଉଦ୍ୟୋଗ ଏବଂ ବ୍ୟାବସାୟିକ ସମ୍ପ୍ରସାରଣ ମଧ୍ୟ ଏଭଳି ଅସ୍ଥିରତାର ଅନ୍ୟ ଏକ କାରଣ ବୋଲି ଧରାଯାଉଛି। ବିଗତ କିଛି ଦିନ ତଳେ ଏଲନ ମସ୍କଙ୍କ ସ୍ପେସ୍‍-ଏକ୍ସ କମ୍ପାନୀ ୮୫୦ ନିୟୁତ ଡଲାରର ପାଣ୍ଠି ସଂଗ୍ରହ କରିଥିଲା ବେଳେ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟରେ ୬୦ ପ୍ରତିଶତ ବୃଦ୍ଧି ଘଟିବା ସହିତ ଏହି କମ୍ପାନୀର ସମ୍ପତ୍ତି ୭୪ ବିଲିୟନ ଡଲାର ଛୁଇଁଥିଲା। ତେବେ ଗତ ସୋମବାର ଟେସଲା ସମେତ ବିଶ୍ୱର ଅନ୍ୟାନ୍ୟ ବହୁ ପ୍ରତିଷ୍ଠିତ କମ୍ପାନୀଗୁଡିକରୁ ନିବେଶକାରୀଙ୍କ ଦ୍ୱାରା ପୁଞ୍ଜି ପ୍ରତ୍ୟାହାର କରିନିଆଯିବାରୁ ସେଗୁଡିକର ସମ୍ପତ୍ତି ମୂଲ୍ୟ ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଥିବା କୁହାଯାଇଛି। ଏଲନଙ୍କ ପରେ ଏସିଆର ଅନ୍ୟତମ ବିତ୍ତଶାଳୀ ଝଙ୍ଗ ଶାନଶାନଙ୍କ ସମ୍ପତ୍ତି ମୂଲ୍ୟ ମଧ୍ୟ ୫. ୧ ବିଲିୟନ ଡଲାର ହ୍ରାସ ପାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର