ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲା: ଅଭିନେତା ସୂରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ

The Sakala Picture
Published On

ମୁମ୍ବାଇ: ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ମିଳିଛି ବଡ ଆଶ୍ୱସ୍ତି । ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାରେ ସୂରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ । ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ଥିଲା । ଉପଯୁକ୍ତ ପ୍ରମାଣ ଅଭାବରୁ ମୁମ୍ବାଇ ସିବିଆଇ କୋର୍ଟ ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିବା ସୂଚନା । ସୂଚନାଯୋଗ୍ୟ, ଗତ ୨୦୧୩ ଜୁନ ୩ରେ ମୁମ୍ବାଇ ଜୁହୁସ୍ଥିତ ଘରୁ ଜିୟା […]

ମୁମ୍ବାଇ: ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ମିଳିଛି ବଡ ଆଶ୍ୱସ୍ତି । ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାରେ ସୂରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ । ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ଥିଲା । ଉପଯୁକ୍ତ ପ୍ରମାଣ ଅଭାବରୁ ମୁମ୍ବାଇ ସିବିଆଇ କୋର୍ଟ ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିବା ସୂଚନା ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ସୂଚନାଯୋଗ୍ୟ, ଗତ ୨୦୧୩ ଜୁନ ୩ରେ ମୁମ୍ବାଇ ଜୁହୁସ୍ଥିତ ଘରୁ ଜିୟା ଖାଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସହ ଏକ ୬ ପୃଷ୍ଠାର ଚିଠି ଜବତ ହୋଇଥିଲା । ସେଥିରେ ସେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ଓ ତାଙ୍କ ପରିବାରଙ୍କ ସହ ସମ୍ପର୍କ ନେଇ ପ୍ରତିକୂଳ ମନ୍ତବ୍ୟ ଦର୍ଶାଇଥିଲେ । ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ସୂରଜଙ୍କୁ ଗିରଫ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

ମାତ୍ର ପରେ ସୂରଜଙ୍କୁ ଜାମିନ ମିଳିଯାଇଥିଲା । ସୂରଜଙ୍କୁ ଜାମିନ ବିରୋଧରେ ଜିୟାଙ୍କ ମା’ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ଲାଗି ପ୍ରାର୍ଥନା କରିଥିଲେ । ଫଳରେ ୨୦୧୪ରେ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା । ଡିସେମ୍ବର ୨୦୧୫ରେ ସିବିଆଇ ଚାର୍ଜସିଟ ଦାୟର କରିଥିଲା ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

28 Apr 2023 By The Sakala

ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲା: ଅଭିନେତା ସୂରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ

ମୁମ୍ବାଇ: ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ମିଳିଛି ବଡ ଆଶ୍ୱସ୍ତି । ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାରେ ସୂରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ । ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ଥିଲା । ଉପଯୁକ୍ତ ପ୍ରମାଣ ଅଭାବରୁ ମୁମ୍ବାଇ ସିବିଆଇ କୋର୍ଟ ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିବା ସୂଚନା ।

ସୂଚନାଯୋଗ୍ୟ, ଗତ ୨୦୧୩ ଜୁନ ୩ରେ ମୁମ୍ବାଇ ଜୁହୁସ୍ଥିତ ଘରୁ ଜିୟା ଖାଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସହ ଏକ ୬ ପୃଷ୍ଠାର ଚିଠି ଜବତ ହୋଇଥିଲା । ସେଥିରେ ସେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ଓ ତାଙ୍କ ପରିବାରଙ୍କ ସହ ସମ୍ପର୍କ ନେଇ ପ୍ରତିକୂଳ ମନ୍ତବ୍ୟ ଦର୍ଶାଇଥିଲେ । ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ସୂରଜଙ୍କୁ ଗିରଫ କରାଯାଇଥିଲା ।

ମାତ୍ର ପରେ ସୂରଜଙ୍କୁ ଜାମିନ ମିଳିଯାଇଥିଲା । ସୂରଜଙ୍କୁ ଜାମିନ ବିରୋଧରେ ଜିୟାଙ୍କ ମା’ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ଲାଗି ପ୍ରାର୍ଥନା କରିଥିଲେ । ଫଳରେ ୨୦୧୪ରେ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା । ଡିସେମ୍ବର ୨୦୧୫ରେ ସିବିଆଇ ଚାର୍ଜସିଟ ଦାୟର କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର