“ମୁଁ ଭାରତର ସ୍ୱର ପାଇଁ ଲଢ଼େଇ କରୁଛି, ଏଥିପାଇଁ ମୁଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ” : ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଆସନରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଦିଆଯାଇଛି। ଗତକାଲି ମୋଦୀ ସରନେମ ମାମଲାରେ ସୁରଟର ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଯାହା ପରେ ଆଜି ତାଙ୍କର ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ମହଲ ସରଗରମ ରହିଛି । ସବୁଠି ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି । ଆଦାନୀ ପ୍ରସଙ୍ଗ ଉଠାଉଥିବା ରାହୁଲଙ୍କୁ ଚୁପ କରିବାକୁ ବିଜେପି ଏପରି […]

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଆସନରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଦିଆଯାଇଛି। ଗତକାଲି ମୋଦୀ ସରନେମ ମାମଲାରେ ସୁରଟର ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଯାହା ପରେ ଆଜି ତାଙ୍କର ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ମହଲ ସରଗରମ ରହିଛି । ସବୁଠି ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି । ଆଦାନୀ ପ୍ରସଙ୍ଗ ଉଠାଉଥିବା ରାହୁଲଙ୍କୁ ଚୁପ କରିବାକୁ ବିଜେପି ଏପରି କରିଛି ବୋଲି କଂଗ୍ରେସ କହିଛି। ଆଦାନୀ ପ୍ରସଙ୍ଗ, ମୁଦ୍ରାସ୍ପୀତି ଆଦି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି ଏପରି କରୁଛି । ଏହା ଗଣତନ୍ତ୍ରର ହତ୍ୟା ବୋଲି କଂଗ୍ରେସ କହିଛି ।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ତେବେ ଏହାରି ମଧ୍ୟରେ ତାଙ୍କର ସଦସ୍ୟତା ପ୍ରତ୍ୟାହାର ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଥମ ଥର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଟ୍ୱିଟରରେ ଲେଖିଛନ୍ତି, ‘ମୁଁ ଭାରତର ସ୍ୱର ପାଇଁ ଲଢେଇ କରୁଛି, ଆଉ ଏଥି ପାଇଁ ସବୁ ପ୍ରକାର ମୂଲ୍ୟ ଦେବାକୁ ପ୍ରସ୍ତୁତ। ଶୁକ୍ରବାର ଲୋକସଭା ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିରୋଧୀ ଦଳ ମାନେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ପ୍ରତିଶୋଧ ରାଜନୀତି ବୋଲି କହୁଛନ୍ତି।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ରାହୁଲ ଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିବାରୁ କେରଳର ୱାୟନାଡ ଆସନ ଖାଲି ହୋଇଯାଇଛି। ଏବେ ନିର୍ବାଚନ କମିଶନ ଏହି ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିପାରିବେ। ସେହିପରି ରାହୁଲ ଗାନ୍ଧିଙ୍କୁ ମାସକ ମଧ୍ୟରେ ଦିଲ୍ଲୀରେ ମିଳିଥିବା ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ପଡ଼ିବ ବୋଲି ମଧ୍ୟ ଜଣାପଡିଛି।

୨୦୧୩ରେ ଏକ ରାୟରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ନିଜ ସଦସ୍ୟତା ହରାଇଛନ୍ତି। ଉକ୍ତ ଆଇନର ଧାରା ୮(୩) ଅନୁଯାୟୀ ପାର୍ଲାମେଣ୍ଟର ଜଣେ ସଦସ୍ୟ ଅନ୍ୟୂନ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ଦଣ୍ଡବିଧାନ ତାରିଖ ପରଠୁ ତାଙ୍କ ସଦସ୍ୟତା ରଦ୍ଦ ହେବ। କେବଳ ଏତିକି ନୁହେଁ, ସମ୍ପୃକ୍ତ ଏମ୍‌ପି ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ତାଙ୍କ ଅଯୋଗ୍ୟତା ବଳବତ୍ତର ରହିବ। ଯାହା ଫଳରେ ଉକ୍ତ ଲୋକପ୍ରତିନିଧି ଦୁଇ ବର୍ଷ ଜେଲ ଦଣ୍ଡ ସାରିବା ପରେ  ୬ ବର୍ଷ ଯାଏଁ କୌଣସି ନିର୍ବାଚନ ଲଢିପାରିବେ ନାହିଁ। ତେବେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଏମ୍‌ପି ୩ ମାସ ମଧ୍ୟରେ ତଳ କୋର୍ଟ ରାୟକୁ ଉଚ୍ଚତର ଅଦାଲତରେ ଚ୍ୟାଲେଞ୍ଜ କରିପାରିବେ।

ସୂଚନାଯୋଗ୍ୟ ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ୧୫ ହଜାର ଟଙ୍କାର ଫାଇନା ଦେବାକୁ କହିଥିଲେ। ତେବେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ୩୦ ଦିନର ସମୟ ପାଇଛନ୍ତି। କଂଗ୍ରେସ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଲୋକସଭା ସଚିବାଳୟ ଆଜି ବିଜ୍ଞପ୍ତି ଜାରି କରି ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରିଦେଇଛି।

24 Mar 2023 By The Sakala

“ମୁଁ ଭାରତର ସ୍ୱର ପାଇଁ ଲଢ଼େଇ କରୁଛି, ଏଥିପାଇଁ ମୁଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ” : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଆସନରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଦିଆଯାଇଛି। ଗତକାଲି ମୋଦୀ ସରନେମ ମାମଲାରେ ସୁରଟର ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଯାହା ପରେ ଆଜି ତାଙ୍କର ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ମହଲ ସରଗରମ ରହିଛି । ସବୁଠି ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି । ଆଦାନୀ ପ୍ରସଙ୍ଗ ଉଠାଉଥିବା ରାହୁଲଙ୍କୁ ଚୁପ କରିବାକୁ ବିଜେପି ଏପରି କରିଛି ବୋଲି କଂଗ୍ରେସ କହିଛି। ଆଦାନୀ ପ୍ରସଙ୍ଗ, ମୁଦ୍ରାସ୍ପୀତି ଆଦି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି ଏପରି କରୁଛି । ଏହା ଗଣତନ୍ତ୍ରର ହତ୍ୟା ବୋଲି କଂଗ୍ରେସ କହିଛି ।

ତେବେ ଏହାରି ମଧ୍ୟରେ ତାଙ୍କର ସଦସ୍ୟତା ପ୍ରତ୍ୟାହାର ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଥମ ଥର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଟ୍ୱିଟରରେ ଲେଖିଛନ୍ତି, ‘ମୁଁ ଭାରତର ସ୍ୱର ପାଇଁ ଲଢେଇ କରୁଛି, ଆଉ ଏଥି ପାଇଁ ସବୁ ପ୍ରକାର ମୂଲ୍ୟ ଦେବାକୁ ପ୍ରସ୍ତୁତ। ଶୁକ୍ରବାର ଲୋକସଭା ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିରୋଧୀ ଦଳ ମାନେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ପ୍ରତିଶୋଧ ରାଜନୀତି ବୋଲି କହୁଛନ୍ତି।

ରାହୁଲ ଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିବାରୁ କେରଳର ୱାୟନାଡ ଆସନ ଖାଲି ହୋଇଯାଇଛି। ଏବେ ନିର୍ବାଚନ କମିଶନ ଏହି ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିପାରିବେ। ସେହିପରି ରାହୁଲ ଗାନ୍ଧିଙ୍କୁ ମାସକ ମଧ୍ୟରେ ଦିଲ୍ଲୀରେ ମିଳିଥିବା ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ପଡ଼ିବ ବୋଲି ମଧ୍ୟ ଜଣାପଡିଛି।

୨୦୧୩ରେ ଏକ ରାୟରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ନିଜ ସଦସ୍ୟତା ହରାଇଛନ୍ତି। ଉକ୍ତ ଆଇନର ଧାରା ୮(୩) ଅନୁଯାୟୀ ପାର୍ଲାମେଣ୍ଟର ଜଣେ ସଦସ୍ୟ ଅନ୍ୟୂନ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ଦଣ୍ଡବିଧାନ ତାରିଖ ପରଠୁ ତାଙ୍କ ସଦସ୍ୟତା ରଦ୍ଦ ହେବ। କେବଳ ଏତିକି ନୁହେଁ, ସମ୍ପୃକ୍ତ ଏମ୍‌ପି ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ତାଙ୍କ ଅଯୋଗ୍ୟତା ବଳବତ୍ତର ରହିବ। ଯାହା ଫଳରେ ଉକ୍ତ ଲୋକପ୍ରତିନିଧି ଦୁଇ ବର୍ଷ ଜେଲ ଦଣ୍ଡ ସାରିବା ପରେ  ୬ ବର୍ଷ ଯାଏଁ କୌଣସି ନିର୍ବାଚନ ଲଢିପାରିବେ ନାହିଁ। ତେବେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଏମ୍‌ପି ୩ ମାସ ମଧ୍ୟରେ ତଳ କୋର୍ଟ ରାୟକୁ ଉଚ୍ଚତର ଅଦାଲତରେ ଚ୍ୟାଲେଞ୍ଜ କରିପାରିବେ।

ସୂଚନାଯୋଗ୍ୟ ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ୧୫ ହଜାର ଟଙ୍କାର ଫାଇନା ଦେବାକୁ କହିଥିଲେ। ତେବେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ୩୦ ଦିନର ସମୟ ପାଇଛନ୍ତି। କଂଗ୍ରେସ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଲୋକସଭା ସଚିବାଳୟ ଆଜି ବିଜ୍ଞପ୍ତି ଜାରି କରି ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରିଦେଇଛି।

https://www.thesakala.in/national-international/fighting-for-indias-voice-ready-to-pay-any-cost-rahuls-reaction-after-going-to-mp/article-20101
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର